ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା ‘#ମିଠୁ’ ଅଭିଯାନ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଗତ ବର୍ଷ ୧୬ ଫେବୃଆରୀରେ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଏକ ଅସଦାଚରଣ ମାମଲା ରୁଜୁ କରିଥିଲା। ବିଚାରପତି ଅଜୟ ମୋହନ ଗୋୟଲ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନ ପତ୍ରର ସମସ୍ତ ତଥ୍ୟ ତଥା ମାମଲା ସହ ଜଡ଼ିତ ରେକର୍ଡକୁ ଅବଲୋକନ କରିବା ପରେ ଏହି ରାୟ ଶୁଣାଇଛନ୍ତି। ଆବେଦନପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ, ଜିତେନ୍ଦ୍ରଙ୍କର ଜଣେ ଦୂର ସମ୍ପର୍କୀୟା ଭଉଣୀ ୪୭ ବର୍ଷ ପୂର୍ବେ ଘଟିଥିବା ଘଟଣାକୁ ନେଇ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଜିତେନ୍ଦ୍ର ଏନେଇ ହାଇକୋର୍ଟଙ୍କ ନିକଟରେ ଏକ ଆବେଦନପତ୍ର ଦାଖଲ କରି ଏହି ମାମଲାକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ମୋତେ ବ୍ଲାକମେଲ୍‌ କରିବା ଉଦ୍ଦେଶ୍ୟରେ ଏଭଳିି ମାମଲା ରୁଜୁ କରାଯାଇଛି। କଥିତ ଘଟଣାର ଏତେ ବର୍ଷ ପରେ ମାମଲା କାହିଁକି ରୁଜୁ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଅପରପକ୍ଷରେ ଏହି ଘଟଣାକୁ ସର୍ବ ସମ୍ମୁଖକୁ ଆଣିବାକୁ ତାଙ୍କୁ ବର୍ଷ ବର୍ଷ ଲାଗିଯାଇଥିଲା। ଚଳିତ ଦିନରେ ଅସଦାଚରଣ ବିରୁଦ୍ଧରେ ଚାଲିଥିବା ‘#ମିଠୁ’ ଅଭିଯାନ ଯୋଗୁଁ ଏହି ଘଟଣା ଉପରୁ ପରଦା ଉଠାଇବାକୁ ତାଙ୍କୁ ସାହସ ମିଳିଥିଲା ବୋଲି ଜିତ୍ରେନ୍ଦ୍ରଙ୍କ ସମ୍ପର୍କୀୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri