ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ

ଜଗତ୍‌ସିଂହପୁର ଅଫିସ,୧୮ା୧୨: ନିକଟରେ ଓଡ଼ିଶା ହ୍ୟାଣ୍ଡବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଜଗତ୍‌ସିଂହପୁର ଜିଲା ହ୍ୟାଣ୍ଡବଲ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ଓଡ଼ିଶା ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଜଗତ୍‌ସିଂହପୁର ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ ଚାମ୍ପିୟନ ହେବାର ଗୌରବ ହାସଲ କରିଛି। ଏହାପରେ ମଙ୍ଗଳବାର ଦଳର ଖେଳାଳିମାନେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସ୍‌ପି ପ୍ରକାଶ ଆର୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଜିଲାପାଳ ଓ ଏସ୍‌ପି ସେମାନଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ଜିଲାପାଳ କହିଥିଲେ, ୨୦୨୦ ଜାନୁୟାରୀ ପ୍ରଥମ ସପ୍ତାହରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଦଳର କୃତିତ୍ୱକୁ ନେଇ ଏକ ପ୍ରଦର୍ଶନୀ କରାଯିବ। ଏହିଦିନ ସମସ୍ତ ଖେଳାଳିଙ୍କୁ ଟ୍ରାକ୍‌ ସୁଟ୍‌ ଓ ଜୋତା ପ୍ରଦାନ କରାଯିବ। ଏଥିସହ ଜାନୁୟାରୀ ୨୬ରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ କରାଯିବାକୁ ପରାମର୍ଶ ଦେଇଥିଲେ। ଏସ୍‌ପି ଦଳରେ ସ୍ଥାନ ପାଇଥିବା ୬ ଜଣ ପୋଲିସ ଖେଳାଳିଙ୍କୁ ବତନ୍ତ୍ର ଭାବେ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଥିଲେ। ଜିଲା ହ୍ୟାଣ୍ଡବଲ୍‌ ଆସୋସିଏଶନ୍‌ ପ୍ରତିଷ୍ଠାତା ପ୍ରିୟନାଥ ରାୟ, ସଭାପତି ବିପ୍ଳବ ଚୌଧୁରୀ, ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ, ଉପସଭାପତି ବିଜୟ ରାଉତ, କୋଚ୍‌ ଶ୍ରୀନିବାସ ରାଉତ, ପ୍ରସାଦ ରାୟ, ସଂଗ୍ରାମ କେଶରୀ ସ୍ବାଇଁ, ନିହାର ରଞ୍ଜନ ଜେନା, ସତ୍ୟସୂର୍ଯ୍ୟ ମଲ୍ଲିକ, ବୈଶାଳୀ ଭୋଇ, ମହିଳା ଦଳର କ୍ୟାପଟେନ୍‌ ପୁଷ୍ପାଞ୍ଜଳି ସ୍ବାଇଁ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଖେଳାଳି ସେମାନଙ୍କ ନାନା ସମସ୍ୟା ଓ ତାର ସମାଧାନ ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

ସୁନ୍ଦରଗଡ଼, ୧୮।୨ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କିରାଣି ଜଣେ ଡାକ୍ତରଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଇ ସୋମବାର ଅପରାହ୍ନରେ ଭିଜିଲାନ୍ସ ବିଭାଗ...

ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ...

ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ...

କ୍ୱାରାଣ୍ଟାଇନରେ ୮୮

ଭଦ୍ରକ ଅଫିସ,୨୩।୩-ଅନ୍ୟ ରାଜ୍ୟ ଓ ଦେଶରୁ ୧୧୧ଜଣ ଭଦ୍ରକ ଜିଲାକୁ ଆସିଥିବାବେଳେ ରାଜ୍ୟ ସରକାରଙ୍କ ଟୋଲଫ୍ରି ନମ୍ବର ମାଧ୍ୟମରେ ସେମାନେ ପଞ୍ଜୀକୃତ ହୋଇଥିବା ଜିଲା ପ୍ରଶାସନ...

‘ଧରିତ୍ରୀ’ର ପୂର୍ବତନ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୯।୪(ବ୍ୟୁରୋ): ଦୈନିକ ‘ଧରିତ୍ରୀ’ର ପୂର୍ବତନ କର୍ମଚାରୀ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଳାବର ପଞ୍ଚାୟତ କଣିହାଁ ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ...

ଲାଗିଲା ପୋଷ୍ଟର: କରୋନା ସଂକ୍ରମଣର ବାହକ ନ ହେବାକୁ ମାଓବାଦୀଙ୍କୁ ଆହ୍ବାନ

କୋକସରା, ୩୧।୩,(ଡି.ଏନ.ଏ.): କଳାହାଣ୍ଡି ଓ ନବରଙ୍ଗପୁର ଜଲା ସୀମାନ୍ତ ଆମପାଣି ଘାଟି ବିରିମୁହାଣ ଛକ ସମେତ ଆନ୍ଦିଝରନ, ଝୁଲେନବର, କୁଟ୍ରୁଠାରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋଷ୍ଟର ଲାଗିଛି।...

ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ

ପୁରୀ ଅଫିସ, ୫ା୧୨:ବିଶ୍ୱ ମାନଚିତ୍ରରେ ପୁରୀ ଏକ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ଭାବେ ପରିଚିତ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ବିଶ୍ୱସ୍ତରୀୟ କରିବା...

ସ୍ଥିତାବସ୍ଥା ବଜାୟ ରଖିଛି କଂଗ୍ରେସ

ଯାଜପୁର ଅଫିସ,୧-୧:ଗତ ସାଧାରଣ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। କଂଗ୍ରେସ ପ୍ରାର୍ଥତ୍ନୀ ବନ୍ଦିତା ପରିଡା ୩୦ହଜାରରୁ ଊର୍ଦ୍ଧ୍ୱ...

Advertisement
Archives

Model This Week