ଜିଲାପାଳଙ୍କୁ ଭେଟିଲେ ଅନ୍ତେବାସୀ

ବରଗଡ଼ ଅଫିସ୍‌, ୯।୭- ବରଗଡ଼ ସହର ଉପକଣ୍ଠ ଚକରକେନ୍ଦ ନିକଟ ମାତୃଛାୟା ଓ ବାନପ୍ରସ୍ଥ ଆଶ୍ରମର ଅନ୍ତେବାସୀମାନେ ମଙ୍ଗଳବାର ମାତୃଛାୟା ଜିଲାପାଳଙ୍କୁ ଭେଟିଛନ୍ତି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସେମାନେ ସ୍ମାରକପତ୍ର ପ୍ରଦାନ କରି ମାତୃଛାୟାର ଭବିଷ୍ୟତ ଓ ବାନପ୍ରସ୍ଥର ସୁବ୍ୟବସ୍ଥା ଦିଗରେ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଉପରୋକ୍ତ ଆଶ୍ରମରେ ଅନ୍ତେବାସିନୀ, ଅନ୍ତେବାସୀମାନେ ଅତୀତର ଦୁଃଖକଷ୍ଟକୁ ଭୁଲି ହସଖୁସିରେ ରହିଛନ୍ତି । ଉତ୍ତମ ଖାଦ୍ୟ ବ୍ୟବସ୍ଥା ସାଙ୍ଗକୁ ଆଶ୍ରମ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ନେହ, ଶ୍ରଦ୍ଧାରେ ଆଶ୍ରୟ ଦେଇଛନ୍ତି । ମାତ୍ର କପୋଳକଳ୍ପିତଭାବେ ଷଡ଼ଯନ୍ତ୍ର କରି ମାତୃଛାୟକୁ ବଦ୍‌ନାମ କରିବା ପାଇଁ ଉଦ୍ୟମ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ମାତୃଛାୟା ବିରୋଧରେ ହୋଇଥିବା ମିଥ୍ୟା ଅଭିଯୋଗ କେବଳ ଉକ୍ତ ଅନୁଷ୍ଠାନ ନୁହେଁ, ଅନ୍ତେବାସୀଙ୍କ ମଧ୍ୟ ସମ୍ମାନହାନୀ କରୁଛି। ଉକ୍ତ ଆଶ୍ରମରେ ସେମାନେ ସୁରକ୍ଷିତ ଓ ନିରାପଦଭାବେ ରହୁଛନ୍ତି, ମାତ୍ର ମାତୃଛାୟା ବିରୋଧରେ ଅଣାଯାଇଥିବା ମିଥ୍ୟା ଅଭିଯୋଗ ସେମାନଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆଣୁଛି ବୋଲି ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ମାତୃଛାୟା ବିରୋଧରେ ହୋଇଥିବା ମିଥ୍ୟା ଅଭିଯୋଗ ତଥା ବଦନାମକୁ ଖଣ୍ଡନ କରି ଉକ୍ତ ଅନୁଷ୍ଠାନର ଭବିଷ୍ୟତ ଗଠନ ଦିଗରେ ବିହିତ ପଦକ୍ଷେପ ନେବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ବାନପ୍ରସ୍ଥ ଅନ୍ତେବାସୀମାନେ ମଧ୍ୟ ଜିଲାପାଳଙ୍କୁ ପୃଥକ ସ୍ମାରକପତ୍ର ପ୍ରଦାନ ସହିତ ଅନୁରୂପ ମତ ରଖିଥିବାବେଳେ ମାତୃଛାୟା, ବାନପ୍ରସ୍ଥର ସୁବ୍ୟବସ୍ଥା କରିବା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ମାତୃଛାୟାର ଜ୍ୟୋତ୍ସ୍ନାରାଣୀ ସାହୁ, ସରିତା ଦୀପ, ଦୁଲଣା ବେହେରା, ସବିତା ସାହୁ, ବାନପ୍ରସ୍ଥର କଳାକାହ୍ନୁ ପ୍ରଧାନ, ରାଜକୁମାର ଗୁପ୍ତା, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ବହୁସଂଖ୍ୟକ ଅନ୍ତେବାସୀ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଆସିଥିଲେ। ପ୍ରକାଶଥାଉକି, ଗତ କିଛିଦିନ ତଳେ ଜଣେ ନାବାଳିକା ଶିଶୁ ସୁରକ୍ଷା ସମିତି(ସିଡବ୍ଲୁସି)କୁ ଫେରାଦ ହୋଇ ଉକ୍ତ ଅନୁଷ୍ଠାନ ବିରୋଧରେ ଅଭିଯୋଗ କରିଥିବାବେଳେ ପୋଲିସରେ ମଧ୍ୟ ଏତଲା ଦେଇଥିଲେ ଏବଂ ଘଟଣାଟି ତଦନ୍ତାଧିନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri