ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ଜିଲାପାଳଙ୍କ ଅଫିସ୍ର ଦୁଇଟିଯାକ ମୁଖ୍ୟ ଫାଟକରେ ଜଣେ ଯୁବକ ଶନିବାର ଅପରାହ୍ନ ୨ଟାରେ ହଠାତ୍ ତାଲା ପକାଇଦେଇଥିଲେ। ଲୋକମାନେ ତାହା ଦେଖିଥିଲେ ମଧ୍ୟ କିଛି ବୁଝିବା ପୂର୍ବରୁ ସେ ସେଠାରୁ ପଳାଇଯାଇଥିଲେ। ଲୋକେ ତାଙ୍କୁ ଅଟକାଇ କାରଣ ପଚାରିବାରୁ ଖାରସାହାପୁର ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନ ଥିବାରୁ କାହାରିକୁ ଜିଲାପାଳଙ୍କ ଅଫିସ୍ ବାହାରୁ ବାହାରିବାକୁ ଦେବେ ନାହଁି ବୋଲି ପ୍ରକାଶ କରିଥିଲେ। ଲୋକେ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ସେ ନିଜ ସାଇକେଲ ଛାଡ଼ି ଦୌଡ଼ି ପଳାଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍, ପରିସଂଖ୍ୟାନ, ଟ୍ରେଜେରୀ, ଡିସିପିଓ, ଜରୁରୀକାଳୀନ ଅଫିସ୍ ଓ ଦୁଇଟି ଅତିରିକ୍ତ ଜିଲାପାଳଙ୍କ ଅଫିସ୍ ସହିତ ପରିବାର ଅଦାଲତର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଉକ୍ତ ଅଫିସଗୁଡ଼ିକୁ ଆସିଥିବା ସାଧାରଣ ଲୋକମାନେ ପ୍ରାୟ ୧ଘଣ୍ଟା ଧରି ଅଟକି ରହିଥିଲେ। ଫାଟକରେ ତାଲା ପଡ଼ିବା ଯୋଗୁ କେହି ବାହାରକୁ ଯାଇପାରି ନ ଥିଲେ। ଉକ୍ତ ସମୟରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମଧ୍ୟାହ୍ନଭୋଜନ ପାଇଁ ବାସଭବନକୁ ଯାଉଥିବା ବେଳେ ଗେଟ୍ରେ ତାଲା ପଡ଼ିଥିବା ଦେଖି ସହଦେବଖୁଣ୍ଟା ପୋଲିସକୁ ଖବର ଦେଇଥିଲେ। ସସସ୍ତ ଅଫିସ୍ର କର୍ମଚାରୀ ଉଭୟ ଗେଟ୍ ନିକଟରେ ପହଞ୍ଚିଥିଲେ। ପରେ ଅତିରିକ୍ତ ଜିଲାପାଳଙ୍କ ପିଅନ ମୁଖ୍ୟ ଫାଟକରେ ତାଲା ଭାଙ୍ଗି ଫାଟକ ଖୋଲିଥିଲେ। ସହଦେବଖୁଣ୍ଟା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଲୋକେ କହିଛନ୍ତି।
Posted inଆମ ଜିଲା ଖବର, ବାଲେଶ୍ୱର View All
ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ
ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…
ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…
କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା
ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…
ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ
ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…
ଜନଗଣନା ବେଳେ କାମୁଡିଲା ସାପ
ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…
ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ
ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…
ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…
ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…
Archives

