ଜଳେଶ୍ୱର, ୧୭ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଜଳେଶ୍ୱର ଉପକାରାଗାରରୁ ଶନିବାର ଅପରାହ୍ନ ୨ଟା ବେଳେ ଏକ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଥିବା ଚର୍ଚ୍ଚା ହେଉଛି। ସେ ଏକ ଲାପଟପ୍ ଚୋରି ମାମଲା (ନଂ. ୧୬୩/୨୦)ରେ ୨ଦିନ ତଳେ କାରାଗାରକୁ ଆସିଥିଲେ । ତାଙ୍କ ନାମ ପ୍ରିୟବ୍ରତ ମହାପାତ୍ର, ଘର ଜଳେଶ୍ୱର ବ୍ଲକର ନାମ୍ପୋ ଗ୍ରାମରେ। ଏ ସମ୍ପର୍କରେ ସବ୍ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସେ ଦୁଇଦିନ ପୂର୍ବେ ଜେଲ୍କୁ ଆସିଥିଲେ। ଆସିବା ସମୟରେ ନିଶାସେବନ କରିଥିଲେ। ତେବେ ଜେଲ ଭିତରେ କେଉଁଠି ଲୁଚି ଥାଇପାରନ୍ତି କି ଫେରାର ହୋଇଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛି।
Posted inଆମ ଜିଲା ଖବର, ବାଲେଶ୍ୱର View All

୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି
କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ...

ଆଳି ତଟବନ୍ଧ ଡିଭିଜନରେ ତଟାଞ୍ଚଳ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଅଫିସ, ୭ା୬: ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି...

ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ...

୮ ମାସ ହେଲା କାମ ନ କରି ଦରମା ପାଉଛନ୍ତି ସହକାରୀ ଯନ୍ତ୍ରୀ
ରାୟଗଡ଼ା ଅଫିସ, ୨ା୯:ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଉନ୍ନୟନ ବିଭାଗରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ଜାନୁୟାରୀ ୧୯ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର...

ଲୋକନାଥଙ୍କୁ ଲାଗି ହେଲା ମକର ଚୂଳ
ପୁରୀ ଅଫିସ, ୧୫ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଶ୍ରୀଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର...

କାକଟପୁର ମଙ୍ଗଳା ମନ୍ଦିରରୁ ଉଡ଼ିଗଲା ବାନା
କାକଟପୁର,୨୧।୫(ଡି.ଏନ.ଏ): ବାତ୍ୟା ଅମ୍ଫନ ପ୍ରଭାବରେ ବୁଧବାର କାକଟପୁରର ମା’ ମଙ୍ଗଳା ମନ୍ଦିର ଚୂଡ଼ରେ ଲାଗିଥିବା ବାନା ଉଡ଼ିଯାଇଛି। ମଙ୍ଗଳବାର ରାତିରୁ ବାତ୍ୟା ଯୋଗୁ ବର୍ଷା ପବନ...

ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ କଡ଼ା ବିରୋଧ
ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିବା ବେଳେ...

କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ
କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ...