ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା ଦିଆଯାଉଛି। ଏହି ଅଭିଯାନ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। କୌଣସି ପିଲାଙ୍କୁ ଯେପରି ୨ ଥର ଟିକା ଦିଆ ନ ଯିବ ସେନେଇ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଏଏନ୍‌ଏମ୍‌ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଜଗତ୍‌ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ହୋଇଥିବା ଲକ୍ଷ୍ୟ କରାଯାଇଛି। ଜଣେ ୮ ବର୍ଷର ଶିଶୁଙ୍କୁ ୪ ଦିନ ଭିତରେ ୨ ଥର ଟିକା ଦିଆଯାଇଛି। ଏହାପରେ ଶିଶୁକୁ ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ନିକଟସ୍ଥ କ୍ଲିନକରେ ଥିବା ଶିଶୁରୋଗ ବିଶେଷଜ୍ଞ ଡା. ଅଜୟ ସ୍ବାଇଁଙ୍କ ପାଖକୁ ଯାଇ ନିରାଶ ହେବାକୁ ପଡ଼ିଥିଲା। ଡା. ସ୍ବାଇଁ ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରାଇ ଶେଷରେ ଚିକିତ୍ସା କରିବା ପରିବର୍ତ୍ତେ ଫେରାଇ ଦେଇଥିଲେ। କହିଥିଲେ, ଯେଉଁଠି ଟିକା ଦିଆଯାଇ ଥିଲା ସେଠିକୁ ଶିଶୁକୁ ନେଇଯାଅ। ଡା. ସ୍ବାଇଁଙ୍କ ଏହି କଥା ଶିଶୁଙ୍କ ପିତାଙ୍କୁ ଆଘାତ ଦେଇଥିଲା। ତଥାପି ଅନନ୍ୟୋପାୟ ହୋଇ ଶିଶୁଙ୍କୁ ଧରି ତାଙ୍କ ପିତା ଟିକାଦାନ କେନ୍ଦ୍ରକୁ ଯାଇଥିଲେ। ସେଠାରେ ମଧ୍ୟ ନିରାଶ ହୋଇଥିଲେ। ଏହି ଘଟଣା ଘଟିଛି ଜଗତ୍‌ସିଂହପୁର ବ୍ଲକ ଶାଳଜଙ୍ଗ(ହଂସରାମ ପାଟଣା) ସାରଦା ଚରଣ ସେଠୀଙ୍କ ୮ବର୍ଷର ପୁଅ ସୌମ୍ୟରଞ୍ଜନ କ୍ଷେତ୍ରରେ। ତେବେ ଏଡିଏମ୍‌ଓ (ପିଏଚ୍‌) ଡା. ବସନ୍ତ ବାରିକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ପିଲାଟିର କିଛି ଅସୁବିଧା ହେବନାହିଁ। କିନ୍ତୁ ଏତେ କମ ଦିନ ଭିତରେ ୨ ଥର ଟିକା ଦିଆଯିବା ଠିକ ନୁହେଁ। ଏଥିସହ ଡା. ସ୍ବାଇଁ ଶିଶୁର ବାପାଙ୍କୁ କାହିଁକି ନିରାଶ କରିଛନ୍ତି ତା ଉପରେ ପଚାରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।
ଘଟଣା ଥିଲା ଏହିପରି। ସୌମ୍ୟରଞ୍ଜନ ଗାଁ ବିଦ୍ୟାଳୟ ଅର୍ଥାତ୍‌ ଗୋପବନ୍ଧୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢନ୍ତି। ୧୮ ତାରିଖରେ ସେ ଗାଁ ବିଦ୍ୟାଳୟରେ ଜାପାନିଜ ଏନସେଫାଲାଇଟିସ୍‌ ଟିକା ନେଇଥିଲେ। ପରେ ମା,ବାପାଙ୍କ ସହ ସୌମ୍ୟରଞ୍ଜନ ମାମୁଘର ଅର୍ଥାତ୍‌ ବାଲିକୁଦା ବ୍ଲକ ବଡଗାଁର ପ୍ରହଲ୍ଲାଦ ସେଠୀଙ୍କ ଘରକୁ ଯାଇଥିଲେ। ସୌମ୍ୟରଞ୍ଜନ ଓ ତାଙ୍କ ମାଙ୍କୁ ଛାଡିଦେଇ ସାରଦା ଘରକୁ ଫେରିଥିଲେ। ସେବେଠାରୁ ସୌମ୍ୟରଞ୍ଜନ ଓ ତାଙ୍କ ମା’ ବଡ଼ଗାଁରେ ଅଛନ୍ତି। ତେବେ ଶୁକ୍ରବାର ଗଡ଼ରୋଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଜାପାନିଜ ଏନସେଫାଲାଇଟିସ୍‌ ଟିକା ଦିଆଯାଉଥିଲା। ସୌମ୍ୟରଞ୍ଜନଙ୍କ ମାଇଁଙ୍କ ଝିଅ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି। ଟିକା ଦିଆଯାଉଥିବାରୁ ମାଇଁ ଏହି ଝିଅ ଓ ସୌମ୍ୟରଞ୍ଜନଙ୍କୁ ଧରି ବିଦ୍ୟାଳୟ ଯାଇଥିଲେ। ମାମୁଁଙ୍କ ଝିଅ ଟିକା ନେଲା ପରେ ଉପସ୍ଥିତ ଏଏନ୍‌ଏମ୍‌ ସୌମ୍ୟରଞ୍ଜନଙ୍କୁ ଟିକା ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କାଳେ ସୌମ୍ୟରଞ୍ଜନ ତାଙ୍କ ଗାଁରେ ଟିକା ନେଇଥିବେ ସେ କଥା ତାଙ୍କ ମାଇଁ ଜାଣି ନ ଥିବାରୁ ପ୍ରଥମେ ରାଜି ହୋଇ ନ ଥିଲେ। କିନ୍ତୁ ଆଙ୍ଗୁଳିରେ କଳା ଦାଗ ନ ଥିବାରୁ ସୌମ୍ୟରଞ୍ଜନ ଟିକା ନେଇ ନ ଥିବା କହି ଏଏନ୍‌ଏମ୍‌ ଦିଦି ତାଙ୍କୁ ଟିକା ଦେଇଥିଲେ। ଘରେ ପହଞ୍ଚତ୍ଲା ପରେ ସୌମ୍ୟରଞ୍ଜନଙ୍କ ମା’ ଏକଥା ଜାଣି ବିଚଳିତ ହୋଇ ପଡିଥିଲେ। ସଙ୍ଗେସଙ୍ଗେ ସାରଦାଙ୍କୁ ଫୋନ୍‌ କରି ସବୁକଥା କହିଥିଲେ। ଏହା ଶୁଣି ପୁଅର କାଳେ କଣ ହେବ ଭାବି ସାରଦା ଶ୍ୱଶୁର ଘରେ ପହଞ୍ଚତ୍ଥିଲେ। ପରେ ପୁଅକୁ ଧରି ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ସେଠାରେ କୌଣସି ଡାକ୍ତର ନ ଥିଲେ। ତେଣୁ ନିକଟସ୍ଥ କ୍ଲିନକରେ ଥିବା ଶିଶୁରୋଗ ବିଶେଷଜ୍ଞ ସ୍ବାଇଁଙ୍କ ନିକଟରେ ସବୁକଥା କହିଥିଲେ। କିନ୍ତୁ ଡା. ସ୍ବାଇଁ ତାଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ନିରାଶ କରିଥିଲେ। ଫଳରେ ସାରଦା ଗଡରୋଡଙ୍ଗ ପ୍ରାଥମିକ ବିଦ୍ୟାଳୟ ଯାଇ ଟିକା ଦେଇଥିବା ଏଏନ୍‌ଏମ୍‌ ଦିଦିଙ୍କୁ ଭେଟି ସହାୟତା ମାଗିଥିଲେ। ସମ୍ପୃକ୍ତ ଏଏନ୍‌ଏମ୍‌ ଦିଦି ତାଙ୍କୁ ମଧ୍ୟ ଦୁର୍ବବ୍ୟହାର କରିଥିବା ସାରଦା ଅଭିଯୋଗ କରିଛନ୍ତି। ଏହାପରେ ପୁଅକୁ ଧରି ସାରଦା ଶ୍ୱଶୁର ଘରକୁ ଫେରିଥିଲେ। ସୌମ୍ୟରଞ୍ଜନ ଅଧିକ ସମୟ ଶୋଇଥିଲେ ସୁଦ୍ଧା ସେଭଳି କିଛି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ଜଣାଯାଇଛି।
କିଛି ଦିନ ପୂର୍ବରୁ ସ୍ଥାନୀୟ କଣ୍ଟାବଲ୍ଲଭପୁରର ଜଣେ ୩ୟ ଶ୍ରେଣୀର ଛାତ୍ର, ବାଲିକୁଦା ବ୍ଲକ ରାହାଣର ୭ମ ଶ୍ରେଣୀ ଛାତ୍ରୀ ଓ ଓସକଣାର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଏହି ଟିକା ନେଲା ପରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ପୃଥକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏ ସମ୍ପର୍କରେ ଡା. ବାରିକ କହିଥିଲେ, କେତେକ ପିଲାଙ୍କୁ ଇଞ୍ଜେକ୍ସନ ଦେଲେ ଅସହ୍ୟତା(ଆଲର୍ଜି) ପ୍ରକାଶ ପାଏ। ଏଭଳି ହେବାର ସମ୍ଭାବନା ଥିବାରୁ ଟିକାକରଣ କେନ୍ଦ୍ରକୁ ଆଣ୍ଟି ଆଲର୍ଜି ଦିଆଯାଇଥାଏ। ଆବଶ୍ୟକ ପଡିଲେ ପିଲାଙ୍କୁ ଏହି ଟିକା ଦିଆଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ କେହି ଭୟ କରିବା ଉଚିତ ନୁହେଁ। ଏ ସମ୍ପର୍କରେ ଡା. ସ୍ବାଇଁଙ୍କୁ ପଚାରିବାରୁ ସେ କୌଣସି ନିରାଶ କରି ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri