ଜଗତ୍ସିଂହପୁର ଅଫିସ,୧୪।୩: ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜଣେ ନାବାଳକ ଛାତ୍ରଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ସିବିଏସ୍ଇ ନିର୍ଦ୍ଦେଶନାମାର ଖିଲାପ କରାଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଛାତ୍ର ଓ ତାଙ୍କ ବାପା ୨୦୧୫ରେ ଜଗତ୍ସିଂହପୁର ଜିଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ମଞ୍ଚର ଭାରପ୍ରାପ୍ତ ସଭାପତି ସକୁନ୍ତଳା ଚୌଧୁରୀ ଓ ସଭ୍ୟ ଲକ୍ଷ୍ମୀ ନାରାୟଣ ଦାଶ ଚୌଧୁରୀ ହାଇସ୍କୁଲର ସମ୍ପାଦକ ଓ ଅଧ୍ୟକ୍ଷଙ୍କୁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ବାବଦ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ମଧ୍ୟରେ ଏହା ଦେବାକୁ ନିର୍ଦ୍ଦେଶ ରହିଛି।
ନିର୍ଦ୍ଦେଶରେ ଉଲ୍ଲେଖ ଅଛି, ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପି. ଶକ୍ତିପ୍ରୟାସ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିକ୍ଷାଲାଭ କରୁଥିବା ବେଳେ ତାଙ୍କୁ ବାଧ୍ୟତାମୂଳକ ଟିସି ଦିଆଯିବା ପାଇଁ ୧୪ା୯ା୧୫ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରି କି ଶିକ୍ଷାବର୍ଷ ଶେଷରେ ଛାତ୍ରଙ୍କୁ ହାଇସ୍କୁଲ ସମ୍ପାଦକ ଓ ଅଧ୍ୟକ୍ଷ ପୁନଃ ନାମଲେଖାଇବା ପାଇଁ ସୁଯୋଗ ଦେଇ ନ ଥିଲେ। ଏହାର ପ୍ରତିବାଦରେ ଅଭିଯୋଗକାରୀ ଓଏସ୍ସିପିସିଆର୍ (ଓଡ଼ିଶା ଷ୍ଟେଟ୍ କମିଶନ ଫର ପ୍ରୋଟେକ୍ସନ୍ ଫର ଚାଇଲ୍ଡ ରାଇଟ୍ସ)ର ଆଶ୍ରୟ ନେଇଥିଲେ। ଓଏସ୍ସିପିସିଆର୍ ପକ୍ଷରୁ ମାମଲା ସଂଖ୍ୟା ୭୬୪/୧୫ ରୁଜୁ କରାଯାଇ ୭ଦିନ ମଧ୍ୟରେ ଛାତ୍ରଙ୍କୁ ପୁନଃ ନାମଲେଖାଇବା ପାଇଁ ପ୍ରତିପକ୍ଷଦ୍ୱୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରତିପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଅନ୍ୟପଟେ ସିବିଏସ୍ଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ମଧ୍ୟ ବିନା ଅନୁଧ୍ୟାନରେ ବିଦ୍ୟାଳୟକୁ ଆଫିଲିଏସନ୍ ଦେଇଥିଲେ। ଅଭିଯୋଗକାରୀ ଏକଥା ମଧ୍ୟ ଦର୍ଶାଇଥିଲେ ଯେ, ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା କେତେକ ଶିକ୍ଷକଙ୍କ ଆବଶ୍ୟକ ଯୋଗ୍ୟତା ନାହିଁ। କେବଳ ଏତିକି ନୁହେଁ, ବିଦ୍ୟାଳୟର ଖେଳ ପଡିଆ ଓ କମ୍ପ୍ୟୁଟର ଲାବ୍ ନ ଥିବା ସାଙ୍ଗକୁ ଶିକ୍ଷକ-ଛାତ୍ର ଅନୁପାତ ପାଳନ କରାଯାଉନାହିଁ। ଯାହାକି ସିବିଏସ୍ଇ ନିର୍ଦ୍ଦେଶନାମାର ଖିଲାପ। କିନ୍ତୁ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଆଦାୟ ଚାଲିଛି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କଠାରୁ ଫି’ବାବଦ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଏହା ଉପରେ ମଞ୍ଚ ପକ୍ଷରୁ ସମସ୍ତ ୪ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଥିଲା। ପ୍ରତିପକ୍ଷମାନେ ମଞ୍ଚରେ ସେମାନଙ୍କ ଯୁକ୍ତି ଉପସ୍ଥାନ କରିଥିଲେ। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ସେମାନଙ୍କ ନାଁରେ କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ। ସିବିଏସ୍ଇର ଦୁଇ ଅଧିକାରୀ ଅନୁରୂପ ଭାବେ ସେମାନଙ୍କ ଯୁକ୍ତି ଶୈଳୀରେ ଆଇନର ଭୁଲ ଧାରଣା ସୃଷ୍ଟି ପାଇଁ ଉଦ୍ୟମ ହୋଇଥିବା ପ୍ରମାଣ କରିବାକୁ ଚାହିଁଥିଲେ। ସେମାନେ କହିଥିଲେ ଅଭିଯୋଗ ଉପରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଗାଇଡ ଲାଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଇଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଉପରେ ମଞ୍ଚ ପକ୍ଷରୁ ରାୟରେ ଉଲ୍ଲେଖ କରାଯାଇଛି ୨୦୦୯ ଶିକ୍ଷା ଅଧିକାର ଆଇନର ଅନୁଚ୍ଛେଦ ୨୧(ଏ) ଅନୁଯାୟୀ କୌଣସି ପିଲାର ବୟସ ୬ରୁ ୧୪ ବର୍ଷ ଭିତରେ ହୋଇଥିଲେ ତାଙ୍କୁ ଶିକ୍ଷାନୁଷ୍ଠାନ ନାମଲେଖାରୁ ବଞ୍ଚତ୍ତ କରିପାରବେ ନାହିଁ। ଏପରି କି ବିଦ୍ୟାଳୟରୁ ବହିଷ୍କାର କରିପାରିବ ନାହିଁ। ଏଥିରୁ ସ୍ପଷ୍ଟ ଅଭିଯୋଗକାରୀଙ୍କ ପ୍ରତି ଅନ୍ୟାୟ ହୋଇଛି। ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ ହୋଇଛି। ତେଣୁ ଏନେଇ ଅଭିଯୋଗକାରୀଙ୍କୁ ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ କ୍ଷତିପୂରଣ ବାବଦରେ ୪ ଲକ୍ଷ, ସେବା ଦେବାରେ ଖିଲାପ ଓ ମାନସିକ ଯନ୍ତ୍ରଣା ଦେଇଥିବାରୁ ୧ ଲକ୍ଷ, ବିବାଦ ସୃଷ୍ଟି କରିଥିବାରୁ ୨୦ ହଜାର ଏହିପରି ମୋଟ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ମଞ୍ଚ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All
ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…
ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ
ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…
ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ
ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…
ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…
ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର
ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…
ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…
ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…
ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍ ସ୍କୁଲ,…
Archives

