ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା,୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ୟୁକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ପରିଚାଳନାରେ ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର-୨୦୨୦ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବରେ ସହ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲାର ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର କରାଯାଇଥିଲା। ଏଥିରେ ପକ୍ଷୀ ଗଣନା କରାଯିବା ପାଇଁ ବିଭିନ୍ନ କୌଶଳ, ସହଜ ଗଣିବା ପଦ୍ଧତି ଅବଲମ୍ବନ, ନୂଆ ପକ୍ଷୀଙ୍କ ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରିବା ଭଳି ଭିନ୍ନ ଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ କୁହାଯାଇଥିଲା। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଗଣନା ତଥା ପକ୍ଷୀଙ୍କୁ ପାୱାର ପଏଣ୍ଟରେ ଦେଖାଇ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଓ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଗ୍ରାମବାସୀଙ୍କୁ ଅପହରଣ: ଇନ୍‌ଫର୍ମର ସନ୍ଦେହରେ ଉଠାଇନେଲେ ମାଓବାଦୀ

ମାଲକାନଗିରି,୩୦।୬(ସ୍ବ.ପ୍ର.): ମାଲକାନଗିରି ଜିଲା କୁକୁରକୁଣ୍ଡର ଦୁଇ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କବାସୀ ଓ ଉଙ୍ଗା କାଲମାଳି। ପୋଲିସ...

ଆରଆଇଙ୍କୁ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ

ନିଶ୍ଚିନ୍ତକୋଇଲି,୨୨।୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ଓ ଚୋରା କାରବାର ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ଯାଇ ମାହାଙ୍ଗା ଆରଆଇ...

ଖେଳଣା ଗିଳି ଶିଶୁପୁତ୍ର ମୃତ

କେନ୍ଦୁଝର/ଆନନ୍ଦପୁର, ୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ଅର୍ଜୁନବଣିଆ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ଲାଷ୍ଟିକ୍‌ ଖେଳଣା ଗିଳି ଦେବାରୁ ଜଣେ...

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ସରପଞ୍ଚ...

ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର,...

ପଲ୍ଲିଶ୍ରୀ ମେଳାରେ ଭିଡ଼, ନାହିଁ କରୋନା ଭୟ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଗତ ୩ ତାରିଖରୁ ଚାଲିଛି ପଲ୍ଲିଶ୍ରୀ ମେଳା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହିଳା ମହାସଂଘର ସହାୟତା

ଖଜୁରିପଡା,୨୧ା୪(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ଆର.ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌)କୁ ୩୨,୩୬୦ ଟଙ୍କା ପ୍ରଦାନ କରାଯାଇଛି। ଏହି ମହାସଂଘ...

Advertisement
Archives

Model This Week