Posted inଖେଳ

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା ଯୁବିଙ୍କ ଲାଗି ସବୁଠୁ ବଡ଼ ସମ୍ମାନ ହେବ ବୋଲି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କହିଛନ୍ତି। ଯୁବିଙ୍କ ଅବସର ପରେ ତାଙ୍କ ସାଥୀ ଖେଳାଳି ଗମ୍ଭୀର ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସୁନ୍ଦରମୟ କ୍ୟାରିୟର ପାଇଁ ତୁମକୁ ଶୁଭେଚ୍ଛା। ଧଳା ବଲ କ୍ରିକେଟରେ ଦେଶରେ ତୁମେ ଶ୍ରେଷ୍ଠ ଖେଳାଳି। ଏଣୁ ତୁମ ସମ୍ମାନ ପାଇଁ ବିସିସିଆଇ ୧୨ ନଂ ଜର୍ସିକୁ ସନ୍ନ୍ୟାସ ଦେବା ଉଚିତ। ତୁମ ଭଳି ମୁଁ ବ୍ୟାଟିଂ କରିପାରିଥାନ୍ତି କି ବୋଲି ପୂର୍ବତନ ଓପନର ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, ଏପର୍ଯ୍ୟନ୍ତ ବିସିସିଆଇ କୌଣସି ଖେଳାଳିଙ୍କ ଜର୍ସିକୁ ସନ୍ନ୍ୟାସ ଦେଇ ନାହିଁ। ଏପରି କି ଜର୍ସି ତାଲିକାରୁ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୧୦ ନଂକୁ ମଧ୍ୟ ବାଦ୍‌ ଦେଇ ନାହିଁ। କେବଳ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ତେନ୍ଦୁଲକରଙ୍କ ସମ୍ମାନ ପାଇଁ ଜର୍ସି ନଂ ୧୦କୁ କୌଣସି ଖେଳାଳିଙ୍କୁ ପରିଧାନ କରିବାକୁ ଅନୁମତି ଦେବାକୁ ମନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସ୍‌ବେନ୍‌,୧୩।୧: ଭାରତୀୟ ଦଳ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସିଡନୀ ଟେଷ୍ଟରେ ଡେବ୍ୟୁ...

ଜୁଭେଣ୍ଟସ ଇଟାଲିଆନ କପ୍‌ ଫାଇନାଲରେ

ତୁରିନ୍‌,୧୩ା୬(ଏପି): ଶେଷରେ ଇଟାଲୀରେ ପୁନର୍ବାର ଫୁଟ୍‌ବଲ ଖେଳ ଆରମ୍ଭ ହୋଇଛି। ନୀରବ ପରିବେଶ ମଧ୍ୟରେ ଜୁଭେଣ୍ଟସ ଓ ଏସି ମିଲାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ...

‘ଇନିଂସ ଓପନ୍‌ ପାଇଁ ନିବେଦନ କରିବାକୁ ପଡ଼ିଥିଲା’

ନୂଆଦିଲ୍ଲୀ, ୨୭।୯ (ପି.ଟି.)- ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବିଶ୍ୱ କ୍ରିକେଟ୍‌ର ସବୁଠାରୁ ମହାନ୍‌ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ମଧ୍ୟକ୍ରମରୁ ଜଣେ ଦକ୍ଷ ଓପନର୍‌...

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ।...

ଇଣ୍ଡିଆନ ସୁପର ଲିଗ୍‌: ଗୋଆକୁ ପ୍ଲେ ଅଫ୍‌ ଟିକେଟ, ହାଇଦ୍ରାବାଦ୍‌ ଆଉଟ୍‌

ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସେସନରେ ଏଫ୍‌ସି ଗୋଆ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଏଫ୍‌ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ...

ବିନୋଦଙ୍କ ପ୍ରତି ଆକ୍ରୋଶ ନ ଥିଲା: ଇଦୁଲ୍‌ଜୀ

ମୁମ୍ବାଇ,୨୨ା୧୦ (ପି.ଟି.)-ଦୀର୍ଘ ୩୩ମାସ ଧରି ଭାରତୀୟ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ଅନ୍ତିମ ବୈଠକ ମଙ୍ଗଳବାର ଅନୁଷ୍ଠିତ...

ଜାଫରଙ୍କ ସମର୍ଥନରେ ବାହାରିଲେ ଏହି କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ, ୧୧।୨- ଉତ୍ତରାଖଣ୍ଡ ଦଳର କୋଚ୍‌ ତଥା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ଉପରେ ଧର୍ମକୁ ଭିତ୍ତି କରି ଖେଳାଳିଙ୍କୁ ଚୟନ କରୁଥିବା ଅଭିଯୋଗ...

ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ...

BGU
Play 250+ Trending Games
Archives

Model This Week

Why Dharitri