ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ

ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି ସଦସ୍ୟ ରାଷ୍ଟ୍ରର ବାଣିଜି୍ୟକ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କଳା ପୋଷାକ ପିନ୍ଧି ମୁହଁରେ ପଟି ବାନ୍ଧି ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌କୁ ହଂକଂବାସୀ ବିରୋଧ କରିଆସୁଥିବାବେଳେ ଜି-୨୦ ସମ୍ମିଳନୀ ଅବସରରେ ଏଥିପାଇଁ ଚାଇନା ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇବାକୁ ସେମାନେ ବିଦେଶୀ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ହଂକଂକୁ ଉଚ୍ଚମାନର ସ୍ବାୟତ୍ତତା ପ୍ରଦାନ, ମୁକ୍ତ ବାଣିଜ୍ୟ ପରିବେଶ, ନାଗରିକମାନଙ୍କ ବାଣିଜ୍ୟ ଅଧିକାରର ସୁରକ୍ଷା ଆଦି ପ୍ରସଙ୍ଗରେ ବିଶ୍ୱ ନେତାମାନେ ସମ୍ମିଳନୀରେ ଆଲୋଚନା କରିବା ଲାଗି ବିକ୍ଷୋଭକାରୀମାନେ ଦାବି କରି ବାଣିଜି୍ୟକ ଦୂତାବାସର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ହଂକଂରେ ପ୍ରତ୍ୟର୍ପଣ ବିଲ୍‌କୁ ବିରୋଧ କରି ଦୀର୍ଘଦିନ ହେଲା ବିକ୍ଷୋଭ ଜାରି ରହିଛି। ଜି-୨୦ ଏକ ଅନ୍ତର୍ଜାତୀୟ ଫୋରମ ହୋଇଥିବାରୁ ଏଥିରେ ବିକ୍ଷୋଭ ପ୍ରସଙ୍ଗ ଆଲୋଚନା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଚାଇନା ସହକାରୀ ବହିର୍ବ୍ୟାପାର ମନ୍ତ୍ରୀ ଝାଙ୍ଗ୍‌ ଜୁନ୍‌ ସୋମବାର କହିବା ପରେ ସାନି ଆନ୍ଦୋଳନ ମୁଣ୍ଡ ଟେକିଛି। ମନ୍ତ୍ରୀଙ୍କ ମନ୍ତବ୍ୟରୁ ହଂକଂ ପ୍ରସଙ୍ଗଠାରୁ ଚାଇନା ଦୂରେଇ ରହିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି। ଫଳରେ ହଂକଂବାସୀ ଏହାକୁ ଗୁରୁତର ସହ ନେଇ ବିଦେଶୀ ରାଷ୍ଟ୍ରଗୁଡ଼ିକର ସହଯୋଗ ଚାହିଁଛନ୍ତି। ହଂକଂର ବ୍ୟବସାୟିକ କେନ୍ଦ୍ରସ୍ଥଳ ଚାଟର ଗାର୍ଡେନରେ ହଜାର ହଜାର ଲୋକ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଂକଂକୁ ଚାଇନାର ଉପନିବେଶୀୟ ଶାସନରୁ ମୁକ୍ତ କରିବା ଲାଗି ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଅନ୍ୟ ନେତାମାନଙ୍କୁ ଅନୁରୋଧ କରିଥିଲେ। ଆମେ ହଂକଂବାସୀ ମର୍ଯ୍ୟାଦାର ସହ ନିର୍ଭୟରେ ବସବାସ କରିବାକୁ ଚାହୁଁ। ଚାଇନାର ପ୍ରତ୍ୟର୍ପଣ ନୀତି ଚଳିବ ନାହିଁ ବୋଲି ସେମାନେ ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ମ୍ୟୁଜିୟମ୍‌ରେ ସଜାଯିବ ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ

ଲଣ୍ଡନ/ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମ୍‌ରେ...

ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ଦଳକୁ ମିଳିଲା ବହୁମତ, ମୋଦି ଜଣାଇଲେ ଶୁଭେଚ୍ଛା

କଲମ୍ବୋ,୭।୮:ଶ୍ରୀଲଙ୍କା ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଦଳ ବହୁମତ ହାସଲ କରିଛି। ଏହାସହ ରାଜପକ୍ଷେ ପୁଣିଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ହେବା ରାସ୍ତା ସଫା...

ସ୍କୁଲ ଉପରେ ଖସି ପଡ଼ିଲା ଫାଇଟର ଜେଟ୍‌

ତେହରାନ,୨୧।୨: ଉତ୍ତରପୂର୍ବାଞ୍ଚଳ ସହର ଜାବ୍ରିଜର ସ୍କୁଲ ଉପରେ ସୋମବାର ଇରାନର ଏକ ଏଫ୍‌-୫ ଫାଇଟର ଜେଟ୍‌ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବିମାନର ୨ କ୍ରୁ...

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ !…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୩।୨ : ୟୁକ୍ରେନ୍‌ର ଡୋନେସ୍କ୍‌ ଏବଂ ଲୁହାନସ୍କ୍‌ ସହରର କେତେକ ଅଞ୍ଚଳକୁ ରୁଷିଆ ସମର୍ଥିତ ବିଦ୍ରୋହୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ରୁଷିଆର ଏଭଳି ପଦକ୍ଷେପକୁ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ସଂଘାଇରେ କରୋନା ପ୍ରକୋପ

ବେଜିଂ,୫।୪: ଦିନକୁ ଦିନ ଚାଇନାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ...

ଆଷ୍ଟରଏଡ୍‌କୁ ଧକ୍କାଦେଲା ସ୍ପେସ୍‌କ୍ରାଫ୍ଟ

କେପ୍‌ କାନାଭେରାଲ, ୨୮।୯: ପୃଥିବୀକୁ ବାହ୍ୟ ବିପଦରୁ ରକ୍ଷା ପାଇଁ ଆମେରିକୀୟ ମହାକାଶ ଏଜେନ୍ସି ନାସାର ପରୀକ୍ଷଣ ମଙ୍ଗଳବାର ସଫଳ ହୋଇଛି। ଡାର୍ଟ (ଡବଲ ଆଷ୍ଟରଏଡ...

‘ମସ୍କୋ ଚିନ୍ତାକୁ ଗୁରୁତ୍ୱ ଦେଉ ନାଟୋ’

ମସ୍କୋ, ୧୬ା୨: ସୀମାରେ ସୈନ୍ୟ, ଯୁଦ୍ଧାସ୍ତ୍ର ତଥା କ୍ଷେପାଣାସ୍ତ୍ର ମୁତୟନ ଏବଂ ସାମରିକ ସ୍ବଚ୍ଛତା ଉପରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)...

Advertisement
Archives

Model This Week