ଜଳେଶ୍ୱର ଷ୍ଟାଡ଼ିୟମ ପୂର୍ଣ୍ଣାଙ୍ଗୀକରଣ ପାଇଁ ୨୦ ଲକ୍ଷ ମଞ୍ଜୁର

ଜଳେଶ୍ୱର, ୮ା୫(ସ୍ବ.ପ୍ର.)-ଦୀର୍ଘ ୧୦ବର୍ଷ ଧରି ଅଧାପନ୍ତରିଆ ଭାବେ ରହିଥିବା ବାଲେଶ୍ୱର ଜିଲା ଜଳେଶ୍ୱର ଷ୍ଟାଡ଼ିୟମକୁ ପୂର୍ଣ୍ଣାଙ୍ଗୀକରଣ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ା ବୁଧବାର ସନ୍ଧ୍ୟାରେ ଜଳେଶ୍ୱର ବିଧାୟକ ଏକ ପ୍ରେସ୍‌ନୋଟ୍‌ ଜରିଆରେ ଜଳେଶ୍ୱର ମ୍ୟୁନିସିପାଲଟିର ଶାନ୍ତିଆ ନିକଟରେ ୨୦୧୦ ମସିହାରେ ଆରମ୍ଭ ହୋଇ ଅଦ୍ୟାବଧି ଅସମ୍ପୂର୍ଣ୍ଣ ହୋଇରହିଥିବା ଏହି ଷ୍ଟାଡିୟମର ପୂର୍ଣ୍ଣାଙ୍ଗୀକରଣ ଲାଗି ସେ ଚେଷ୍ଟିତ ବୋଲି କହିଥିଲେ ା ଏ ସମ୍ପର୍କରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ କ୍ରୀଡାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଅତିଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିବେଦନ କରିଥିଲେ ା ବାଚସ୍ପତି ମଧ୍ୟ ଏନେଇ କ୍ରୀଡାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା
୨୦୦୫ରେ ତତ୍‌କାଳୀନ କେନ୍ଦ୍ର ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଚରଣ ଜେନାଙ୍କ ପ୍ରଚେଷ୍ଟାରେ ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର ବିଭାଗର ନିର୍ଦ୍ଦେଶକ ଉଦୟ ଶଙ୍କର ଝାଙ୍କ ସହମତିରେ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା ା ଏହି କାର୍ଯ୍ୟର କେତେକ ଅର୍ଥ ହେରଫେର ହୋଇଥିବା ଜଣାଯିବା ପରେ ଭିଜିଲାନ୍ସ ବିଭାଗ ଏହି ମାମଲାକୁ ଗ୍ରହଣ କରିଥିବାରୁ ଏହା ଅଦ୍ୟାବଧି ଅଧାପନ୍ତରିଆ ଭାବେ ପଡିରହିଛି। ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ଉକ୍ତ ଷ୍ଟାଡିୟମର ସବିଶେଷ ତଥ୍ୟ ତଥା ପ୍ଲାନ ଏବଂ ଏଷ୍ଟିମେଟ କରିବାକୁ ପାତ୍ର କହିଥିଲେ। ଷ୍ଟାଡିୟମ ପୂର୍ଣ୍ଣୀଙ୍ଗୀକରଣ ଲାଗି ୨୦ଲକ୍ଷ ଟଙ୍କା ମଞ୍ଜୁର କରାଇଥିବାରୁ ରାଜ୍ୟ ବିଜୁ ଜନତାଦଳ କାଉନ୍‌ସିଲ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ନଗର ସଭାପତି ସୁରଜିତ୍‌ ଘୋଷ, ନଗର ଯୁବ ସଭାପତି ସଞ୍ଜୀବ ପାଳ, ନଗର ସଭାନେତ୍ରୀ ସତ୍ୟବତୀ ଗିରି, ଅବଦୁଲ ରହିମ୍‌, ପୂର୍ବତନ କାଉନ୍‌ସିଲର ବିଜୟ କାମିଳା, ଅର୍ଚ୍ଚନା ଗିରି, ଆନନ୍ଦ କର, ଗୋବିନ୍ଦ୍ର ସାହୁ ଓ ରଣ୍ଟ ବ୍ରହ୍ମ ପ୍ରମୁଖ ବିଧାୟକ ପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ

ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ...

ପୋଖରୀ ଭିତରେ ୨୨ ଫୁଟ୍‌ ଉଚ୍ଚତାର ମହାଦେବଙ୍କ ମୂର୍ତ୍ତି ସ୍ଥାପନ

ବାଲେଶ୍ୱର ଅଫିସ,୨୮।୧୧- ବାଲେଶ୍ୱର ସହର ୮ନଂ ୱାର୍ଡ଼ରେ ଥିବା ସର୍ବ ପୁରାତନ ହରଗଙ୍ଗା ପୋଖରୀ ମଝିରେ ଏଦଖିବାକ ୨୨ ଫୁଟ୍‌ ଉଚ୍ଚତା, ୧୫ଫୁଟ୍‌ ଓସାର ଓ...

ସଚେତନତାରେ ଆସିବ ପରିବର୍ତ୍ତନ

ସୋନପୁର,୩୧।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ମୁକ୍ତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ସଚେତନତା ସଭାରେ...

ଜନନୀ ଏକ୍ସପ୍ରେସ ଦୃର୍ଘଟଣାଗ୍ରସ୍ଥ, ପ୍ରସୂତିଙ୍କ ସହ ୨ ଗୁରୁତର

ଚଣ୍ଡିଖୋଲ,୧୧-୯(ଡି.ଏନ୍‌.ଏ.)- ବାଲେଶ୍ୱରରୁ ଜଣେ ପ୍ରସୂତିଙ୍କୁ ଧରି ଏକ ଜନନୀ ଏକ୍ସପ୍ରେସ ଗାଡ଼ି କଟକ ବଡ଼ ମେଡ଼ିକାଲ ଯାଉଥିବା ସମୟରେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ...

ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତର ଷ୍ଟାଟସ୍‌କୁ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ଅଧିକାରୀଙ୍କ ଉଦାସୀନତା ପାଇଁ ସରକାର କୋଟି କୋଟି ଟଙ୍କାର...

ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଗୁଡଭେଲା,୩।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଗୁଡଭେଲା ପ୍ରଶାସନ ପକ୍ଷରୁ ବ୍ଲକର ୧୩ଟି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଏହି ସବୁ ଖାଦ୍ୟ...

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ

ଗଞ୍ଜାମ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ଜେ....

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ ଅଫିସ,୨୭ା୧୦: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି...

Advertisement
Archives

Model This Week