ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏନେଇ ବ୍ଲକର ଯୋଗାଣ ନିରୀକ୍ଷକ, ରାଜସ୍ବ ନିରୀକ୍ଷକ ଓ କୃଷି ଗ୍ରାମସେବକଙ୍କୁ ନେଇ ଗଠିତ ସ୍କ୍ବାଡ୍‌ ଯାଞ୍ଚ ଆରମ୍ଭ କରିଛନ୍ତି। ତଦନ୍ତ ପରେ ପ୍ରକୃତ ଭାଗଚାଷୀ କେତେ ରହିଛନ୍ତି, ସେନେଇ ତଥ୍ୟ ମିଳିବା ପରେ ଜାଲ ଭାଗଚାଷୀଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ମଣ୍ଡିରେ ଧାନ ବିକ୍ରି ହୋଇସାରିଥିଲେ ମଧ୍ୟ ଭାଗଚାଷୀ ଜାଲ ବୋଲି ଯାଞ୍ଚ ବେଳେ ଜଣାପଡ଼ିଲେ ପଦକ୍ଷେପ ନେବ ପ୍ରଶାସନ।
ଉଲ୍ଳେଖଯୋଗ୍ୟ, ଜିଲାରେ ୪୨୭୪ ଜଣ ଭାଗଚାଷୀ ନାମ ପଞ୍ଜିକରଣ କରିଛନ୍ତି। କିନ୍ତୁ ଏନେଇ ମାତ୍ର ୪୨୫୨ ଜଣ ଜମି ମାଲିକଙ୍କଠାରୁ ଭାଗଚାଷ କରୁଥିବା ସମ୍ପର୍କିତ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି। ଅବଶିଷ୍ଟ ୨୮ ଜଣ ଏନେଇ କୌଣସି କାଗଜାତ ଦାଖଲ କରିପାରି ନାହାନ୍ତି। ପଞ୍ଜିକୃତ ଭାଗଚାଷୀଙ୍କ ମଧ୍ୟରେ ବୋରିଗୁ୍‌ମ୍ମା ବ୍ଲକରେ ସର୍ବାଧିକ ୧୬୦୬ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ଏନେଇ ସମସ୍ତ କାଗଜପତ୍ର ଦେଇଛନ୍ତି। ସେହିପରି ଜୟପୁର ବ୍ଲକରେ ୧୦୯୫ ଜଣଙ୍କ ମଧ୍ୟରୁ ୧୦୯୧ ଜଣ, କୁନ୍ଦୁରା ବ୍ଲକରେ ୭୨୧ ଜଣଙ୍କ ମଧ୍ୟରୁ ୭୧୫ ଜଣ, କୋଟପାଡ଼ରେ ୪୬୭ ଜଣଙ୍କ ମଧ୍ୟରୁ ୪୬୨ ଜଣ ଏବଂ ସେମିଳିଗୁଡ଼ାରେ ୨ ଜଣଙ୍କ ମଧ୍ୟରୁ ଜଣେ ଭାଗଚାଷୀ ସମସ୍ତ କାଗଜପତ୍ର ଦାଖଲ କରିଛନ୍ତି। ବନ୍ଧୁଗାଁରେ ୭, ବୈପାରୀଗୁଡ଼ା ୩୧୦, ଦଶମନ୍ତପୁର ୪୭, କୋରାପୁଟ ୬, ଲମତାପୁଟ ୮, ନନ୍ଦପୁର ୩, ପଟ୍ଟାଙ୍ଗିରେ ୨ ଜଣ ଭାଗଚାଷୀ ରହିଛନ୍ତି। ନାରାୟଣପାଟଣା ଓ ଲକ୍ଷ୍ମୀପୁର ପଞ୍ଚାୟତରେ କୌଣସି ଭାଗଚାଷୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri