ଜଳୁଛି ଆମାଜନ ଜଙ୍ଗଲ

ହୁମାଇଟା,୨୪।୮: ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ହୁ ହୁ ହୋଇ ଜଳୁଛି। ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଏହି ଚିରହରିତ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି। ଏହା ଉପରେ ଜରୁରୀ ଆଲୋଚନା ପାଇଁ ବିଶ୍ୱର ବିଶିଷ୍ଟ ନେତାମାନେ ଆହ୍ବାନ ଦେଇଛନ୍ତି। ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି।
୫୫ ଲକ୍ଷ ବର୍ଗ କିଲୋମିଟର ବ୍ୟାପୀ ଏହି ଜଙ୍ଗଲରେ ଚଳିତ ବର୍ଷ ୭୨,୮୪୩ଟି ସ୍ଥାନରେ ନିଆଁ ଲାଗିଛି, ଯାହା କି ସମ୍ପୂର୍ଣ୍ଣ ଜଙ୍ଗଲର ଅର୍ଦ୍ଧାଧିକ ଅଞ୍ଚଳ। ଜାତୀୟ ମହାକାଶ ଗବେଷଣା ଅନୁଷ୍ଠାନର ଉପଗ୍ରହ ତଥ୍ୟ ଅନୁଯାୟୀ ପୂର୍ବବର୍ଷ ତୁଳନାରେ ଏହି ଅଗ୍ନିକାଣ୍ଡ ୮୫ ପ୍ରତିଶତ ଅଧିକ। ଜଳବାୟୁ ପରିବର୍ତ୍ତନ ବିରୋଧରେ ସାରା ବିଶ୍ୱ ସଂଘର୍ଷ କରୁଥିତ୍ବାବେଳେ ଆମାଜନ ନିଆଁ ଏହାକୁ ବଡ଼ ଝଟକା ଦେଇଥିବା ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି।
ଆମାଜନ ଜଙ୍ଗଲରେ ନିଆଁ ଏକ ଅନ୍ତର୍ଜାତୀୟ ସମସ୍ୟା। ଚଳିତ ସପ୍ତାହରେ ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି୭ ସମିଟ୍‌ରେ ଏହା ଉପରେ ଆଲୋଚନା କରିବାକୁ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆହ୍ବାନ ଦେଇଛନ୍ତି। ‘ଆମ ଘର ଜଳୁଛି’ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି। ଏହା ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋଙ୍କ ନୀତିର ଅଂଶବିଶେଷ ବୋଲି ପରିବେଶ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା ପଥରେ ଥିବା ବ୍ରାଜିଲକୁ ରକ୍ଷା କରିବା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି। ବିଶ୍ୱର ବୃହତ କାର୍ବନ ଭଣ୍ଡାର ଆମାଜନ ବିଶ୍ୱ ତାପ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିରେ ୩ ନିୟୁତ ପ୍ରକାରର ଉଦ୍ଭିଦ ଓ ପ୍ରାଣୀଙ୍କ ସମେତ ୧୦ ଲକ୍ଷ ଆଦିମ ଅଧିବାସୀ ବସବାସ କରୁଛନ୍ତି। ନିଆଁ ଲିଭାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଦାବିରେ ବ୍ରାଜିଲର ବିଭିନ୍ନ ସହରରେ ପରିବେଶ ସୁରକ୍ଷା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଚାଷବାସ ପାଇଁ ଜମି ପ୍ରସ୍ତୁତ କରିବା ନିମନ୍ତେ ବେଆଇନ ଭାବେ ଜଙ୍ଗଲରେ ନିଆଁ ଲଗାଇଦିଆଯାଉଥିବା କୁହାଯାଉଛି। ସମ୍ପତ୍ତି ଆହରଣ ଲାଗି କେତେକ ଜଙ୍ଗଲରେ ନିଆଁ ଲଗାଉଥିବା କହୁଥିବାବେଳେ ମାଂସ ଶିଳ୍ପ ଅଗ୍ନିକାଣ୍ଡର ଅନ୍ୟତମ କାରଣ ବୋଲି କେତେକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri