ଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଫସଲ ନଷ୍ଟ ହେଉଛି: ଜିଲାପାଳଙ୍କୁ ଭେଟିଲା ଯଯାତୀ କୃଷକ ସଂଗଠନ

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.)- ଡ୍ରେନେଜ ବିଭାଗର ଦାୟିତ୍ୱହୀନତା ଯୋଗୁ ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର, ବାଲିଆମୁଣ୍ଡୁଳୀ, ଦକ୍ଷିଣବିଲ, ମୋଗଲପୁର, ବାଛିଆରୀ, ରାଣୁଆ, ଧନିପୁର, ମାର୍କଣ୍ଡପୁର, ବଇଭୂଇଁ ମୌଜାରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ନ ପାରିବାରୁ ଫସଲ ସବୁ ପଚି ନଷ୍ଟ ହୋଇଯାଉଛି ା ଏଅଞ୍ଚଳରେ କୁଶଭଦ୍ରା ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଏହି ନଦୀ ବିଶାଳ ରୂପ ଧାରଣ କରିଥିବାବେଳେ ବିଭିନ୍ନ ସ୍ଥାନରେ ବନ୍ଧବାଡ ନିର୍ମାଣ ହେତୁ ଜଳସ୍ରୋତ ତୀବ୍ର ନ ଥିଲେ ମଧ୍ୟ ମକେଇପୁର ନିକଟରୁ କେନାଲ ଜଳ ଓ ବର୍ଷାପାଣି କୁଶଭଦ୍ରାରେ ଆସି ଅଞ୍ଚଳର ଚାଷଜମି ମାଡ଼ିଯାଉଛି। ଏହି ନଦୀର ଜଳ ବିଞ୍ଝାରପୁରର ନିମ୍ନ ଅଞ୍ଚଳକୁ ପ୍ରବାହିତ ହୋଇଛି। ସୁଦୁଗୋବିନ୍ଦା ଠାରେ ରହିଥିବା ଚେକଡ୍ୟାମଟି ସମ୍ପୂର୍ଣ୍ଣ ଭାବେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏହାକୁ ଡ୍ରେନେଜ ବିଭାଗ ନିର୍ମାଣ କରିଥିଲା। କିନ୍ତୁ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରି ନ ଥିବାଯୋଗୁ ବର୍ଷାଦିନେ ପାଣି ନିଷ୍କାସନ ନ ହୋଇ ହଜାର ହଜାର ଏକର ଜମିରେ ଜମା ରହି ଧାନଚାଷ ଓ ଅନ ପନିପରିବା ଚାଷକୁ ନଷ୍ଟ କରୁଛି। ଚେକ୍‌ଡ୍ୟାମଟି ଜଳ ସଂରକ୍ଷଣ ପାଇଁ କରାଯାଇଥିବାବେଳେ ଏବେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରି ଜମିକୁ ଜଳାର୍ଣ୍ଣବ କରି ରଖିଛି। ଏନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳି ନାହିଁ। ଉକ୍ତ ଚେକଡ୍ୟାମକୁ ସମ୍ପୂର୍ଣ୍ଣ ଭାବେ ଉଠାଇଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ଯଯାତୀ କୃଷକ ଉପତ୍ାଦକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଗଠନର କର୍ମକର୍ତ୍ତା ବିଜୟ ପରିଡା, ବିଦ୍ୟାଧର ମହାନ୍ତି, ଦୀପକ ମହାପାତ୍ର, ବିଶ୍ୱନାଥ କର, ଗଙ୍ଗାଧର ନାୟକ, ପ୍ରଫୁଲ୍ଲ ନାୟକ, ହରେକୃଷ୍ଣ ସାହୁ, ଅକ୍ଷୟ ସାହୁ, ରଘୁନାଥ ସାହୁ, ଗୋଲଖ ବରାଳ, ବାଇଧର ପ୍ରଧାନ, ସେକ୍‌ ବଦିରୁଦ୍ଦିନ, ରବୀନ୍ଦ୍ର ନାଥ, ଅଶୋକ ବେହେରା, ବିଦ୍ୟାଧର ଦାସ, ଧରଣୀ ଜେନା, ମହେଶ୍ୱର ନାଥ, ସୁଲଭ ଦାସଙ୍କ ସମେତ ଶତାଧିକ ଚାଷୀ ଜିଲାପାଳ ନିକଟରେ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri