ଅନୁଗୋଳ ଅଫିସ, ୨୫ା୧୦- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ଗ୍ଲୋବ୍ସ ବାହାରିଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଭାତରେ ମିଶିଯାଇଥିବା ଉକ୍ତ ଗ୍ଲୋବ୍ସ ବାନ୍ତିରେ ବାହାରିବା ପରେ ଘଟଣା ପଦାକୁ ଆସିଥିବା କୁହାଯାଉଛି। କିନ୍ତୁ ଏ ନେଇ କିଛି ଅଭିଯୋଗ କି ସୂଚନା ନ ଥିବା ସିଡିଏମ୍ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି କହିଛନ୍ତି।
ମେଡିସିନ ବିଭାଗ ମହିଳା ଓ୍ବାର୍ଡରେ ଚିକିତ୍ସାଧୀନ କେନ୍ଦ୍ରାପଡ଼ାର କୌଶଲ୍ୟା କହିଛନ୍ତି ଯେ, ତାଙ୍କୁ ସନ୍ଧ୍ୟାରେ ଦିଆଯାଇଥିବା ଭାତରେ ରବର ଗ୍ଲୋବ୍ସ ରହିଯାଇଥିଲା। ଜାଣି ନ ପାରି ସେ ଭାତ ସହ ତାହାକୁ ଖାଇ ଦେଇଥିଲେ। ହେଲେ କିଛି ସମୟ ପରେ ସେ ବାନ୍ତି କରିବାରୁ ସେଥିରେ ଉକ୍ତ ଗ୍ଲୋବ୍ସ ବାହାରି ଆସିଥିଲା। ଏ ନେଇ ୱାର୍ଡରେ ଥିବା ଡାକ୍ତରଙ୍କୁ ସେ ଅବଗତ କରିଥିଲେ। ଉକ୍ତ ଓ୍ବାର୍ଡରେ ଚିକିତ୍ସାଧୀନ ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ କୌଶଲ୍ୟାଙ୍କ ବାନ୍ତିରେ ଗ୍ଲୋବ୍ସ ବାହାରିଥିବା କହିଛନ୍ତି। ତେବେ ମେଡିକାଲକୁ ଖାଦ୍ୟ ଯୋଗାଉଥିବା ଶକ୍ତି ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ମୁହଁ ଖୋଲି ନ ଥିବା ବେଳେ ଓ୍ବାର୍ଡରେ ଥିବା ଡାକ୍ତର ଏ ନେଇ ପ୍ରଶାସନକୁ କାହିଁକି ଜଣାଇ ନାହାନ୍ତି ତାହାକୁ ନେଇ ରୋଗୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ରୋଗୀଙ୍କ ଖାଦ୍ୟରୁ ଗ୍ଲୋବ୍ସ ବାହାରିଥିବା ଚର୍ଚ୍ଚା
Posted inଅନୁଗୋଳ, ଆମ ଜିଲା ଖବର View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


