Posted inଖେଳ

ଜାଭେଲିନ୍‌ ଥ୍ରୋୟର ଅମିତ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍‌ ଥ୍ରୋୟର ଅମିତ୍‌ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ନ୍ୟାଶନାଲ ଜାଭେଲିନ୍‌ ଥ୍ରୋ ଓପନ ଚାମ୍ପିୟନଶିପ୍‌ରେ ଡୋପ୍‌ ସାମ୍ପଲ ସଂଗ୍ରହ ବେଳେ ସେ ନିଜେ ନ ଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଠାଇ ଦେଇଥିଲେ। ୨୦୧୯ ଏପ୍ରିଲ ୧୬ରେ ହରିୟାଣାର ସୋନେପତଠାରେ ଅନୁଷ୍ଠିତ ଏହି ଇଭେଣ୍ଟରେ ଦାହିୟା ୬୮.୨୧ ମିଟର ଜାଭେଲିନ୍‌ ଥ୍ରୋ କରି ତୃତୀୟ ହୋଇଥିଲେ। ଇଭେଣ୍ଟ ପରେ ନ୍ୟାଶନାଲ ଆଣ୍ଟି ଡୋପିଂ ଅଫିସିଆଲ ମାନେ ୨୧ବର୍ଷୀୟ ଦାହିୟାଙ୍କୁ ଡୋପିଂ ସାମ୍ପଲ ଦେବାକୁ କହିଥିଲେ। ସାମ୍ପଲ ସଂଗ୍ରହ ପ୍ରକୋଷ୍ଠକୁ ସେ ନିଜେ ନ ଯାଇ ଅନ୍ୟ ଜଣଙ୍କୁ ପଠାଇ ଦେଇଥିଲେ। ଯାଞ୍ଚ ବେଳେ ନାଡା ଡୋପ୍‌ ସଂଗ୍ରହକାରୀମାନେ ଜାଣିବାକୁ ପାଇଥିଲେ ଯେ, ଯେଉଁ ବ୍ୟକ୍ତି ଡୋପ୍‌ ସାମ୍ପଲ ଦେବା ଲାଗି ଆସିଥିଲେ ସେ ଅମିତ ନୁହଁନ୍ତି। ଫଳରେ ବ୍ରୋଞ୍ଜ ପଦକ ବିଜେତାଙ୍କ ଚାଲବାଜି କାମ କରି ନ ଥିଲା। ନାଡା ଡାହିୟାଙ୍କୁ ଗତ ବର୍ଷ ଜୁଲାଇ ୧୬ରେ ସାମୟିକ ସସ୍‌ପେଣ୍ଡ କରିଥିଲା। ଚଳିତ ବର୍ଷ ଜାନୁୟାରୀ ୯ରେ ଏହି ମାମଲାକୁ ଏଡିଡିପିକୁ ହସ୍ତାନ୍ତର କରିଥିଲା। ଏଡିଡିପି ଏହାର ବିଚାର କରି ଦାହିୟାଙ୍କୁ ସାମୟିକ ସସ୍‌ପେଣ୍ଡ ତାରିଖଠାରୁ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri