ଜାଣନ୍ତୁ ଏପରି କିଛି ଟିପ୍ସ ଯାହା ଅସଲି, ନକଲି କେଶର ଚିହ୍ନିବାରେ କରିବ ସାହାଯ୍ୟ

କିଛି ଖାଦ୍ୟ ତଥା ପାନୀୟ ପ୍ରସ୍ତୁତି ସମୟରେ କେଶର ବ୍ୟବହାର କରାଯାଇଥାଏ। ଏହା ବ୍ୟକ୍ତିଙ୍କୁ ସୁସ୍ଥ ରଖିବା ସହିତ ସୁନ୍ଦର କରିଥାଏ। ଜମ୍ମୁକଶ୍ମୀରର ପୁଲ୍‌ଓ୍ବାମାଠାରେ ବହୁଳ ଭାବେ କେଶର ଉତ୍ପାଦନ ହୋଇଥାଏ। ଏହାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ତେବ ବଜାରରେ ମିଳୁଥିବା କେଶରକୁ ଅସଲି ବୋଲି ଭାବି ଘରକୁ ଆଣିବା ପରେ କିଛି କ୍ଷେତ୍ରରେ ଏହା ନକଲି ବୋଲି ଜଣାପଡ଼ିଥାଏ। ତେଣୁ ଏପରି କିଛି ଟିପ୍ସ ଜାଣନ୍ତୁ ଯାହା ଆପଣଙ୍କୁ ଅସଲି କେଶର ଚିହ୍ନିବାରେ ସାହାଯ୍ୟ କରିବ।

– କେଶର କିଣିବା ସମୟରେ ଅଳ୍ପ କିଛି ପାଟିରେ ପକାନ୍ତୁ। ଯଦି ତାହା ମିଠା ଲାଗେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଅସଲି କେଶର ସୁଗନ୍ଧିତ ହୋଇଥାଏ। ମାତ୍ର ସ୍ବାଦ ଭଲ ହୋଇ ନ ଥାଏ।

– ଅଳ୍ପ ଗରମ ପାଣିରେ କେଶରରୁ କିଛି ପକାଇ ତାହାକୁ ଦେଖନ୍ତୁ। ଯଦି ତୁରନ୍ତ ରଙ୍ଗ ଛାଡ଼ିବା ଆରମ୍ଭ କରେ ତେବେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଅସଲି କେଶରର ରଙ୍ଗ ଧୀରେ ଧୀରେ ଛାଡିଥାଏ।

-ଏକ କପ ପାଣିରେ ବେକିଂ ସୋଡା ପକାଇ ଭଲ ଭାବେ ଗୋଳାନ୍ତୁ। ସେଥିରେ କିଛି କେଶର ପକାଇ ଦେଖନ୍ତୁ। ଯଦି ହଳଦିଆ ରଙ୍ଗ ଛାଡ଼ୁ ନ ଥାଏ ତେବେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଯେକୌଣସି ଜିନିଷରେ ମିଶାଇଲେ ସୁଦ୍ଧା କେଶର ହଳଦିଆ ରଙ୍ଗ ଛାଡିଥାଏ।

-କେଶରକୁ ଖରାରେ ଶୁଖାଇବା ଦ୍ୱାରା ତାହା ଭାଙ୍ଗିଯାଇଥାଏ। ମାତ୍ର ନକଲି କେଶର ସେହିପରି ରହିଥାଏ। ଏପରି ପରଖି ମଧ୍ୟ ଆପଣ ଅସଲି କିମ୍ବା ନକଲି ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାବସ୍ଥାରେ ନିଦ୍ରାହୀନତା

ପ୍ରତିଟି ମଣିଷର ଶାରୀରିକ ତଥା ମାନସିକ ସୁସ୍ଥତା ପାଇଁ ଖୁବ୍‌ ଜରୁରୀ ନିଦ । ତେବେ କାହା କାହାକୁ ଏତେ ନିଦଲାଗେ ଯେ, ତାଙ୍କ ପାଇଁ...

ମୁଖ୍ୟ ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି, ଜାଣି ରଖନ୍ତୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ...

ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି, ହେଲେ ଏମାନଙ୍କ ହୃଦୟ ସଫା

କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ...

ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍‌ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍‌ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି,...

ରସାବଳି

ଆବଶ୍ୟକ ସାମଗ୍ରୀ- ଏକ କପ୍‌ ପନିର, ଚିନି ପାଉଡର- ୧ କପ୍‌, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧...

ଏଚ୍‌ଆଇଭି ଭୂତାଣୁକୁ ନିୟନ୍ତ୍ରଣ କରିବ ଗ୍ଲାଇକୋପଲିମର

ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ରୋଗଗୁଡିକ ମଧ୍ୟରୁ ଏଡ୍‌ସ ଅନ୍ୟତମ। ଏଚ୍‌ଆଇଭି ଭାଇରସ ଯୋଗୁ ଏହି ରୋଗ ହୋଇଥାଏ। ତେବେ ଏଭଳି ଭାଇରସକୁ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାତ୍ରର ପାଣି…

ତମ୍ବାପାତ୍ରରେ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳେ ଏଥିରୁ ଗ୍ଲାସେ ପିଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି...

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

Advertisement
Archives

Model This Week