ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ: ‘ସମନ୍ବୟ ହିଁ ବିକାଶର ଚାବିକାଠି’

ଢେଙ୍କାନାଳ ଅଫିସ, ୨୯ା୭: ସମନ୍ବୟ ହିଁ ବିକାଶର ଚାବିକାଠି। ଗଣମାଧ୍ୟମ, ଜନସାଧାରଣ, ରାଜନେତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ବିକାଶ ସମ୍ଭବ। ଗଣମାଧ୍ୟମ ପ୍ରତିନିଧି ସାମାଜିକ ବ୍ୟବସ୍ଥାର ସତର୍କ ପ୍ରହରି। ସେମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୂହିକ ସ୍ବାର୍ଥକୁ ବଳିଦେବା ଅନୁଚିତ। ସମସ୍ତେ ଏକାଠି ହୋଇ ସାହସର ସହିତ ଲଢ଼େଇ କଲେ ଲୋକମାନେ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଢେଙ୍କାନାଳ ଗୋପବନ୍ଧୁ ଟାଉନ୍‌ ହଲ୍‌ ପରିସରରେ ରବିବାର ଅନୁଷ୍ଠିତ ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଏମ୍‌ପି ମହେଶ ସାହୁ କହିଲେ, ଗଣମାଧ୍ୟମ ପ୍ରତିନିଧିମାନେ ସମାଜ ଅଙ୍ଗୁଳି ଉଠାଇବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ। ଏହାଦ୍ୱାରା ମିଡିଆ ପ୍ରତି ଲୋକଙ୍କ ଭରସା ବଢ଼ିବ। ସମ୍ମାନିତ ଅତିଥି ବିଧାୟକ ସୁଧୀର କୁମାର ସାମଲ କହିଲେ, ବୃତ୍ତିଗତ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ନ୍ୟାୟରୁ ବଞ୍ଚତ୍ତ ହେଉଛନ୍ତି। ଅନେକ ସମୟରେ ସେମାନଙ୍କୁ ପ୍ରତିରୋଧର ଶିକାର ହେବାକୁ ପଡୁଛି। ସଂଘ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ଅନ୍ୟତମ ଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ, ପିଡି ଡିଆରଡିଏ ନରୋତ୍ତମ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଲୋକଙ୍କୁ ନ୍ୟାୟ ଦେବା ଏବଂ ପ୍ରଶାସନକୁ ଠିକ୍‌ ସମୟରେ ଦିଗ୍‌ଦର୍ଶନ ଦେବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦିନରାତି କାମ କରୁଛନ୍ତି। ସେମାନଙ୍କୁ ସବୁ ସମୟରେ ସହଯୋଗ କରିବା ଆବଶ୍ୟକ। ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମିଳିତ ଭାବେ କାର୍ଯ୍ୟ କଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ସଂଘ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ସାଧାରଣ ସମ୍ପାଦକ ପ୍ରତାପ କୁମାର ବରାଳ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ସୁରେନ୍ଦ୍ର ନାଥ ମିଶ୍ର, ଉମାକାନ୍ତ ପଟ୍ଟନାୟକ ସମ୍ବର୍ଦ୍ଧିତ ହୋଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଗଣେଶ୍ୱର ମିଶ୍ରଙ୍କ ସଂଯୋଜନାରେ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଅମରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri