ଜଳଖିଆ ବିକ୍ରି କରିଥିଲେ ୧୪୬ ନଂ. ଆକ୍ରାନ୍ତ

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର ସନ୍ଧ୍ୟାରେ ୧୪୪, ୧୪୫, ୧୪୬, ୧୫୧, ୧୫୭, ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରଦାନ କରିଛି। ପାଞ୍ଚଜଣଙ୍କ ଘର ଯାଜପୁରରେ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆକ୍ରାନ୍ତ ଗଞ୍ଜାମ ଜିଲାର ସୁରଟ ଫେରନ୍ତା। ତେବେ ଏମାନଙ୍କ ମଧ୍ୟରୁ ଯାଜପୁର ଜିଲାର ୧୪୬ ନଂ. ଆକ୍ରାନ୍ତଙ୍କ ଦ୍ୱାରା ବହୁ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। କାରଣ ପଶ୍ଚିମବଙ୍ଗ ଫେରନ୍ତା ୫୫ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ଘର ବୀରଯାଜପୁରରେ। ସେ ମାର୍ଚ୍ଚ ୨୧-୨୨ରେ କୋଲକାତାରୁ ଟ୍ରେନ୍‌ ଯୋଗେ ଜେ.କେ. ରୋଡ୍‌ ରେଳ ଷ୍ଟେଶନରେ ଓହ୍ଲାଇ ଏକ ଭଡ଼ା ଗାଡ଼ିରେ ଅନ୍ୟ ୧୧ ଜଣଙ୍କ ସହ ଗାଁକୁ ଯାଇଥିଲେ। ଏହାପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ ମଧ୍ୟ ନିୟମିତ ଗ୍ରସେରୀ ଓ ପନିପରିବା କିଣିବା ପାଇଁ ଗାଁରେ ଥିବା ଦୋକାନକୁ ଯାଇଥିଲେ। ଏଥିସହ ୨୫ ମାର୍ଚ୍ଚରୁ ୫ ଏପ୍ରିଲ ଯାଏ ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ। ତାଙ୍କ ଦୋକାନରୁ ବହୁ ଲୋକ ଜଳଖିଆ ଖାଇଥିଲେ। ଗସ୍ତ ବିବରଣୀ ଥିବାରୁ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚିନ୍ତା ବଢ଼ିଛି।
ସେହିପରି ୧୪୪ ନଂ. ଆକ୍ରାନ୍ତଙ୍କ ବୟସ ୫୦ ହୋଇଥିବାବେଳେ ତାଙ୍କ ଘର ଯାଜପୁର ଜିଲା ମର୍କନ୍ଦପୁରରେ। ମାର୍ଚ୍ଚ ୨୮ରେ କୋଲକାତା ମଙ୍ଗଳାଘାଟରୁ ଅନ୍ୟ ୬ ଜଣଙ୍କ ସହ ଭଡ଼ା ଗାଡ଼ିରେ ଆସି ଯାଜପୁରରେ ପହଞ୍ଚତ୍ଥିଲେ। ସେଠାରୁ ସେ ଡିଏଚ୍‌ଏଚ୍‌ ଯାଇ ନାମ ପଞ୍ଜୀକରଣ କରି ଘରେ ମେ ୧ ଯାଏ ରହିଥିଲେ। ୧୪୫ ନମ୍ବର ଆକ୍ରାନ୍ତ(୭୫ବର୍ଷ)ଙ୍କ ଘର ଦଶରଥପୁର ବ୍ଲକ୍‌ରେ ଓ ସେ ୨୨ ମାର୍ଚ୍ଚରୁ ୧ ମେ ଯାଏ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। କଲିକତାରୁ ଫେରିଥିବା ୯୭ ନଂ. ଆକ୍ରାନ୍ତ ମହିଳା ଜଣକ ତାଙ୍କ ସହ ମାର୍ଚ୍ଚ ୨୯ରୁ ମେ ୧ ଯାଏ ଘରେ ରହିଥିଲେ। କଣ୍ଟାକ୍ଟ ଟ୍ରେସିଂ ପରେ ମେ ୧ରେ ନମୁନା ପରୀକ୍ଷଣ ପରେ ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୧୫୧ ନଂ. ଆକ୍ରାନ୍ତ ୩୫ବର୍ଷୀୟା ମହିଳା ଓ ତାଙ୍କ ଘର ଯାଜପୁରର ବାସୁଦେବପୁରରେ। ସେ ୨୨ ମାର୍ଚ୍ଚରୁ ୧ ମେ ଯାଏ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେ କଲିକତାରୁ ଫେରିଥିବା ୮୬ ଓ ୮୭ ନଂ. ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ୧୫୭ ନଂ. ଆକ୍ରାନ୍ତ(୬୨ବର୍ଷ)ଙ୍କ ଘର ଏହି ଜିଲାର ବାଇଁଶିରାରେ। ୧୦-୧୧ ଏପ୍ରିଲରେ କୋଲକାତାସ୍ଥିତ ମହର୍ଷି ଦେବେନ୍ଦ୍ର ରୋଡ୍‌ରୁ ଏକ ଭଡ଼ା ଗାଡ଼ିରେ ଆସି ପ୍ରଥମେ କୁଆଖିଆ ଓ ପରେ ଆଉଏକ ଭଡ଼ା ଗାଡ଼ିରେ ଘରକୁ ଯାଇଥିଲେ। ୧୨ ଏପ୍ରିଲ୍‌ରେ ସୁଜନପୁର ପିଏଚ୍‌ସିକୁ ଡାଇବେଟିସ୍‌ ଚେକ୍‌ କରିବାକୁ ଅଟୋରେ ଯାଇ ଘରକୁ ଫେରିଥିଲେ। ୧୨ ଏପ୍ରିଲ୍‌ରୁ ମେ ୨ ଯାଏ ଘରେ ରହିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତମାନଡ଼ାର ୧୭ବର୍ଷୀୟ ଯୁବକ ହେଉଛନ୍ତି ୧୫୮ ନଂ. ଆକ୍ରାନ୍ତ। ସେ ୨୪ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏ ଗୁଜରାଟ ସୁରଟସ୍ଥିତ ଯାକେସି ନଗରଠାରେ ଏକ ଭଡ଼ା ଘରେ ଅନ୍ୟ ୫ ଜଣଙ୍କ ସହ ରହି ବେଳେବେଳେ ବଜାର ଯାଉଥିଲେ। ସେହିପରି ୨୨ବର୍ଷୀୟ ଯୁବକ ହେଉଛନ୍ତି ୧୫୯ ନଂ. ଆକ୍ରାନ୍ତ। ତାଙ୍କ ଘର ଏହି ଜିଲାର ବେଲଗୁଣ୍ଠା ଅନ୍ତର୍ଗତ କୋକୋଲନ୍ଦାରେ। ସେ ୨୪ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏ ସୁରଟ ଧରିତ୍ରୀ ନଗରରେ ରହୁଥିଲେ। ବହୁତ୍‌ କମ ସମୟ ସେ ଖାଦ୍ୟ ପାଇଁ ବଜାର ଯାଇଥିଲେ। ଉଭୟ ୨୭ରୁ ୩୦ ଏପ୍ରିଲ୍‌ ମଧ୍ୟରେ ସୁରଟରୁ ଏକ ସ୍ବତନ୍ତ୍ର ବସ୍‌ରେ ୫୬ ଜଣ ସହଯାତ୍ରୀଙ୍କ ସହ ଗଞ୍ଜାମ ଧରାକୋଟ୍‌ରେ ପହଞ୍ଚତ୍ଥିଲେ। ୩୦ ଏପ୍ରିଲ୍‌ରୁ ୨ ମେ ଯାଏ ସ୍ଥାନୀୟ ସରକାରୀ କ୍ୱାରରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ସେମାନଙ୍କୁ ବ୍ରହ୍ମପୁର କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri