Posted inଖେଳ

ଜାମଶେଦପୁର ଏଫ୍‌ସିର କ୍ରମାଗତ ଦ୍ୱିତୀୟ ବିଜୟ

ଜାମସେଦପୁର,୩୦ା୧୦: ସ୍ଥାନୀୟ ଜେଆର୍‌ଡି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ମଙ୍ଗଳବାର ଚଳିତ ୬ଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ)ର ଦଶମ ମ୍ୟାଚରେ ନବାଗତ ହାଇଦ୍ରାବାଦ ଏଫ୍‌ସିକୁ ୩-୧ ଗୋଲରେ ହରାଇ ଜାମଶେଦପୁର ଏଫ୍‌ସି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଓଡିଶା ଏଫ୍‌ସିକୁ ୨-୧ରେ ପରାସ୍ତ କରିଥିବା ଜାମଶେଦପୁର ଦଳ ଏହି ବିଜୟ ସହିତ ପୁରା ୬ ପଏଣ୍ଟ ସଂଗ୍ରହ କରି ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି l
ଜାମଶେଦପୁର ପକ୍ଷରୁ ଫାରୁକ ଚୌଧୁରୀ, ଆନିକେତ ଯାଦବ ଓ ସର୍ଜିଓ କାଷ୍ଟେଲ ଗୋଲ ଦେଇଥିବା ବେଳେ ହାଇଦ୍ରାବାଦ ତରଫରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ ମାର୍ସେଲିନୋ ପେରେରା। ପୂର୍ବ ମ୍ୟାଚରେ ଏଟିକେଠାରୁ ୫-୦ରେ ହାରିଥିବା ହାଇଦ୍ରାବାଦ ଦଳର ଏହା କ୍ରମାଗତ ଦ୍ୱିତୀୟ ପରାଜୟ l ମ୍ୟାଚରେ ଘରୋଇ ଜାମଶେଦପୁର ଦଳ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଆପଣାଇ ଗୋଲ ଦେବାର ଏକାଧିକ ସୁଯୋଗ କରିଥିଲା। କିନ୍ତୁ ଦୁର୍ବଳ ଫିନିଶିଂ ଏବଂ ହାଇଦ୍ରାବାଦ ଗୋଲରକ୍ଷକ ତଥା ଅଧିନାୟକ କମଲଜିତ ସିଂଙ୍କ ଲଢୁଆ ପ୍ରଦର୍ଶନ ଯୋଗୁ କୌଣସି ଗୋଲ ହୋଇ ନ ଥିଲା l ମଙ୍ଗଳବାର ଖେଳରେ ମାରୁତି ସୁଜୁକି ଲିମିଟ୍‌ଲେସ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ସର୍ଗିଓ କାଷ୍ଟେଲଙ୍କୁ ଏବଂ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ଫାରୁକ ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା l ସେହିପରି ଆନିକେତ ଯାଦବ ଆଇଏସ୍‌ଏଲ୍‌ ଇମର୍ଜିଂ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଜୁନିୟର ହକି କ୍ୟାମ୍ପ୍‌ ପାଇଁ ଓଡ଼ିଶାରୁ ୫

ନୂଆଦିଲ୍ଲୀ, ୧୨।୫(ପି.ଟି.)- ବେଙ୍ଗାଲୁରୁଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜୁନିୟର ପୁରୁଷ ହକି କୋଚିଂ କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୩୩...

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା...

ଦେଶର ସ୍ଥିତିକୁ ନେଇ ଭାଙ୍ଗି ପଡ଼ିଛନ୍ତି ଏହି କ୍ରିକେଟର; ସ୍ବାଧୀନତା ଦିବସ ଅବସରରେ…

କାବୁଲ,୨୦।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ କ୍ରିକେଟ ମୁଖ୍ୟାଳୟରେ ମଧ୍ୟ ପ୍ରବେଶ କରିଛି। ଏଭଳି ଭୟର ବାତାବରଣ ମଧ୍ୟରେ ଦେଶବାସୀ ନିଜ ଜୀବନ...

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ...

ବିନା ପରିବର୍ତ୍ତନରେ ଓହ୍ଲାଇଲା ସିଏସ୍‌କେ

ନୂଆଦିଲ୍ଲୀ,୧।୫ : ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ।...

ସ୍ବତନ୍ତ୍ର ବୋଲିଂ ଶୈଳୀଯୋଗୁ ବୁମ୍‌ରା ଭିନ୍ନ : ଥମ୍ପସନ

ନୂଆଦିଲ୍ଲୀ, ୨୧।୫(ପି.ଟି.)-ଦ୍ରୁତ ବୋଲିଂ ମାଧ୍ୟମରେ ନିଜ ସମୟରେ ବିଶ୍ୱର ବ୍ୟାଟ୍ସମ୍ୟାନମାନଙ୍କୁ ଭୟଭୀତ କରାଇ ପାରିଥିବା ଇଂଲଣ୍ଡର ଜେଫ୍‌ ଥମ୍ପସନ ଏବେ ଭାରତର ଯଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନରେ...

ହାର୍ଦ୍ଦିକଙ୍କ ପୁଅଙ୍କୁ କୋଳରେ ଧରି ଭାବୁକ ହେଲେ ଭାଇ କୃଣାଳ, କହିଲେ ଏପରି କଥା..

ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର...

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା...

Advertisement
Archives

Model This Week