ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଧାୟକ ଏବଂ ଏମ୍‌ପି ବର୍ଷିଛନ୍ତି। ବିଶେଷ କରି ଶିକ୍ଷା ବ୍ୟବସ୍ଥାକୁ ନେଇ ଅଧିକ ପାଟିତୁଣ୍ଡ ହୋଇଥିଲା। ଫୁଲବାଣୀ ବ୍ଲକର ମିଣିଆରେ ଥିବା ଏକ ସ୍କୁଲରେ ଗତ ୨ବର୍ଷ ଧରି ୨ଜଣ ଶିକ୍ଷକଙ୍କ ମଧ୍ୟରେ ପଡୁନାହିଁ। ଯାହାକୁ ନେଇ ବହୁବାର ସେଠାରେ ଅସନ୍ତୋଷ ସୃଷ୍ଟି ହେଉଛି। ଆଦୌ ପାଠ ପଢ଼ା ହେଉନାହିଁ। ସ୍ଥାନୀୟ ଲୋକଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ବଦଳି ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଜିଲା ଶିକ୍ଷାଧିକାରୀ କିଛି ଶୁଣୁ ନାହାନ୍ତି। ୨ବର୍ଷ ହେଲା ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ପ୍ରଥମେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର କୋଟଗଡ ବ୍ଲକ ଦୁର୍ଗାପାଙ୍ଗା ସ୍କୁଲରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଥିଲେ ହେଁ ତାଙ୍କୁ ଅନ୍ୟତ୍ର ବଦଳି କରା ନ ଯାଇ ଏପର୍ଯ୍ୟନ୍ତ ସେଠାରେ ରଖା ଯାଇଛି। ଏହା କେଉଁ ସ୍ବାର୍ଥରେ ବୋଲି ପ୍ରଶ୍ନ କରିଥିଲେ। ପଛକୁ ଜି.ଉଦୟଗିି ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲା ଶିକ୍ଷାଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏଥିରେ ନିଜର ସ୍ବାର୍ଥ ଜଡିତ ରହିଛି ବୋଲି ବିଧାୟକମାନେ କହିଥିଲେ। ଯାହାକୁ ନେଇ ବୈଠକ ସରଗରମ ହୋଇଥିଲା। ସ୍ବାର୍ଥ କଥା ଉଠିବାରୁ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଘଟଣାକୁ ୨ବର୍ଷ ପୂରିଲାଣି। ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆ ଯାଇନାହିଁ। ତେଣୁ ଜିଲା ଶିକ୍ଷାଧିକାରୀଙ୍କ ଏଥିରେ ସ୍ବାର୍ଥ ଜଡିତ ରହିଛି ବୋଲି ତାଚ୍ଛଲ୍ୟ କରି କହିଥିଲେ। ଏହାପରେ ଜିଲାରେ ଶିକ୍ଷା ବ୍ୟବସ୍ଥା ଆଦୌ ଠିକ୍‌ ନାହିଁ। ପିଲାମାନଙ୍କୁ ଯେଉଁ ସାର୍ଟିଫିକେଟ ପ୍ରଦାନ କରାଯାଇ ୭୦ ପ୍ରତିଶତ, ୮୦ ପ୍ରତିଶତ ମାର୍କ ରଖୁଛନ୍ତି ବୋଲି କୁହାଯାଉଛି, ତାହା ବାସ୍ତବ ନୁହେଁ। ସାର୍ଟିଫିକେଟରେ ଯେଉଁ ମାର୍କ ଦିଆଯାଉଛି ତାଠାରୁ ଢ଼େର ତଳେ ପିଲାମାନେ ରହିଛନ୍ତି। କାରଣ ସେ ନିଜେ ଶିକ୍ଷା କ୍ଷେତ୍ରରେ କାମ କରୁଛନ୍ତି ବୋଲି ଅଧିକାରୀମାନଙ୍କୁ ଉଦାହରଣ
ଛଳରେ କହିଥିଲେ।
ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅତ୍ଧକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ଜନପ୍ରତିନିଧିମାନେ ଅଞ୍ଚଳର ସମସ୍ୟା ଅବଗତ କରିଥିଲେ। ଠିକାଦାରମାନଙ୍କ ଦ୍ୱାରା ଅସମ୍ପୂର୍ଣ୍ଣ କିମ୍ବା ନିମ୍ନମାନର କାମ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏମ୍‌ପି ଜନ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ଜନ ପ୍ରତିନିଧିମାନଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରି ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇବାକୁ ଏମ୍‌ପି ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ବାର୍ଦ୍ଧକ୍ୟ, ବିଧବା, ଅକର୍ମଣ୍ୟ, ମଧୁବାବୁ ଆଦି ବିଭିନ୍ନ ଯୋଜନାରେ ଭତ୍ତା ଏଣିକି ବ୍ୟାଙ୍କ ଜରିଆରେ ଆକାଉଣ୍ଟକୁ ଯିବ। ବର୍ତ୍ତମାନ ସୁଦ୍ଧା ଉଜ୍ଜ୍ୱଳା ଯୋଜନାରେ ମୋଟ ୧ ଲକ୍ଷ ୧୪ ହଜାର ୯୫୨ ଆବେଦନକାରୀଙ୍କ ମଧ୍ୟରୁ ୯୭ ହଜାର ୮୬୯ ହିତାଧିକାରୀଙ୍କୁ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ବଚ୍ଛ ଭାରତ ମିଶନ, ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା, ଜାତୀୟ ସ୍ବାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ଅଭିଯାନ, ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ଇତ୍ୟାଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲାପାଳ ଡା. ବୃନ୍ଦା ଡି., ପିଡି ଡିଆରଡିଏ ବିଶ୍ୱନାଥ ବାରିକ, ଆଇଏଏସ୍‌ ପ୍ରୋବେସନର ଡା. ଶୁଭଙ୍କର ମହାପାତ୍ର, ବ୍ଲକ ଅଧ୍ୟକ୍ଷ, ସରକାରୀ ପଦାଧିକାରୀମାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri