ଜରି ମେଢ଼ରେ ଝଲସିବେ ଗଣେଶ

କେନ୍ଦୁଝର, ୧।୯-ଆସନ୍ତା ସୋମବାର ଗଣେଶ ପୂଜା ଆରମ୍ଭ ା ଏଥି ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି ା କେନ୍ଦୁଝର ଡିଏଫଓ ଅଫିସରେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଣେଶ ପୂଜା ହେବ ା ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ା ୧୯୭୩ ମସିହାରୁ ଏହି ପୂଜା ହୋଇ ଆସୁଛି ବୋଲି କୁହାଯାଏ ା ସେ ସମୟରେ ଲକ୍ଷ୍ମୀଧର ମହାପାତ୍ର ନାମକ ଜଣେ କିରାଣୀଙ୍କ ଉଦ୍ୟମରେ ଏହା ଆରମ୍ଭ ହୋଇଥିଲା ା ଚଳିତ ବର୍ଷ ୧୦ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି ଚାଲିଥିବା ମୁଖ୍ୟ କାରିଗର ପଦ୍ମନାଭ ପୁହାଣ କହିଛନ୍ତି। ଦୀର୍ଘ ୧୨ ବର୍ଷ ହେଲା ଏହି ମୂର୍ତ୍ତି ସେ ଗଢିଆସୁଥିବା କହିଛନ୍ତି। ସ୍ଥାନୀୟ ଅରେଡେଇ ନଦୀ କୂଳରୁ ମାଟି ଆଣି ମୂର୍ତ୍ତି ଗଢାଚାଲିଛି। ନିର୍ମାଣ ପରେ ପ୍ଲାଷ୍ଟିକ ରଙ୍ଗରେ ରଙ୍ଗ ଦିଆଚାଲିଛି ା ଏହି ମୂର୍ତ୍ତି ଗଢା କାର୍ଯ୍ୟ ପ୍ରାୟ ୮ ଦିନ ଆଗରୁ ଚାଲିଛି ା ଚଳିତ ବର୍ଷ ତିନୋଟି ସାଇଡ ଷ୍ଟଲ ନିର୍ମାଣ କରାଯାଇଛି ା ସେଥିରେ ନୀଳମାଧବଙ୍କ ଜଗନ୍ନାଥ ଦର୍ଶନ, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା, ବନୀ କରଣ ଆଦି ଉପରେ ଆଧାରିତ ଧାର୍ମିକ ଓ ସଚେତନତା ଧର୍ମୀ ପ୍ରକଳ୍ପ ପ୍ରଦର୍ଶିତ ହେବ ବୋଲି କାରିଗର ସହାୟତା କରୁଥିବା କାରିଗର ପାଣ୍ଡବ ବେହେରା କହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଜରି ମେଢ ନିର୍ମାଣ କରାଯିବ ବୋଲି ଜଣାପଡିଛି। ପ୍ରତ୍ୟେକ ବର୍ଷ ଭଳି ରଙ୍ଗିନ ଲୁଗା ଓ ଆଲୋକରେ ସୁସଜ୍ଜିତ କରାଯିବା ସହ ଭକ୍ତଙ୍କୁ ସୁବିଧାରେ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ା ସେହିପରି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri