ଜଳିଗଲା ୧୦ ଏକର ଆଖୁ ଫସଲ

କାମାକ୍ଷାନଗର, ୧୩।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ହାଟୁଆରୀ ଗ୍ରାମ ନିକଟରେ ରବିବାର ଅପରାହ୍ନରେ ନିଆଁ ଲାଗି ୧୦ ଚାଷୀଙ୍କ ୧୦ ଏକର ଆଖୁ ଫସଲ ପୋଡ଼ିଯାଇଛି। ନିଆଁର ପ୍ରକୋପରେ ଅଗ୍ନିଶମ ଗାଡ଼ି ମଧ୍ୟ ବର୍ତ୍ତିନାହିଁ। ଖବର ଲେଖାଯିବା ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଫଳରେ ଅବଶିଷ୍ଟ ୩୦ ଏକର ଫସଲ ଉପରେ ବିପଦ ଘନେଇବାରେ ଲାଗିଛି।
ଜମିରେ ନିଆଁ ଲାଗିଥିବା ଦେଖି ଚାଷୀମାନେ କାମାକ୍ଷାନଗର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳକୁ ଯାଇଥିବା ଅଗ୍ନିଶମ ବାହିନୀର ଗାଡ଼ି (ନଂ. ଓଡି ୩୩ ସି ୨୩୪୬) ଚକାରେ ନିଆଁ ଲାଗିଯାଇଥିଲା। ଫଳରେ ଜମିରେ ଲାଗିଥିବା ନିଆଁ ଲିଭାଇବାରେ ସମସ୍ୟା ଉପୁଜିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ରଙ୍ଗମାଟିଆ ଗ୍ରାମ ପାର୍ଶ୍ୱରୁ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ରୂପ ନେଇଥିଲା। ଚାଷୀମାନେ ଏକର ପ୍ରତି ୨୦ ହଜାର ଟଙ୍କା ହିସାବରେ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଯାଏ ଋଣ କରିଥିଲେ। ଆଖୁ ଅମଳ ହୋଇଥିଲେ ଏହାକୁ ଶକ୍ତି ସୁଗାର୍ସକୁ ବିକ୍ରିକରି ଋଣ ପରିଶୋଧ କରିବାକୁ ଯୋଜନା କରିଥିଲେ। ହେଲେ ଫସଲ ନଷ୍ଟ ହୋଇଯିବାରୁ କ୍ଷତିଗ୍ରସ୍ତ ଚାଷୀ ସରୋଜ ପଣ୍ଡା, ଦୁଷ୍ମନ୍ତ ମହାନ୍ତି, ଶ୍ରୀକର ମଳିକ, ବସନ୍ତ ମଳିକ, ଗୋବିନ୍ଦ ମଳିକ, ଖଗେଶ୍ୱର ମଳିକ, ନାରାୟଣ ପଣ୍ଡା, ପ୍ରଭାକର ପଣ୍ଡା, ଫଗୁନାଥ ଖୁଣ୍ଟିଆ, କେଶବ ବିହାରୀ, କୈଳାସ ପଣ୍ଡା, ରମେଶ ମଳିକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ଏ ନେଇ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସରୋଜ ମହାପାତ୍ର କୁହନ୍ତି, ନିଆଁକୁ ଆୟତ୍ତକୁ ଆଣିବାକୁ ଉଦ୍ୟମ କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଗାଡ଼ି ଚକା ପୋଡ଼ିଯାଇଥିବାରୁ ସମସ୍ୟା ହୋଇଥିଲା। ଅନ୍ୟ ଏକ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛି। ବରିଷ୍ଠ ଆଗ୍ନିକ ଅମରଜିତ ପ୍ରଧାନ, ଯୋଗେନ୍ଦ୍ର ସାହୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହତ୍ୟାକାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର,୨୦ା୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ...

ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ...

ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ...

ଦୁର୍ବଳ ଭିତ୍ତିଭୂମି ପ୍ରତି ପଡ଼ୁନି ଦୃଷ୍ଟି

ଛେଣ୍ଡିପଦା,୧୦।୮(ସ୍ବ.ପ୍ର.): ୪୧ ବର୍ଷର ପ୍ରାଥମିକ ବିଦ୍ୟାଳୟ। ହେଲେ ୫ଟି ଶ୍ରେଣୀର ପିଲାଙ୍କ ପାଇଁ ନାହିଁ ୫ଟି ଶ୍ରେଣୀଗୃହ। ଯେଉଁ ୩ଟି କୋଠରି ଅଛି, ସେଥିରୁ ୨ଟି...

ବର୍ଷା ହେଲେ ପାଠପଢ଼ା ବନ୍ଦ

ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ଖଣ୍ଡିଆଗୁଡ଼ା ଗ୍ରାମ ମାତ୍ର ବ୍ଲକଠାରୁ ୩ରୁ ୪କି.ମି. ମଧ୍ୟରେ ରହିଛି। ଆଖପାଖ ଅଞ୍ଚଳରୁ...

ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ

ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍‌.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା...

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର...

ବିଳମ୍ବ ହେଉଛି ରାସ୍ତା ସମ୍ପ୍ରସାରଣ କାମ : ଥଇଥାନ ହୋଇ ପାରୁନାହାନ୍ତି ବ୍ୟବସାୟୀ

ବଇଣ୍ଡା,୨୯।୬(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ୨ ଲେନ ବିଶିଷ୍ଟ ରାସ୍ତାକୁ ୪ ଲେନ କରି ସମ୍ପ୍ରସାରଣ...

Advertisement
Archives

Model This Week