ଜିଲାସ୍ତରୀୟ ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ

ପୁରୀ ଅଫିସ, ୩ା୧୦: ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବଲୱନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସର୍ବୋଦୟ ମେଳା କମିଟି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ପ୍ରମୁଖ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ବାର୍ତ୍ତା ଦେଇ ଏକ ଶୋଭାଯାତ୍ରା ସିଂହଦ୍ୱାରଠାରୁ ବାହାରି ଗାନ୍ଧୀ ଘାଟଠାରେ ପହଞ୍ଚତ୍ଥିଲା। ପ୍ଲାଷ୍ଟିକ ମୁକ୍ତ ସ୍ବଚ୍ଛ ପୁରୀ ଗଠନରେ ସହାୟ ହେବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାକୁ ଟଙ୍କା ନ ଦେବାରୁ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡ଼ା ଅଫିସ,୧୭।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ ରାମପୁର କଲୋନୀ ଏମ୍‌କ୍ୟୁ-୧୪ନମ୍ବର କ୍ବାଟରର୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ...

ପୁରୁଷ ବିଶ୍ୱ ହକିକପ୍‌କୁ ଭଦ୍ରକରେ ସ୍ବାଗତ

ଭଦ୍ରକ ଅଫିସ,୯ା୧: ପୁରୁଷ ବିଶ୍ୱ ହକିକପ୍‌ ସୋମବାର ଭଦ୍ରକ ଜିଲା ପରିକ୍ରମା ଅବସରରେ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳେ...

ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ...

ବୌଦ୍ଧରେ ୭୧ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ଜିଲାପାଳ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧ ସହରର କଚେରୀ ପଡ଼ିଆଠାରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ...

ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ

ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି...

ଭିଜିଲାନ୍ସ ଜାଲରେ ସେକ୍ସନ ଅଧିକାରୀ

ବଲାଙ୍ଗୀର ଅଫିସ,୨୫।୧: ବଲାଙ୍ଗୀର ଜିଲା ଆଗଲପୁର ତହସିଲ ସେକ୍ସନ ଅଧିକାରୀ ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବର୍ହିଭୁତ...

ଏଥର ବି ଭକ୍ତଙ୍କୁ ଦର୍ଶନ ଦେବେନି ବାବା ଧବଳେଶ୍ୱର

ଆଠଗଡ଼,୨୩।୧୦(ଡି.ଏନ୍‌.ଏ.): କାର୍ତ୍ତିକ ମାସ ପ୍ରଥମ ସୋମବାର ଆଉ ମାତ୍ର ଗୋଟିଏ ଦିନ ବାକି। ଏହି ମାସର ପ୍ରତ୍ୟେକ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ବହୁତ ଭିଡ଼...

‘ମୋ ବସ୍‌’ର ସାହାରା ନେଲା ବିଏମ୍‌ସି: ରାଜଧାନୀର ସିଲ୍‌ ଅଞ୍ଚଳରେ ଯୋଗାଇବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀର ସିଲ୍‌ ହୋଇଥିବା ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଉଛି। ଶନିବାରଠାରୁ ମୋ ବସ୍‌ରେ ଏହି ସାମଗ୍ରୀ ଅଣାଯିବା ନେଇ ସ୍ଥିର...

Advertisement
Archives

Model This Week