ଜିଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି : ରହିବ ୩୦ ଆମ୍ବୁଲାନ୍ସ, ଖୋଲିବ ୩୧ ଫାଷ୍ଟଏଡ୍‌ ସେଣ୍ଟର

ପୁରୀ ଅଫିସ, ୨୮।୬ : ଆସନ୍ତା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ଯାତ୍ରୀ, ପର୍ଯ୍ୟଟକଙ୍କ ଗହଳି ଲାଗିବ। ଏଥିପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଆଦି ସମ୍ପର୍କରେ ଗୁରୁବାର ଜିଲାପାଳ ଏବଂ ଏସ୍‌ପି ସୂଚନା ଦେଇଛନ୍ତି।
ସର୍କିଟ ହାଉସ୍‌ରେ ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ରାସ୍ତାଘାଟ, ପରିମଳ, ବିଦ୍ୟୁତୀକରଣ ଉପରେ ଗୁରୁତ୍ୱ ଦିଆଯାଇ କାମ କରାଯାଇଛି। ଡ୍ରେନ୍‌ ସଫେଇ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ଆଉ କେତେକ ଜାଗାରେ କାମ ଚାଲିଛି। ୭,୪୫୦ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫,୫୦୦ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇସାରିଲାଣି। ରଥଯାତ୍ରା ପୂର୍ବରୁ ସବୁ ଠିକ୍‌ କରିଦିଆଯିବ। ରଥଯାତ୍ରା ସମୟରେ ପ୍ରାୟ ୫୦୦ ଅସ୍ଥାୟୀ ଶୌଚାଳୟ ତିଆରି ହେବ। ୫୦୦ ପରିମଳ କର୍ମଚାରୀ ନିୟୋଜିତ ହେବେ। ୩୨ଟି ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ହେବ। ଶତାଧିକ ଏନ୍‌ଜିଓ ବିଭିନ୍ନ ପ୍ରକାର ସେବା ଯୋଗାଇଦେବେ। ରଥଯାତ୍ରା ଦିନ ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପ୍ରାୟ ୨ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବେ। ୩୧ଫାଷ୍ଟଏଡ ସେଣ୍ଟର ଖୋଲାଯିବ। ୩୦ଟି ଆମ୍ବୁଲାନ୍ସ ମହଜୁଦ ରହିବ। ପର୍ଯ୍ୟାପ୍ତ ଡାକ୍ତର ସ୍ବାସ୍ଥ୍ୟସେବା ପାଇଁ ପ୍ରସ୍ତୁତ ରହିବେ। ହାଲୋଜିନ ଟାବ୍‌ଲେଟ ଏବଂ ଓଆରଏସ୍‌ ପାଉଡର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍‌ ରଖାଯିବ। ୮ଜଣ ଫୁଡ୍‌ ଇନ୍ସପେକ୍ଟର ଖାଦ୍ୟ ପଦାର୍ଥ ଯାଞ୍ଚ କରିବେ। ଆସନ୍ତା ଜୁଲାଇ ୧ତାରିଖରୁ ଫୁଡ ଇନ୍ସପେକ୍ଟରମାନେ ଦାୟିତ୍ୱରେ ନିୟୋଜିତ ହେବେ। ବିଭିନ୍ନ ଜିଲାରୁ ୧୨୫ ଜଣ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିବେ ବୋଲି ଜିଲାପାଳ ସିଂ କହିଥିଲେ।
ଏସ୍‌ପି ଉମାଶଙ୍କର ଦାଶ କହିଥିଲେ, ପୋଲିସ ବ୍ୟବସ୍ଥାକୁ ମନ୍ଦିର ଭିତର, କ୍ରାଉଡ ଏବଂ ଟ୍ରାଫିକ ଏହିଭଳି ୩ ଭାଗରେ ବିଭକ୍ତ କରାଯାଇଛି। ଏହିସବୁ ଦାୟିତ୍ୱ ଜଣେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି। ରଥଯାତ୍ରାରେ ମୋଟ ୧୫୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଯଦି ସମସ୍ତଙ୍କୁ ମିଶାଯାଏ ତେବେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ଇନ୍‌ସାଇଡ-୧, ଇନ୍‌ସାଇଡ-୨ ଓ ଆଉଟ୍‌ସାଇଡ୍‌ ୩ ଆଦି ଭାଗରେ ବିଭକ୍ତ କରାଯାଇଛି। ଆନ୍ତଃରାଜ୍ୟ ବସ୍‌ଗୁଡ଼ିକ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ରହିବେ । ଦୈନିକ ପୁରୀକୁ ଚଳାଚଳ କରୁଥିବା ବସ୍‌ଗୁଡ଼ିକ ତାଳବଣିଆ ପର୍ଯ୍ୟନ୍ତ ଆସିବେ । ବାଇକ୍‌ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଉଛି। ଆସନ୍ତା ୨୯, ୩୦ ଏବଂ ଜୁଲାଇ ୧ ତାରିଖ ତିନିଦିନ ଧରି ପୋଲିସ ପକ୍ଷରୁ ରିହର୍ସାଲ କରାଯିବ। କେହି ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତି ଛକରେ ପୁରୀ ବିଷୟରେ ଧାରଣା ଥିବା ପୋଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯିବ। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ସହଯୋଗ ପାଇଁ କୁହାଯିବ ବୋଲି ଏସ୍‌ପି ଦାଶ କହିଥିଲେ। ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂହ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଚମକିବ ୩ ରାଶିର ଭାଗ୍ୟ, ନଭେମ୍ବର ସୁଦ୍ଧା ବ୍ୟବସାୟରେ ପ୍ରବଳ ଲାଭ! ଜାଣନ୍ତୁ ସେହି ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାହୁଙ୍କ ନକ୍ଷତ୍ର ସୱାତୀରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏହି ନକ୍ଷତ୍ରରେ ନଭେମ୍ବର ୬, ୨୦୨୬ ପର୍ଯ୍ୟନ୍ତ ଅବସ୍ଥାନ…

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?