Posted inଖେଳ

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ ବୁଝିଛି ଟିମ୍‌ ମ୍ୟାନେଜମେଣ୍ଟ। ଫଳ ସ୍ବରୂପ କାରିବିୟନ ଗସ୍ତର ତିନୋଟି ଯାକ ଫର୍ମାଟ ପାଇଁ ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଛି।
ସୌରାଷ୍ଟ୍ରର ଏହି ଅଲରାଉଣ୍ଡର ଗତ ୨ ବର୍ଷ ଧରି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି। ଟେଷ୍ଟରେ କିନ୍ତୁ ସେ ନିଜ ଦକ୍ଷତା ପ୍ରମାଣିତ କରି ସାରିଛନ୍ତି। ଗତ ସେପ୍ଟେମ୍ବରରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୮୬ ରନ, ଅକ୍ଟୋବରରେ ରାଜକୋଟଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦*, ଜାନୁୟାରୀରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୧ ରନ ସ୍କୋର କରି ନିଜ ବ୍ୟାଟିଂ ପରିପକ୍ୱତାର ପ୍ରମାଣ ଦେଇଛନ୍ତି। କେବଳ ସେତିକି ନୁହେଁ ଜଣେ ସ୍ପିନରଭାବେ ମଧ୍ୟ ସେ ଉପଯୋଗୀ ସାବ୍ୟସ୍ତ ହେବାସହ ଉଇକେଟ ହାସଲ କରିଛନ୍ତି। ସାମ୍ପ୍ରତିକ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପ୍ରଥମ ପସନ୍ଦ ଅଲରାଉଣ୍ଡର। ମାତ୍ର ଗତ ଫେବୃୟାରୀରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅବସରରେ ପିଠିରେ ଯନ୍ତ୍ରଣା ପାଇଁ ତାଙ୍କୁ ବିଶ୍ରାମ ଦିଆଯିବା ଜାଡେଜାଙ୍କ ପାଇଁ ସୁଯୋଗ ଆଣିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ବିଶ୍ୱକପ ଦଳରେ ସ୍ଥାନ ହାସଲ କରିବା ଜାଡେଜାଙ୍କ ପାଇଁ ଶେଷ ସୁଯୋଗ ଥିଲା। ମାତ୍ର ୪ ମ୍ୟାଚରେ ସେ ମାତ୍ର ୪୫ ରନ କରିବା ସହ ୩ଟି ଉଇକେଟ ନେଇ ପାରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦିନିକିଆ ସିରିଜରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେ ପ୍ରଭାବୀ ନ ଥିଲା। ଭାରତ ଏହି ସିରିଜକୁ ୨-୧ରେ ଜିତିଥିଲେ ହେଁ ଜାଡେଜା ଗୋଟିଏ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇ ମାତ୍ର ୮ ରନ କରିଥିଲେ ଏବଂ ୩ ମ୍ୟାଚରୁ ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ମାତ୍ର ଜାଡେଜା ଜଣେ ଚମତ୍କାରୀ ଫିଲ୍ଡରଭାବେ ସର୍ବଦା ନିଜକୁ ପ୍ରମାଣିତ କରି ଆସିଛନ୍ତି। ଏହା ବ୍ୟତୀତ ଉଇକେଟ ଟୁ ଉଇକେଟ ବୋଲିଂ ଯୋଗୁ ସେ ମୁଖ୍ୟ ସ୍ରୋତରେ ରହିଥିଲେ।
ଏହାକୁ ମନମଧ୍ୟରେ ରଖି ଚୟନକର୍ତ୍ତାମାନେ ଜଣେ ସ୍ପେଶାଲିଷ୍ଟ ୪ର୍ଥ ଫାଷ୍ଟ ବୋଲରଙ୍କ ଅପେକ୍ଷା ତାଙ୍କ ଚୟନକୁ ଗୁରୁତ୍ୱ ଦେଇଥିଲେ। ଏହା ବ୍ୟତୀତ ଶିଖର ଧାଓ୍ବନଙ୍କ ପରେ ସେ ଦଳରେ ଦ୍ୱିତୀୟ ବାମହାତୀ ବ୍ୟାଟ୍ସମ୍ୟାନ ବିକଳ୍ପ ମଧ୍ୟ ଥିଲେ। କାରଣ ପ୍ରଥମେ ଘୋଷଣା କରାଯାଇଥିବା ଦଳରେ ରିଷଭ ପନ୍ତ ସାମିଲ ନ ଥିଲେ। ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ପରିବେଶରେ ରିଷ୍ଟ ସ୍ପିନରଙ୍କ ଉପରେ ଅଧିକ ଭରସା ଜୁଟାଇବାରୁ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଅଧିକାଂଶ ଲିଗ୍‌ ମ୍ୟାଚ ଖେଳିଥିଲେ। ଜାଡେଜା କେବଳ ଶେଷ ଲିଗ୍‌ ମ୍ୟାଚରେ ସୁଯୋଗ ପାଇଲେ। ସୁଯୋଗର ଭରପୂର ସଦ୍‌ବ୍ୟବହାର କଲେ ଜାଡେଜା। ସେ ଶ୍ରୀଲଙ୍କା ବିପକ୍ଷରେ ୧୦ ଓଭର ବୋଲିଂ କରି ୪୦ ରନ ବିନିମୟରେ ଗୋଟିଏ ଉଇକେଟ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖି ସେ ୧୦ ଓଭରରେ ୩୪ ରନ ବ୍ୟୟ କରିବା ସହ ୫୯ ବଲ୍‌ରୁ ୭୭ ରନ ସ୍କୋର କରିଥିଲେ।
୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତ ପରାଜିତ ହେବାପରେ ଜାଡେଜା ମାତ୍ର ୧୯ଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଛନ୍ତି। ସେ ୭ କିମ୍ବା ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ୨୦୯ ରନ ସ୍କୋର କରିବା ସହ ୧୦ ଇନିଂସର ୧୮୩ ଓଭରରୁ ୨୧ଟି ଉଇକେଟ ହାସଲ କରିଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ସେ ୪୪ଟି ମ୍ୟାଚରେ ଖେଳିବା ସୁଯୋଗ ପାଇ ନାହାନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ସେଠାରେ ସେ ନିଜ ଦକ୍ଷତା ପ୍ରତିପାଦନ କରିପାରିବେ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri