ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର ରିୟାଦରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌-୧୯ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଶ୍ୱ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ମାନବ ଜାତିର ସ୍ବାର୍ଥକୁ ପ୍ରଥମେ ଗୁରୁତ୍ୱ ଦେବା ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଏହି ସଙ୍କଟ ଆରମ୍ଭ ହେବାର ୩ ମାସ ପରେ ସମନ୍ବିତ ଭାବେ ଏକାଠି କାର୍ଯ୍ୟ କରିବା ପାଇଁ ବିଶ୍ୱ ଚିନ୍ତା କରୁଥିବା ସେ କହିଛନ୍ତି।
ସ୍ଥିତିରେ ଭୋଭିଡ୍‌-୧୯ର ଭୟାବହତା ଚାରିଆଡ଼େ ଦେଖିବାକୁ ମିଳିଛି। ଏଥିଯୋଗୁ ବିଶ୍ୱ ଅର୍ଥନୀତି ଦୋହଲିଯାଇଛି। ଏହାର ମୁକାବିଲା କରି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ସ୍ଥିରତା ବଜାୟ ରଖିବା ପାଇଁ ୫ ଟ୍ରିଲିୟନ୍‌ ଡଲାର ପ୍ରୋତ୍ସାହନ ଦେବା ଲାଗି ବିଶ୍ୱନେତାମାନେ ସ୍ଥିର କରିଛନ୍ତି। ଉକ୍ତ ବୈଠକରେ ସୌଦି ରାଜା ସଲମାନ ବିନ୍‌ ଅବ୍‌ଦୁଲ୍‌ ଅଜିଜ୍‌ ଅଲ-ସଉଦ୍‌ ଅଧ୍ୟକ୍ଷତା କରି ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏଭଳି ମାନବିକ ସଙ୍କଟ ସମୟରେ ସାରା ବିଶ୍ୱ ଏକାଠି ହୋଇ ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି। ଜି-୨୦ ସମ୍ମିଳନୀରେ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଜର୍ମାନୀ, ଫ୍ରାନ୍ସ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷିଆ, ସୌଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଓ ଆମେରିକା ସାମିଲ ଅଛନ୍ତି। ଏହାସହ ଜାତିସଂଘ, ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ବିଶ୍ୱ ବାଣିଜ୍ୟ ସଙ୍ଗଠନ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଆର୍ଥିକ ସହଯୋଗ ଓ ବିକାଶ ସଙ୍ଗଠନ ଭଳି ଶୀର୍ଷ ସଂସ୍ଥାଗୁଡ଼ିକ ଏଥିରେ ଯୋଗଦେଇଛନ୍ତି। ଦକ୍ଷିଣ ଏସୀୟ ରାଷ୍ଟ୍ର ସଙ୍ଗଠନ, ଆଫ୍ରିକୀୟ ସଂଘ ଓ ଉପସାଗରୀୟ ସହଯୋଗ ପରିଷଦକୁ ମଧ୍ୟ ଏଠାକୁ ନିମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସି

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାର କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସିରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ, କରୋନାର ସାମାନ୍ୟ ଓ ମଧ୍ୟମ ଲକ୍ଷଣ...

‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ...

ନୀରବତା ଭାଙ୍ଗିଲେ ମନମୋହନ, କମ୍‌ କହିଛି ଅଧିକ କାମ କରିଛି କହିଲେ…

ନୂଆଦିଲ୍ଲୀ, ୧୭।୨ : ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ...

CORONAVIRUS UPDATE: ରାଜ୍ୟରେ ୧୬୧୭ ନୂଆ ପଜିଟିଭ୍‌ ଚିହ୍ନଟ, କମୁଛି ସଂଖ୍ୟା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ...

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ଅର୍ଣ୍ଣବଙ୍କୁ ମିଳିବ କି ଜାମିନ, ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି

ନୂୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ବୁଧବାର ରିପ୍ଲବିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଦ୍ୱାରା ମୁମ୍ବାଇ ହାଇକୋର୍ଟଙ୍କ ୯ ନଭେମ୍ବର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ...

ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି...

ଟିଏମ୍‌ସି କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୪।୩: ତୃଣମୂଳ କଂଗ୍ରେସ (ଟିଏମ୍‌ସି) କାଉନସିଲରଙ୍କୁ ପଶ୍ଚିମବଙ୍ଗର ପାନିହାଟି ମ୍ୟୁନିସିପାଲିଟିରେ ଗୁଳି କରି ହତ୍ୟା କରାଯାଇଛି। ପୂରା ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଛି। ଏହାକୁ ଅଧାର...

Advertisement
Archives

Model This Week