ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ

ଜଗତ୍‌ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି। ତେବେ କେତେକ କ୍ଷେତ୍ରରେ ଆଇନକୁ ବାଟବଣା କରାଯାଉଥିବ ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ଗରିବ ହିତାଧିକରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆର ପ୍ରମୋଦ ସ୍ବାଇଁଙ୍କ ସ୍ତ୍ରୀ ମମତାଙ୍କ କ୍ଷେତ୍ରରେ। ମମତାଙ୍କ ନାମରେ ରାଶନ କାର୍ଡ ଥିବା ବେଳେ ତାଙ୍କ ସ୍ବାମୀ ପ୍ରମୋଦ ୧୫ା୭ା୧୬ ପର୍ଯ୍ୟନ୍ତ ଢିଙ୍କିଆ ଡିଲର ପଏଣ୍ଟରୁ ଚାଉଳ ଉଠାଉଥିଲେ। ପରେ ନାଁ କଟି ଯାଇଥିବା ଦର୍ଶାଯାଇ ଡିଲର ଆଉ ତାଙ୍କୁ ଚାଉଳ ଦେଇ ନ ଥିଲେ। କାହିଁକି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିବାରୁ ଡିଲର ତାଙ୍କୁ ଦୁର୍ବ୍ୟବହାର କରିଥିଲେ। କିଛି ଦିନ ପୂର୍ବରୁ ଏରସମା ବିଡିଓଙ୍କ ନିକଟରେ ପ୍ରମୋଦ ଏଭଳି ଅଭିଯୋଗ କଲାପରେ ତଦନ୍ତ ହୋଇଥିଲା ଏବଂ ସତ ପଦାକୁ ଆସିଛି। ତଦନ୍ତ କରିଥିବା ଏରସମା ବ୍ଲକ ଆକାଉଣ୍ଟସ୍‌ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ମମତାଙ୍କୁ ଅନ୍ୟାୟ ଭାବେ ୩ ବର୍ଷ କାଳ ରାଶନ ଚାଉଳ ଦିଆଯାଇ ନାହିଁ। ଭୁଲ ଆଧାର ସଂଖ୍ୟା ସଂଯୋଗ ଯୋଗୁ ଏଭଳି ହୋଇଛି। ତେଣୁ ଯିଏ ତ୍ରୁଟି କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦ୍ୱାରା ଆଗକୁ ଏଭଳି ତ୍ରୁଟି ହେବନାହିଁ। ଏହି ରିପୋର୍ଟ ପାଇଲା ପରେ ମମତାଙ୍କୁ ତୁରନ୍ତ ୩ ବର୍ଷର ଚାଉଳ ଦେବା ପାଇଁ ବିଡିଓ ବ୍ଲକ ଏମ୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତ୍ରୁଟି କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ଭୁଲ ସଂଶୋଧନ ହୋଇଯାଇଛି। ଏଣିକି ମମତାଙ୍କୁ ଗତ ୩ ବର୍ଷର ଚାଉଳ ଏକକାଳୀନ ଦିଆଯିବ। ଏଥିସହ ନିୟମିତ ଭାବେ ସେ ରାଶନ ଚାଉଳ ଉଠାଇ ପାରିବେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁହଁ ଖୋଲି ନ ଥିଲେ। କହିଥିଲେ, ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରି ଦିଆଯାଇଛି। ଜିଲା ଯୋଗାଣ ଅଧିକାରୀ ଏହା ଉପରେ ଯାହା କିଛି ନିଷ୍ପତ୍ତି ନେଇପାରିବେ। ଏଥିରେ କିନ୍ତୁ ପ୍ରମୋଦ ସନ୍ତୁଷ୍ଟ ନୁହନ୍ତି । ସେ କହିଛନ୍ତି, ଡିଲର ତାଙ୍କୁ ଦୁର୍ବ୍ୟବହାର କରିଥିଲେ। କିିଛି ଦିନ ପୂର୍ବରୁ ତାଙ୍କ ନାଁରେ ଚାଉଳ ଉଠୁଥିବା ଜାଣିପାରିଥିଲେ। ଏହାପରେ ଅଭିଯୋଗ କଲାପରେ ଏବେ ଚାଉଳ ମିଳିବ ବୋଲି କୁହାଯାଉଛି। କିନ୍ତୁ ଯିଏ ଜାଣିଶୁଣି ତାଙ୍କ ଦାନାପାଣି ଉପରେ କୁଠାରାଘାତ କରିଛନ୍ତି ସେ ଦଣ୍ଡିତ ହେବା ଦରକାର ବୋଲି କ୍ଷୋଭର ସହ କହିଛନ୍ତି।
ମମତାଙ୍କ ପରିବାରର ୩ ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେମାନଙ୍କୁ ମାସିକ ୧୫ କେଜି (କିଲୋଗ୍ରାମ) ହିସାବରେ ୭ ମାସ ପର୍ଯ୍ୟନ୍ତ ଚାଉଳ ଦିଆଯାଉଥିଲା। ପରେ ହଠାତ୍‌ ଦିଆଗଲାନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ନାଁକୁ ଅନ୍ତଦ୍ୱୟ ଯୋଜନାରେ ସାମିଲ କରାଯାଇ ମାସିକ ୩୫ କେଜି ହିସାବରେ ଚାଉଳ ଉଠାଯାଉଥିଲା। କମ୍ପ୍ୟୁଟର ସହାୟତାରେ ମମତାଙ୍କ ସ୍ବାମୀ ପ୍ରମୋଦ ଏହା ଜାଣିବା ପରେ ବିସ୍ମିତ ହେବା ସହ ତାଙ୍କ ପ୍ରତି କାହିଁକି ଏଭଳି ଅନ୍ୟାୟ କରାଗଲା ବୋଲି ଡିଲରଙ୍କୁ ପଚାରିିଥିଲେ। କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିଲା। ଏହାପରେ ସେ ଢିଙ୍କିଆ ସମିତିସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କୁ ଲିଖିତ ଭାବେ ଜଣାଇବା ସହ ଏରସମା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ ଆକାଉଣ୍ଟସ୍‌ ଅଧିକାରୀ ବିଭୂଦତ୍ତ ମିଶ୍ର ତଦନ୍ତ କରିଥିଲେ। ତଦନ୍ତରୁ ଜଣାପଡିଥିଲା ଯେ, ୨୦ା୭ା୧୯ରେ ସମିତିସଭ୍ୟ ସ୍ବାଇଁଙ୍କ ଅଭିଯୋଗ ଉପରେ ତଦନ୍ତ କରିଥିଲେ। ୨୪ା୭ା୧୯ରେ ସ୍ବାଇଁଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ଜଣାଯାଇଥିଲା ଢିଙ୍କିଆ ପଞ୍ଚାୟତରେ ୨ ଜଣ ମମତା ସ୍ବାଇଁ ଅଛନ୍ତି। ଜଣେ ଢିଙ୍କିଆର ହୋଇଥିବା ବେଳେ ଅନ୍ୟଜଣକ ତ୍ରିଲୋଚନପୁରର ମୃତ ମାଥୁରୀଙ୍କ ସ୍ତ୍ରୀ। ଢିଙ୍କିଆ ମମତା ଓ ତାଙ୍କ ସ୍ବାମୀ ପ୍ରମୋଦଙ୍କ ଆଧାର ସଂଖ୍ୟା ହେଉଛି ୬୭୯୮୩୨୩୬୬୬୯୧ ଓ ୬୫୭୬୬୪୬୫୧୦୫୩। ତ୍ରିଲୋଚନପୁର ମମତାଙ୍କ ଆଧାର ସଂଖ୍ୟା ୮୭୯୪୬୯୭୪୮୧୬୫। ପୂର୍ବରୁ ତାଙ୍କ କାର୍ଡ ସଂଖ୍ୟା ୧୨୦୩୦୭୧୨୯୫୧ ଥିଲା। କିନ୍ତୁ କାର୍ଡରେ ଭୁଲ ଆଧାର ସଂଖ୍ୟା ସଂଯୋଗ କରାଯାଇଥିବାରୁ ଏହା ବାତିଲ କରି ଦିଆଯାଇଥିଲା। ଏହି ସମୟରେ ଢିଙ୍କିଆର ମମତା ରାଶନ ପାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ତ୍ରିଲୋଚନପୁର ମମତାଙ୍କ ଆଧାର ସଂଖ୍ୟା ଢିଙ୍କିଆର ମମତାଙ୍କ ଆଧାର ସଂଖ୍ୟାରେ ସଂଯୋଗ କରି ଦିଆଯାଇଥିଲା। ଯେଉଁ କାରଣରୁ ଢିଙ୍କିଆର ମମତା ରାଶନ କାର୍ଡ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ୧୫ା୭ା୧୬ ପର୍ଯ୍ୟନ୍ତ ସେ ଚାଉଳ ଗ୍ରହଣ କରିଥିଲେ। ପରେ ତାଙ୍କୁ ଦିଆଯାଇ ନ ଥିଲା । ଭୁଲ ଆଧାର ଲିଙ୍କେଜ ଯୋଗୁ ଢିଙ୍କିଆର ମମତାଙ୍କୁ ୩ ବର୍ଷ କାଳ ତାଙ୍କର କିଛି ତ୍ରୁଟି ନ ଥାଇ ରାଶନ ଦିଆଯାଇ ନ ଥିଲା ବୋଲି ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri