ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର ନିକଟ ମହାନଦୀରୁ ୩୦ କି.ମି ଦୂର ନୟାଗଡ ସହରକୁ ହୋଇଥିବା  ପାନୀୟ ଜଳ ଯୋଗାଣ ଯୋଜନା କାର୍ଯ୍ୟ ଆରମ୍ଭରୁ ବିଭିନ୍ନ ସ୍ଥାନରେ ପାଇପ କଣା ହୋଇଛି। ଫଳରେ ପାଣି ଲିକ୍‌ ହୋଇ ଅପଚୟ ହେଉଛି। କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ମୁଖ୍ୟ ପାଇପ ସ୍ଥଳରୁ ପାଣି ଲିକ୍‌ ହୋଇ ମହାନଦୀର ପାଣି କୁଆଁରିଆ ନଦୀକୁ ଯାଉଛି। ଏପରି କି ପାଣି ଲିକ୍‌ ଯୋଗୁ ରାସ୍ତା ପାର୍ଶ୍ୱ ନଷ୍ଟ ହେଉଥିବା ଜଣା ପଡିଛି।

ପ୍ରକାଶ ଯେ, କଣ୍ଟିଲୋ-ବାଣପୁର ନିକଟ ମହାନଦୀଠାରୁ ପ୍ରାୟ ୩୦ କି.ମି ଦୂର ନୟାଗଡ ସହରାଞ୍ଚଳର ପାନୀୟ ଜଳ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ୧୯୯୩ ମସିହା ଜିଲା ଯୋଜନା ଓ ଉନ୍ନୟନ ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ପ୍ରାୟ ୨୦ କୋଟି ୭୯ ଲକ୍ଷ ଟଙ୍କାର ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏବେ ଏହି ପ୍ରକଳ୍ପ ଗତ ୨୦୧୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ଜଣା ପଡିଛି। ମାତ୍ର ବାଣପୁର ନିକଟସ୍ଥ ମହାନଦୀ ଘାଟରୁ ବିଭିନ୍ନ ଗ୍ରାମ ମଧ୍ୟ ଦେଇ ପାଇପ ଲାଇନ ବିଛାଯାଇ ଦୀର୍ଘ ୩୦ କି.ମି ଦୂର ଅତିକ୍ରମ କରି ନୟାଗଡ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରକଳ୍ପରୁ ଏକଶହ ଅଶ୍ୱ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଚାଳିତ ମୋଟର ପମ୍ପ ସାହାଯ୍ୟରେ ପାଣି ଉଠୁଥିବାରୁ ଅଧିକ ଚାପରେ ପାଣି ନିର୍ଗତ ହୋଇ ପାଇପ ସଂଯୋଗ ସ୍ଥଳରେ ଲିକେଜ ସୃଷ୍ଟି ହୋଇ ସମସ୍ୟା ଉପୁଜୁଛି ା  ବିଶେଷ କରି ଗତ ୫ ଦିନ ହେବ କଣ୍ଟିଲୋ- ବେଣାଗାଡିଆ ମୁଖ୍ୟ ପୂର୍ତ୍ତ ରାସ୍ତାର କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ପାଇପର ସଂଯୋଗ ସ୍ଥଳରୁ  ସକାଳ ପ୍ରାୟ ୪ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ପାଣି ନିର୍ଗତ ହୋଇ ଅପଚୟ ହେଉଛି। ଗ୍ରୀଷ୍ମ ପ୍ରବାହ ସମୟରେ ଲୋକେ ପାଣିମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ବେଳେ ଏହି ଲିକେଜ ପାଣି ନିକଟରେ ଅବସ୍ଥିତ ରାମଚଣ୍ଡୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଏବଂ ଭୋଜିଭାତ କରୁଥିବା ଲୋକମାନଙ୍କ ପାଇଁ ବରଦାନ ସଦୃଶ୍ୟ ପାଲଟିଛି। ସଂଯୋଗସ୍ଥଳରୁ ପ୍ରବାହିତ ପ୍ରଚୁର ପାଣି ନଦୀକୂଳ ରାସ୍ତାରୁ ମୂର୍ତ୍ତିକା କ୍ଷୟ ହୋଇ ସମସ୍ୟା ସୃଷ୍ଟି କରୁଛି । ଏ ସମ୍ପର୍କରେ ନୟାଗଡ ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ ସେ  ତୁରନ୍ତ ଏ ଦିଗରେ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?