ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ

ଛତ୍ରପୁର, ୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀଙ୍କଠାରୁ ବଳକା ଧାନ କିଣିବା ଦାବି ନେଇ ଋଷିକୂଲ୍ୟା ରୟତ ମହାସଭା ନେତୃତ୍ୱରେ ଚାଷୀମାନେ ମଙ୍ଗଳବାର ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା। ଜ଼ିଲାର ୧ ଲକ୍ଷ ୩୪ ହଜାର ୪୦୦ ଜଣ ଚାଷୀ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ। ଏଥିରୁ ୮୦ ହଜାର ୧୭ଜଣଙ୍କ ଧାନ କିଣାଯାଇଥିଲା। ଆହୁରି ପାଖାପାଖି ୫୪ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇନି। ଫଳରେ ୪ ମାସ ହେଲା ଚାଷୀମାନେ ହତାଶ ହୋଇବସିଛନ୍ତି। କେତେକ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବେପାରୀଙ୍କୁ ୭୦ କିଗ୍ରା ପ୍ରତି ୧୦୫୦ ଟଙ୍କାରେ ଧାନ ବିକିଥିବା ଅଭିଯୋଗ ହୋଇଛି। ସମବାୟ, ଯୋଗାଣ ଓ ରାଜସ୍ବ ବିଭାଗର କର୍ମଚାରୀ ଏନେଇ ମିଳିତ ସର୍ଭେ କରିଥିଲେ। ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ଜିଲାପାଳ ପଠାଇଥିଲେ। ଧାନ ବିକ୍ରି କରିପାରି ନ ଥିବା ଚାଷୀ ଋଣ କେମିତି ସୁଝିବ ବୋଲି ପ୍ରଶ୍ନ କରଯାଇଥିଲା। ଜ଼ିଲାପାଳଙ୍କଠାରୁ ଆରମ୍ଭ କରି ଯୋଗାଣ ବିଭାଗର କମିଶନରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବଳକା ଧାନ କିଣିବା ପାଇଁ କୋଣସି ପଦକ୍ଷେପ ନିଆଯାଇନି। ଫଳରେ ଚାଷୀ ମାନେ ଦୁର୍ଦ୍ଦିନରେ ଅଛନ୍ତି। ଏହା ଚାଷୀଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି କୁହାଯାଇଛି। ବଳକା ଧାନ କିଣିବା ସହ ଚାଷୀଙ୍କଠାରୁ ଋଣ ଅର୍ଥ ଆଦାୟ ନ କରିବାକୁ ଦାବି ହୋଇଛି। ଏଥିସହ ରବି ଫସଲ ମୁଗ, ଚିନାବାଦାମ, ଲଙ୍କା ମରିଚ କିଣିବା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଏହି ବ୍ୟବସ୍ଥା କଲେ ଚାଷୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଅନ୍ତା ମାଛ ଧରି ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରଚାର

ନବରଙ୍ଗପୁର,୩୧ା୧(ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୪ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭଗବତୀ ଭତରା(ମାଛଚିହ୍ନ), ହରପ୍ରିୟା ନାୟକ(ସୂର୍ଯ୍ୟ),...

ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ପ୍ରଥମେଶ

ଖଇରା, ୧୦।୧୦(ଡି.ଏନ.ଏ.): ମାତ୍ର ୧୬ସେକେଣ୍ଡରେ ଓଡ଼ିଶାର ୩୦ଟି ଜିଲାର ନାମ କହି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ...

୧୦ଥର ଆବେଦନ କରି ନିରାଶ ଘଟ୍‌ନା: ଭତା ପାଏଲେ ବୁରୁଧ୍‌ ଦମ୍ପତି

ଗଣ୍ଡତୁରୁମ, ୨୩।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦) ଆର ତାକର ମାଏକିନା ସାଲିଣି(୮୫)। ଦମ୍ପତି ଭତାର ଲାଗି ପାଖାପାଖି...

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ...

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର...

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ହିଞ୍ଜିଳିକାଟୁ,୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଏକ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି।...

୩୫ ମେଟ୍ରିକ୍‌ ଟନ୍‌ ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା/ଝୁମ୍ପୁରା, ୧୩।୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ହେଉଥିବା ଖଣିଜ ଚୋରା କାରବାରକୁ ବନବିଭାଗ ଲଗାତାର ଗୋଡାଇ ଧରୁଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା...

ମଦ, କଫ୍‌ ସିରପ କାରବାର ବିରୋଧରେ ବାହାରିଲେ ମହିଳା, ପିଲାଙ୍କୁ ଧରି ଏସ୍‌ପି ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲାରେ ଚୋରା ମଦ, କଫ୍‌ ସିରପ କାରବାର ବଢି ଚାଲିଛି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ଲାଗିରହିଛି। ବରଗଡ଼ ପୌରପରିଷଦ ଅନ୍ତର୍ଗତ...

Advertisement
Archives

Model This Week