ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୧।୧(ଡି.ଏନ୍‌.ଏ)-ଗତ ୨୪ ତାରିଖ ରାତିରେ ବାଇକ୍‌ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ ସହ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନାହିଁ ା ତାଙ୍କର ମୃତ୍ୟୁ ଏବଂ ମୃତ୍ୟୁସ୍ଥଳକୁ ଅନୁଧ୍ୟାନ କରାଗଲେ ପ୍ରାୟୋଜିତ ଭାବେ ମୃତ୍ୟୁ ଘଟିଥିବା ଜଣାଯାଉଛି ା ଏହି ଘଟଣାର ପ୍ରକୃତ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ା ଇତିମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ପ୍ରକୃତ ତଥ୍ୟ ପ୍ରଦାନ କରି ପାରିନାହିଁ ା ଏଣୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୩ ତାରିଖରେ ରାମନାଗୁଡା ବ୍ଲକ ବାଙ୍ଗି ଛକଠାରେ ରାସ୍ତାରୋକୋ କରାଯିବ ବୋଲି କୁହାଯାଇଛି ା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜିଲା କଂଗ୍ରେସ କମିଟି ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ସମେତ କଂଗ୍ରେସର ନେତା ଏବଂ କମୀମାନେ ସାମିଲ ହେବେ ା ଜିଲା କଂଗ୍ରେସ କମିଟି ସଭାପତିଙ୍କ ପକ୍ଷରୁ ଗୁଣପୁର ଥାନାକୁ ପ୍ରଦତ୍ତ କରାଯାଇଥିବା ପତ୍ରରେ ଏହା ଜଣାପଡିଛି ା ଗତ ୩୦ ତାରିଖରେ ଜୟପୁର ବିଧାୟକ ଗୁଣପୁର ଆସି ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ଜଣା ନ ପଡ଼ିଲେ ଅବିଭକ୍ତ କୋରାପୁଟ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ା ଏହି ଘଟଣାରେ ପୋଲିସ ତଦନ୍ତ କରି ନ ପାରିଲେ ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ବାହିନିପତି କହିଥିଲେ ା ସୂଚନାଯୋଗ୍ୟ ଯେ, ପୁରୁଷୋତ୍ତମ ଗତ ୨୪ ତାରିଖ ରାତିରେ ନିଜ ସମର୍ଥକଙ୍କ ସହ ରାୟଗଡାରୁ ଗୁଣପୁର ଅଭିମୁଖେ ଆସୁୁଥିଲେ ା ତାଣ୍ଡିକଣା ଛକରେ କାର ଛାଡି ଏକ ବାଇକରେ ଗୁଣପୁର ବାହାରିଥିଲେ ା ତାଣ୍ଡିକଣାଠାରୁ କିଛି ଦୁର ଯିବା ପରେ ତାଙ୍କ ବାଇକ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ା ସଙ୍ଗେ ସଙ୍ଗେ ତାଙ୍କୁ ରାମନାଗୁଡା ପରେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ା ଅବସ୍ଥା ସଂକଟାପନ୍ନ ଥିବାରୁ ଶ୍ରିକାକୁଲମ ନିଆଯାଇଥିଲା ା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ା ଗୋଟିଏ ଦିନରେ ତାଙ୍କର ଅଧ୍ୟକ୍ଷ ପଦ ଚାଲିଯିବା ଏବଂ ମୃତ୍ୟୁ ହେବା ଦଳୀୟ କର୍ମକର୍ତ୍ତା ସହ ଶୁଭେଛୁମାନଙ୍କୁ ଶକ୍ତ ଆଘାତ ଦେଇଥିଲା ା ପ୍ରଥମେ ଏହି ଘଟଣାକୁ ନେଇ ଗତ ୨୮ ତାରିଖରେ କଂଗ୍ରେସ ପକ୍ଷରୁ ରାମନାଗୁଡା ବନ୍ଦ ପାଳନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri