ଜାଳ ସଂଗ୍ରହ ବେଳେ ମିଳିଲା ଶିବଲିଙ୍ଗ

ଖଇରା, ୧୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସାଦିକପୁର ଗ୍ରାମର ମୋହନ ମହାନ୍ତି ଜାଳ ଉଦ୍ଦେଶ୍ୟରେ ମାଉସୀ ବାଡି ମନ୍ଦିର ନିକଟରେ ଥିବା ପୋଲ କଡରେ କିଛି ଅମରିଗଛ କାଟି ଶୁଖାଇଥିଲେ। ଇତିମଧ୍ୟରେ ମୋହନ ମହାନ୍ତିଙ୍କ ପରଲୋକ ହେବାର ଅନ୍ୟୁନ ୨୦ଦିନ ବିତିଯାଇଛି ା ଶନିବାର ସ୍ବର୍ଗତ ମୋହନଙ୍କ ନାତି ଉକ୍ତ ଜାଳ ସଂଗ୍ରହ ପାଇଁ ଶୁଖିଲା ଅମରି ସଂଗ୍ରହ କରୁଥିବା ବେଳେ ଗୋଡରେ ପଥର ବାଜିବାରୁ ସେ ଝୁଣ୍ଟି ପଡି ସାଙ୍ଗମାନଙ୍କୁ ଡାକିଥିଲେ। ସାଙ୍ଗମାନେ ପହଞ୍ଚିବା ପରେ କଣ୍ଟାବୁଦା ସଫା କରି ତାହା ଦେଖିବା ପରେ ତାହା ଏକ ଶିବ ଲିଙ୍ଗ ବୋଲି ଜଣାପଡିଥିଲା। ପରେ ତାକୁ ଧୁଆଧୋଇ କରି ଗ୍ରାମବାସୀ ଜଗନ୍ନାଥଙ୍କ ମାଉସୀବାଡି ହେଉଥିବା ଗୃହ ଚାନ୍ଦିନୀରେ ରଖିଥିଲେ। ପରେ ଗ୍ରାମବାସୀ ବସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପୂର୍ବତନ ୱାର୍ଡସଭ୍ୟ ଅତୁଲ୍ୟ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଞ୍ଚଳରେ ପାଇପ୍‌ଯୋଗେ ପାନୀୟ ଜଳ ଯୋଗାଣ: ରାସ୍ତା ପାର୍ଶ୍ୱ ଖୋଳା କାମକୁ ବିରୋଧ

କାଳିଆପାଣି,୧୯ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ବିନିଯୋଗରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାମ ଚାଲିଛି। କାଙ୍କଡ଼ପାଳ ଗ୍ରାମଠାରୁ ପାନୀୟଜଳ...

ମନ୍ଦିରରେ ଗହଳି ନିୟନ୍ତ୍ରଣ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୧୬।୧୧- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲଠାରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲା କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ...

ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ମନା

ପୁରୀ ଅଫିସ,୨୫।୧୧: ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ହୋମ୍‌ ଗାର୍ଡ,ଓଏସ୍‌ଏପି ଯବାନ ସମେତ ପୋଲିସ କର୍ମଚାରୀଙ୍କୁ ମୋବାଇଲ୍‌ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଫଟୋ, ଭିଡିଓ...

ନିରାଶ କରୁଛି ମୌସୁମୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉ ନ ଥିବାରୁ ଟ୍ରପ୍‌ଲାଇନ୍‌ ଏବେ ସକ୍ରିୟ ନାହିଁ। ଏଥିଯୋଗୁ ରାଜ୍ୟରେ ଆଷାଢ଼ ମାସରେ ନିଅଣ୍ଟିଆ ବର୍ଷା...

ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ଘରୋଇ ସଂସ୍ଥାକୁ ସେସୁ ପରିଚାଳନା ଦାୟିତ୍ୱକୁ ବିରୋଧ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ବିଦ୍ୟୁତ୍‌ ବିତରଣ ପରିଚାଳନା ସଂସ୍ଥା ସେସୁକୁ ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ସିପିଆଇଏମ ଘୋର୍‌ ବିରୋଧ କରିଛି। ଏନେଇ...

ରାଜ୍ୟ ସ୍ଥିତି ସମ୍ପର୍କରେ ନଡ୍ଡାଙ୍କୁ ଜଣାଇଲେ ସମୀର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଗତ ବୁଧବାର ନୂଆଦିଲ୍ଲୀଠାରେ ସାକ୍ଷାତ୍‌ କରିଛନ୍ତି। ଆଲୋଚନା ବେଳେ ସାମ୍ପ୍ରତିକ ରାଜନୈତିକ...

ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ

ପୁରୀ ଅଫିସ, ୧୬।୬: ଚଳିତ ବର୍ଷ କରୋନା ପାଇଁ ରଥଯାତ୍ରା ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ସମସ୍ତେ ମହାପ୍ରଭୁଙ୍କ...

Advertisement
Archives

Model This Week