ବେତନଟୀ,୩୧ା୭(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଆଞ୍ଚଳିକ ଡାକ୍ତରଖାନାରେ ଜାଲ୍ ନିଯୁକ୍ତିପତ୍ର ଦେଇ ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିବା ଜଣେ ଯୁବକଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ ନିକଟ ବଡଖୁଆ ଗ୍ରାମର କୁରବାନ ମହମ୍ମଦ (୩୮) ବୋଲି ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି। ଗତ ୨୫ ତାରିଖରେ କୁରବାନ ଏକ ନିଯୁକ୍ତିପତ୍ର ଧରି ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତପନ ବେହେରାଙ୍କୁ ସାକ୍ଷାତ କରି ସେ ଚାକିରିରେ ଯୋଗ ଦେଇଥିଲେ। ମଙ୍ଗଳବାର ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ପହଞ୍ଚି ସେ ନିଯୁକ୍ତିପତ୍ର ଦେଖାଇବା ପରେ ଏହା ଜାଲ୍ ବୋଲି ଜଣାପଡିଥିଲା। ଏଥିନେଇ ଡା.ଦାସ ବୈଶିଙ୍ଗା ଥାନାରେ ଅଭିଯୋଗ କରିବାରୁ ପୋଲିସ କୁରବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୧୩୯/୧୯) ରୁଜୁ ହୋଇଛି। ଏହି ଜାଲ ନିଯୁକ୍ତିପତ୍ର ସେ କେଉଁଠୁ ଆଣିଲେ ଓ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି ଏନେଇ ପୋଲିସ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି କହିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ
ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬...

୧୭ରୁ ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା: ୭ ଦିନ ଧରି ଚାଲିବ, ପଡ଼ିବ ୨୪୦ ଷ୍ଟଲ
ଅନୁଗୋଳ ଅଫିସ, ୧୩।୯-ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳ ଜିଲାର ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ୨୩ ତାରିଖ...

କ୍ଷେତକୁ ନିଅଣ୍ଟ ସାର
ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ...
ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା
ମାଧପୁର, ୨୫।୩(ଡି.ଏନ୍.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ...

ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍ ୧୯ର ସମସ୍ତ ନିୟମ ପାଳନ...

ମାଟି ତଳୁ ବାହାରିଲା ମୃତଦେହ; ସ୍ତ୍ରୀ, ପ୍ରେମିକ ମିଶି ହତ୍ୟା କରିଥିବା ସନ୍ଦେହ
ଜଳେଶ୍ୱର, ୧୫ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କଳମା ପଞ୍ଚାୟତ ଅଧୀନ ପ୍ରସାଦଶୋଳ ଜଙ୍ଗଲରୁ ରବିବାର ମାଟିରେ ପୋତା ହୋଇଥିବା ଏକ ମୃତଦେହ ଉଦ୍ଧାର...

ହାତୀଦାନ୍ତ ଜବତ, ୨ ଶିକାରୀ ଗିରଫ
ଭୁବନେଶ୍ୱର, (ବ୍ୟୁରୋ)/ ବଲାଙ୍ଗୀର ଅଫିସ,୯।୧୨: କଠୋର ଆଇନ ଓ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବନ୍ୟଜନ୍ତୁ ଶିକାର ଏବଂ ଚୋରା ଚାଲାଣ ବନ୍ଦ ହୋଇପାରୁ ନାହିଁ। ନଭେମ୍ବର...
‘ସରକାରଙ୍କ ଯୋଜନା ଜାଣି ସୁବିଧା ନିଅ’
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୧ା୨- ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏସବୁ ଯୋଜନା ବିଷୟରେ ଗ୍ରାମାଞ୍ଚଳର ଆଦିବାସୀ ଏବଂ ପଛୁଆବର୍ଗର ଲୋକେ ଜାଣି ପାରୁନାହାନ୍ତି।...