ଯାଜପୁର ଟାଉନ ୧୪।୮(ଡି.ଏନ୍.ଏ.)- ଡ୍ରେନେଜ ବିଭାଗର ଦାୟିତ୍ୱହୀନତା ଯୋଗୁ ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର, ବାଲିଆମୁଣ୍ଡୁଳୀ, ଦକ୍ଷିଣବିଲ, ମୋଗଲପୁର, ବାଛିଆରୀ, ରାଣୁଆ, ଧନିପୁର, ମାର୍କଣ୍ଡପୁର, ବଇଭୂଇଁ ମୌଜାରେ ଜଳ ନିଷ୍କାସନ ଠିକ୍ ଭାବେ ହୋଇ ନ ପାରିବାରୁ ଫସଲ ସବୁ ପଚି ନଷ୍ଟ ହୋଇଯାଉଛି ା ଏଅଞ୍ଚଳରେ କୁଶଭଦ୍ରା ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଏହି ନଦୀ ବିଶାଳ ରୂପ ଧାରଣ କରିଥିବାବେଳେ ବିଭିନ୍ନ ସ୍ଥାନରେ ବନ୍ଧବାଡ ନିର୍ମାଣ ହେତୁ ଜଳସ୍ରୋତ ତୀବ୍ର ନ ଥିଲେ ମଧ୍ୟ ମକେଇପୁର ନିକଟରୁ କେନାଲ ଜଳ ଓ ବର୍ଷାପାଣି କୁଶଭଦ୍ରାରେ ଆସି ଅଞ୍ଚଳର ଚାଷଜମି ମାଡ଼ିଯାଉଛି। ଏହି ନଦୀର ଜଳ ବିଞ୍ଝାରପୁରର ନିମ୍ନ ଅଞ୍ଚଳକୁ ପ୍ରବାହିତ ହୋଇଛି। ସୁଦୁଗୋବିନ୍ଦା ଠାରେ ରହିଥିବା ଚେକଡ୍ୟାମଟି ସମ୍ପୂର୍ଣ୍ଣ ଭାବେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏହାକୁ ଡ୍ରେନେଜ ବିଭାଗ ନିର୍ମାଣ କରିଥିଲା। କିନ୍ତୁ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରି ନ ଥିବାଯୋଗୁ ବର୍ଷାଦିନେ ପାଣି ନିଷ୍କାସନ ନ ହୋଇ ହଜାର ହଜାର ଏକର ଜମିରେ ଜମା ରହି ଧାନଚାଷ ଓ ଅନ ପନିପରିବା ଚାଷକୁ ନଷ୍ଟ କରୁଛି। ଚେକ୍ଡ୍ୟାମଟି ଜଳ ସଂରକ୍ଷଣ ପାଇଁ କରାଯାଇଥିବାବେଳେ ଏବେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରି ଜମିକୁ ଜଳାର୍ଣ୍ଣବ କରି ରଖିଛି। ଏନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳି ନାହିଁ। ଉକ୍ତ ଚେକଡ୍ୟାମକୁ ସମ୍ପୂର୍ଣ୍ଣ ଭାବେ ଉଠାଇଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ଯଯାତୀ କୃଷକ ଉପତ୍ାଦକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଗଠନର କର୍ମକର୍ତ୍ତା ବିଜୟ ପରିଡା, ବିଦ୍ୟାଧର ମହାନ୍ତି, ଦୀପକ ମହାପାତ୍ର, ବିଶ୍ୱନାଥ କର, ଗଙ୍ଗାଧର ନାୟକ, ପ୍ରଫୁଲ୍ଲ ନାୟକ, ହରେକୃଷ୍ଣ ସାହୁ, ଅକ୍ଷୟ ସାହୁ, ରଘୁନାଥ ସାହୁ, ଗୋଲଖ ବରାଳ, ବାଇଧର ପ୍ରଧାନ, ସେକ୍ ବଦିରୁଦ୍ଦିନ, ରବୀନ୍ଦ୍ର ନାଥ, ଅଶୋକ ବେହେରା, ବିଦ୍ୟାଧର ଦାସ, ଧରଣୀ ଜେନା, ମହେଶ୍ୱର ନାଥ, ସୁଲଭ ଦାସଙ୍କ ସମେତ ଶତାଧିକ ଚାଷୀ ଜିଲାପାଳ ନିକଟରେ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।
ଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଫସଲ ନଷ୍ଟ ହେଉଛି: ଜିଲାପାଳଙ୍କୁ ଭେଟିଲା ଯଯାତୀ କୃଷକ ସଂଗଠନ
Posted inଆମ ଜିଲା ଖବର, ଯାଜପୁର View All
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…
କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…
ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ
ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ
ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…
Archives

