ଜଳ ସମସ୍ୟା ଦୂର ଲାଗି ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟ ଜଳ ସମସ୍ୟା ସୃଷ୍ଟି ହେଲେ ଏହାକୁ ଦୂରକରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ସହରାଞ୍ଚଳରେ ପାନୀୟଜଳ ସମସ୍ୟା ଦେଖାଦେଲେ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୬୭୮୩ରେ ଯୋଗାଯୋଗ କରିପାରିବେ। ସେହିଭଳି ଗ୍ରାମାଞ୍ଚାଳ ପାଇଁ ଟୋଲ୍‌ ଫ୍ରି ନମ୍ବର ୧୯୧୬ ରହିଛି। ଜଳ ଯୋଗାଣ ନେଇ କୌଣସି ଆବଶ୍ୟକତା ପଡ଼ିଲେ ଏହି ନମ୍ବରରେ ଲୋକେ ଫୋନ୍‌ କରିପାରିବେ। ଏହାସହ ଜଳ ଯୋଗାଣ ପାଇଁ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ପାନୀୟ ଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ଦେଖା ନ ଦିଏ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି।
ପାନୀୟଜଳ ଯୋଗାଣ ନେଇ ମନ୍ତ୍ରୀ ଜେନା ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଗ୍ରୀଷ୍ମଋତୁରେ ଯେଭଳି ନିରବଚ୍ଛିନ୍ନ ଜଳ ଯୋଗାଣ ଜାରି ରହିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏପ୍ରିଲ ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ନଳକୂପର ମରାମତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ଭିତରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ଉପକରଣ ପ୍ରସ୍ତୁତ ଲାଗି କହିଛନ୍ତି। ସେହିଭଳି ପମ୍ପହାଉସ ଗୁଡ଼ିକରେ ଜେନେରେଟର ପ୍ରସ୍ତୁତ କରି ରଖାଯିବ। କୌଣସିଠାରେ ପାଣି ପାଇପରେ ଲିକ୍‌ ଦେଖାଦେଲେ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ କୁହାଯାଇଛି। ସହରାଞ୍ଚଳରେ ଯୋଗାଯାଉଥିବା ଜଳକୁ ଠିକଣାଭାବେ ବିଶୋଧନ ସହ ଆବଶ୍ୟକସ୍ଥଳେ ଜଳଯୋଗାଣ ଲାଗି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କହିଛନ୍ତି। ସେହିଭଳି ପୌରସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳଛତ୍ରକୁ ପାଣି ଯୋଗାଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ, କଲେଜ, ଡାକ୍ତରଖାନା ଆଦି ପରିସରରେ ଥିବା ନଳକୂପଗୁଡ଼ିକୁ ଆବଶ୍ୟକ ଅନୁଯାୟୀ ମରାମତି କରାଯିବ। ପୌରାଞ୍ଚଳରେ ପୌର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ଜଳଯୋଗାଣ ବ୍ୟବସ୍ଥାକୁ ସୁଗମ କରିବାକୁ ମନ୍ତ୍ରୀ କହିଛନ୍ତି। କୌଣସି ଠାରେ ଜଳ ଯୋଗାଣରେ ସମସ୍ୟା ଦେଖାଦେଲେ ତୁରନ୍ତ ବିଭାଗୀୟ ଯନ୍ତ୍ରୀ ଓ ଆବଶ୍ୟକ ସ୍ଥଳେ ଜିଲାପାଳଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। କୌଣସିଠାରେ ନୂତନ ନଳକୂପ କିମ୍ବା ଅନ୍ୟ ଜଳଉତ୍ସର ଆବଶ୍ୟକ ସଂକ୍ରାନ୍ତରେ ଜିଲାପାଳମାନେ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଲେ ତୁରନ୍ତ ସେଦିଗରେ ପଦକ୍ଷେପ ନେବାପାଇଁ କୁହାଯାଇଛି। ଦୁଇ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ଜିଲାସ୍ତରରେ ସମ୍ପୃକ୍ତ ବିଭାଗୀୟ ପଦାଧିକାରୀମାନଙ୍କୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପଠାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନରେ ବଢ଼ିଗଲେ ୩୪ ଆକ୍ରାନ୍ତ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବଢ଼ିଥିଲା। ହେଲେ ଏବେ...

ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ଜୁନ ୨ ଯାଏ ନାମାଙ୍କନ ଦାଖଲ ହେବାକୁ ଥିବା...

୨୬ରେ ସୂର୍ଯ୍ୟୋପରାଗ ଖାଲିଆଖିରେ ନ ଦେଖିବାକୁ ପରାମର୍ଶ:ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଆସନ୍ତା ୨୬ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧୧୫କୁ ବୃଦ୍ଧି

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୧୦୦ ତଳେ ଥିବା ବେଳେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ...

ପ୍ରଦୂଷଣ ବଳୟରେ ଖୋର୍ଦ୍ଧା

ଖୋର୍ଦ୍ଧ ଅଫିସ,୫ା୬: ଶିଳ୍ପ, କ୍ରଶର, ପଥର ଖଣିରେ ବିସ୍ଫୋରଣ, ଯାନବାହନ ଚଳାଚଳ ଯୋଗୁ ଖୋର୍ଦ୍ଧା ପ୍ରଦୂଷଣ ବଳୟରେ ଫସିଯାଉଛି। ସଚେତନତା ଅଭାବ ଓ ବିକାଶ ନଁାରେ...

ଜେନାପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଜେନାପୁର ଡାକ୍ତରଖାନା ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ପ୍ରଶାସନ ପାଖରେ ଦାବି ରଖିଥିଲେ...

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ)- ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗ୍ରହଣ ଦିନ ଅର୍ଥାତ୍‌ ନଭେମ୍ବର...

ରାଷ୍ଟ୍ରୀୟ ଦଳିତ ପଛୁଆବର୍ଗ ମହାସଂଘର ପୁଣି ଧାରଣା

ବାରଙ୍ଗ, ୨।୧୦(ଡି.ଏନ୍‌.ଏ.): ଜମି ଜାଲିଆତି ନେଇ ନ୍ୟାଯ୍ୟ ଦାବି ନ ମିଳିବା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥିବା ପ୍ରତିବାଦରେ ରାଷ୍ଟ୍ରୀୟ...

Advertisement
Archives

Model This Week