ଜଳଖିଆ ବିକ୍ରି କରିଥିଲେ ୧୪୬ ନଂ. ଆକ୍ରାନ୍ତ

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର ସନ୍ଧ୍ୟାରେ ୧୪୪, ୧୪୫, ୧୪୬, ୧୫୧, ୧୫୭, ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରଦାନ କରିଛି। ପାଞ୍ଚଜଣଙ୍କ ଘର ଯାଜପୁରରେ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆକ୍ରାନ୍ତ ଗଞ୍ଜାମ ଜିଲାର ସୁରଟ ଫେରନ୍ତା। ତେବେ ଏମାନଙ୍କ ମଧ୍ୟରୁ ଯାଜପୁର ଜିଲାର ୧୪୬ ନଂ. ଆକ୍ରାନ୍ତଙ୍କ ଦ୍ୱାରା ବହୁ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। କାରଣ ପଶ୍ଚିମବଙ୍ଗ ଫେରନ୍ତା ୫୫ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ଘର ବୀରଯାଜପୁରରେ। ସେ ମାର୍ଚ୍ଚ ୨୧-୨୨ରେ କୋଲକାତାରୁ ଟ୍ରେନ୍‌ ଯୋଗେ ଜେ.କେ. ରୋଡ୍‌ ରେଳ ଷ୍ଟେଶନରେ ଓହ୍ଲାଇ ଏକ ଭଡ଼ା ଗାଡ଼ିରେ ଅନ୍ୟ ୧୧ ଜଣଙ୍କ ସହ ଗାଁକୁ ଯାଇଥିଲେ। ଏହାପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ ମଧ୍ୟ ନିୟମିତ ଗ୍ରସେରୀ ଓ ପନିପରିବା କିଣିବା ପାଇଁ ଗାଁରେ ଥିବା ଦୋକାନକୁ ଯାଇଥିଲେ। ଏଥିସହ ୨୫ ମାର୍ଚ୍ଚରୁ ୫ ଏପ୍ରିଲ ଯାଏ ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ। ତାଙ୍କ ଦୋକାନରୁ ବହୁ ଲୋକ ଜଳଖିଆ ଖାଇଥିଲେ। ଗସ୍ତ ବିବରଣୀ ଥିବାରୁ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚିନ୍ତା ବଢ଼ିଛି।
ସେହିପରି ୧୪୪ ନଂ. ଆକ୍ରାନ୍ତଙ୍କ ବୟସ ୫୦ ହୋଇଥିବାବେଳେ ତାଙ୍କ ଘର ଯାଜପୁର ଜିଲା ମର୍କନ୍ଦପୁରରେ। ମାର୍ଚ୍ଚ ୨୮ରେ କୋଲକାତା ମଙ୍ଗଳାଘାଟରୁ ଅନ୍ୟ ୬ ଜଣଙ୍କ ସହ ଭଡ଼ା ଗାଡ଼ିରେ ଆସି ଯାଜପୁରରେ ପହଞ୍ଚତ୍ଥିଲେ। ସେଠାରୁ ସେ ଡିଏଚ୍‌ଏଚ୍‌ ଯାଇ ନାମ ପଞ୍ଜୀକରଣ କରି ଘରେ ମେ ୧ ଯାଏ ରହିଥିଲେ। ୧୪୫ ନମ୍ବର ଆକ୍ରାନ୍ତ(୭୫ବର୍ଷ)ଙ୍କ ଘର ଦଶରଥପୁର ବ୍ଲକ୍‌ରେ ଓ ସେ ୨୨ ମାର୍ଚ୍ଚରୁ ୧ ମେ ଯାଏ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। କଲିକତାରୁ ଫେରିଥିବା ୯୭ ନଂ. ଆକ୍ରାନ୍ତ ମହିଳା ଜଣକ ତାଙ୍କ ସହ ମାର୍ଚ୍ଚ ୨୯ରୁ ମେ ୧ ଯାଏ ଘରେ ରହିଥିଲେ। କଣ୍ଟାକ୍ଟ ଟ୍ରେସିଂ ପରେ ମେ ୧ରେ ନମୁନା ପରୀକ୍ଷଣ ପରେ ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୧୫୧ ନଂ. ଆକ୍ରାନ୍ତ ୩୫ବର୍ଷୀୟା ମହିଳା ଓ ତାଙ୍କ ଘର ଯାଜପୁରର ବାସୁଦେବପୁରରେ। ସେ ୨୨ ମାର୍ଚ୍ଚରୁ ୧ ମେ ଯାଏ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେ କଲିକତାରୁ ଫେରିଥିବା ୮୬ ଓ ୮୭ ନଂ. ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ୧୫୭ ନଂ. ଆକ୍ରାନ୍ତ(୬୨ବର୍ଷ)ଙ୍କ ଘର ଏହି ଜିଲାର ବାଇଁଶିରାରେ। ୧୦-୧୧ ଏପ୍ରିଲରେ କୋଲକାତାସ୍ଥିତ ମହର୍ଷି ଦେବେନ୍ଦ୍ର ରୋଡ୍‌ରୁ ଏକ ଭଡ଼ା ଗାଡ଼ିରେ ଆସି ପ୍ରଥମେ କୁଆଖିଆ ଓ ପରେ ଆଉଏକ ଭଡ଼ା ଗାଡ଼ିରେ ଘରକୁ ଯାଇଥିଲେ। ୧୨ ଏପ୍ରିଲ୍‌ରେ ସୁଜନପୁର ପିଏଚ୍‌ସିକୁ ଡାଇବେଟିସ୍‌ ଚେକ୍‌ କରିବାକୁ ଅଟୋରେ ଯାଇ ଘରକୁ ଫେରିଥିଲେ। ୧୨ ଏପ୍ରିଲ୍‌ରୁ ମେ ୨ ଯାଏ ଘରେ ରହିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତମାନଡ଼ାର ୧୭ବର୍ଷୀୟ ଯୁବକ ହେଉଛନ୍ତି ୧୫୮ ନଂ. ଆକ୍ରାନ୍ତ। ସେ ୨୪ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏ ଗୁଜରାଟ ସୁରଟସ୍ଥିତ ଯାକେସି ନଗରଠାରେ ଏକ ଭଡ଼ା ଘରେ ଅନ୍ୟ ୫ ଜଣଙ୍କ ସହ ରହି ବେଳେବେଳେ ବଜାର ଯାଉଥିଲେ। ସେହିପରି ୨୨ବର୍ଷୀୟ ଯୁବକ ହେଉଛନ୍ତି ୧୫୯ ନଂ. ଆକ୍ରାନ୍ତ। ତାଙ୍କ ଘର ଏହି ଜିଲାର ବେଲଗୁଣ୍ଠା ଅନ୍ତର୍ଗତ କୋକୋଲନ୍ଦାରେ। ସେ ୨୪ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏ ସୁରଟ ଧରିତ୍ରୀ ନଗରରେ ରହୁଥିଲେ। ବହୁତ୍‌ କମ ସମୟ ସେ ଖାଦ୍ୟ ପାଇଁ ବଜାର ଯାଇଥିଲେ। ଉଭୟ ୨୭ରୁ ୩୦ ଏପ୍ରିଲ୍‌ ମଧ୍ୟରେ ସୁରଟରୁ ଏକ ସ୍ବତନ୍ତ୍ର ବସ୍‌ରେ ୫୬ ଜଣ ସହଯାତ୍ରୀଙ୍କ ସହ ଗଞ୍ଜାମ ଧରାକୋଟ୍‌ରେ ପହଞ୍ଚତ୍ଥିଲେ। ୩୦ ଏପ୍ରିଲ୍‌ରୁ ୨ ମେ ଯାଏ ସ୍ଥାନୀୟ ସରକାରୀ କ୍ୱାରରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ସେମାନଙ୍କୁ ବ୍ରହ୍ମପୁର କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri