ଜଳୁନି ଟୋଲପ୍ଲାଜା ହାଇମାଷ୍ଟ

ଢେଙ୍କିକୋଟ,୧୯ା୭(ଡି.ଏନ୍‌.ଏ.)- ଜାତୀୟ ରାଜପଥ ୨୦ନଂ. ନବୀକରଣ ପରେ ଢେଙ୍କିକୋଟ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଇଛି। ଅଧାପନ୍ତରିଆ କରି ଠିକା ସଂସ୍ଥା ଚାଲିଗଲା। ଉଭୟ ପାର୍ଶ୍ୱ ସର୍ଭିସ ରୋଡ୍‌ ନିର୍ମାଣ ଏପର୍ଯ୍ୟନ୍ତ ହୋଇନାହିଁ। ଓଭରବ୍ରିଜ୍‌ରେ ୪ ଲେନ୍‌ କଲାନି ରାସ୍ତା ନ ହେବାରୁ ଦୈନିକ ଦୁର୍ଘଟଣାରେ ଧନଜୀବନ ନଷ୍ଟ ହେଉଛି। ସେଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେବେ ବଜାରଠାରୁ ୧ କି.ମି. ଦୂରରେ ଅବସ୍ଥିତ ଟୋଲପ୍ଲାଜା। ଏଠାରେ ଦିନରାତି ହଜାର ହଜାର ଟ୍ରକ୍‌, ବସ୍‌ ଓ ଛୋଟ ଗାଡ଼ିରୁ ଟୋଲ ବାବଦକୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି। କିନ୍ତୁ ଏହାର ୫୦୦ ମିଟର ଦୂର ଉଭୟ ପାର୍ଶ୍ୱ ଜାତୀୟ ରାଜପଥରେ ହାଇମାଷ୍ଟ ଲାଇଟ ଲଗାଇଥିଲେ ମଧ୍ୟ ସେ ସବୁ ଜଳୁନାହିଁ। ଏନେଇ ଜାତୀୟରାଜପଥ ପ୍ରାଧୀକରଣଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଏଣେ ହାଇମାଷ୍ଟ ଜଳୁ ନ ଥିବାରୁ ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହି ରାସ୍ତାରେ ମଦ, ଗଞ୍ଜେଇ ନିଶାଦ୍ରବ୍ୟ ସେବନ କରି ରାତିରେ ରହୁଥିବା ଟ୍ରକ୍‌ ଡ୍ରାଇଭରଙ୍କଠାରୁ ଚୋରି ଲୁଟ୍‌ପାଟ୍‌ ଦିନକୁ ଦିନ ବୃଦ୍ଧି ପାଉଛି। ଶୌଚାଳୟ କାର୍ଯ୍ୟ ଶେଷ କରି ନ ଥିବାରୁ ତା’ ଭିତରେ ରହି ବିଭିନ୍ନ ଅନୈତିକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ହେଉଛି। ଏଣୁ ଜାତୀୟରାଜପଥ ପ୍ରାଧୀକରଣ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଲାଇଟଗୁଡ଼ିକୁ ମରାମତି କରି ଜାଳିବା ପାଇଁ ସାଧାରଣରେ ଦାବି ହେଉଛି ନଚେତ ଏହା ଆନ୍ଦୋଳାତ୍ମକ ରୂପ ନେବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ,୨୦-୧୧(ଡି.ଏନ.ଏ.):ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ...

ନଦୀକୁ ବିପଦ ବର୍ଜ୍ୟପାଣି

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଓଡ଼ିଶାରେ ବଡ଼ ନଦୀ ସମେତ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ଜଳବାୟୁ ପରିବର୍ତ୍ତନ ସହ...

‘ପାଟଣାଗଡ଼’ ରିଲିଜ୍‌ ଉପରେ ରୋକ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରେ ନିର୍ମିତ ଫିଲ୍ମ ‘ପାଟଣାଗଡ଼’କୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହା ଉପରେ...

ଗଠନ ହେଲା ଲଘୁ ଖଣିଜ ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ବେଆଇନ ଲଘୁ ଖଣିଜ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ...

କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରିରେ ଦୂତୀ

ଭୁବନେଶ୍ୱର, ୧୦।୭ (ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତୀ ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରିରେ ସ୍ଥାନ...

ସ୍ବାମୀଙ୍କୁ ଥାନାରେ ହଟହଟା କଲେ ୨ ସ୍ତ୍ରୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ନିଜ ସମ୍ପର୍କରେ ମିଛ କଥା କହି ବିବାହ କରୁଥିଲେ। ମିଛ ପ୍ରତିଶ୍ରୁତି ଦେଇ ସମସ୍ତ ସମ୍ପତ୍ତି ଲୁଟିନେବା ପରେ ଆଉଜଣଙ୍କୁ ସ୍ତ୍ରୀ କରୁଥିଲେ। ଏମିତି...

୨ ଗୋରୁ ବୋଝେଇ କଣ୍ଟେନର ଅଟକ: ୮ ଗିରଫ

ରେମୁଣା,୧୨ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ୍‌ଗେଟ୍‌ ଦେଇ ୭ ଗୋରୁବୋଝେଇ କଣ୍ଟେନର ଯାଉଥିବା ବେଳେ ଆର୍‌ଏସ୍‌ଏସ୍‌ର କେତେଜଣ ଯୁବକ ତାଙ୍କୁ ପିଛା...

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁସଂଖ୍ୟା  ସବୁଦିନ ୬୦ ଉପରେ ରହୁଛି। ଆଜି ସର୍ବାଧିକ ୬୬ ଜଣଙ୍କ ଜୀବନ ନେଇଛି କରୋନା।...

Advertisement
Archives

Model This Week