ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ,୧୨।୧୦(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ କାଳିସୀ ବରୁଆଙ୍କ ଦେହରେ ଲାଗି ସ୍ବତନ୍ତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି ମାନସିକଧାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ରାଜ ନଅର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ଛେଳି, ମେଣ୍ଢା ଆଦି ବଳି ପ୍ରଦାନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ଭକ୍ତଙ୍କୁ ଶେଷ ଦର୍ଶନ ସହ ଆଶୀର୍ବାଦ ପ୍ରଦାନ କରି ଦେବତା ସ୍ବସ୍ଥାନ ଦେଝାର ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ ପରେ ଯାତ୍ରା ସମ୍ପନ୍ନ ହୋଇଥିଲା।
ଗୁରୁବାର ପାହାନ୍ତାରେ ମାନସିକ ରୋଗୀଙ୍କ ସହ ବିଭିନ୍ନ ରୋଗୀଙ୍କୁ ଦେବତା ଲୁହାର ଏକ ଶିକୁଳି ସ୍ପର୍ଶ କରି ରୋଗ ଛଡାଇବାର କାର୍ଯ୍ୟକ୍ରମ ହୋଇଥିଲା। ରାତିରେ ଅନୁଷ୍ଠିତ ନିଶିଗୁଡି ଯାତ୍ରାରେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଗୁହାରି କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏପରିକି ଅପୁତ୍ରିକଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ଫଳ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା ା ଅଧିଆ ପଡିଥିବା ଅପୁତ୍ରିକ ମାନସିକଧାରୀଙ୍କ ଉପରେ ନୃତ୍ୟରତ ଅବସ୍ଥାରେ ଦେବତା ଛିଡା ହୋଇ ବରପ୍ରଦାନ କାର୍ଯ୍ୟକ୍ରମ ଏଠାରେ ସମ୍ପୂର୍ଣ୍ଣ ନିଆରା। ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା ା ମା’ ପାଟଖଣ୍ଡା ଦେବୀଙ୍କ ଉପରେ ମାନସୀକଧାରୀଙ୍କ ଆସ୍ଥା ରହିଥିବାରୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଯାତ୍ରାରେ ଜିଲା ତଥା ଜିଲା ବାହାରରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯାତ୍ରାରେ ମୀନା ବଜାର, ଦୋଳି ଲୋକଙ୍କ ଆକର୍ଷଣର କେନ୍ଦ୍ର ରହିଥିଲା। ମୁଖ୍ୟ ସେବାୟତ ସନ୍ତୋଷ ଥନାପତି, ମୁଖ୍ୟ ସେବକ ସାମନ୍ତ ଦୁର୍ଗାପ୍ରସାଦ ସିଂ ଦେଓ, ପଣ୍ଡିତ ଅସିତ କୁମାର ତ୍ରୀପାଠୀ, ଆଲୋକ ତ୍ରୀପାଠୀ, ଉଜ୍ଜ୍ୱଲ ଝାଙ୍କର, ଡା.ସରୋଜ କୁମାର ସାହୁ, ବିଏନ୍‌ଏଏ ସଭାପତି ସୁନ୍ଦରମଣି ଦଣ୍ଡସେନା, ୩୨ଦେହୁଲି ଗଣ, ବିଏନ୍‌ଏଏ ଯୁବକ ସଂଘ ଏବଂ ଜରାସିଂହା ଗ୍ରାମବାସୀ ଯାତ୍ରାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ...

ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି କବିତା

ଦେଓଗାଁ, ୪ା୧୦(ଡି.ଏନ.ଏ.): ପାଠପଢି ମଣିଷ ହେବି । ଏହିଭଳି ଉଚ୍ଚାଭିଳାଶ ରଖିଥିବା କବିତା ନାଗ ଏବେ ମା’, ବାପାଙ୍କୁ ହରାଇ ନିରାଶ୍ରୟ ହୋଇପଡିଛି । ଏଭଳି...

ନିଜେ ଭିନ୍ନକ୍ଷମ, ମାଏକିନା ମାନ୍‌ସିକ ରୁଗୀ:ଭଗବାନ ଭରସାରେ ବୁରୁଧ୍‌ ଦମ୍ପତି

ଲୋଇସିଂହା,୧୫।୮(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଗାଁର ବୁରୁଧ୍‌ ଦମ୍ପତି ଶଙ୍କର ମିଶ୍ର(୭୫) ଆର ମାଏକିନା ସୁଗନ୍ଧା(୭୦)। ଦମ୍ପତିକଁର ପିଲାଛୁଆ ନାଇଁ। ଏହେଦେ ଇ...

ଜଣଙ୍କୁ କଚାଡ଼ି ମାରିଲା ହାତୀ, ଜଣେ ଗୁରୁତର

ଖପ୍ରାଖୋଲ,୧୭ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ଗତ ରାତିରେ ଏକ ବଣୁଆ...

ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ...

ମେଡିକାଲ କଲେଜକୁ କଲେ ଶରୀର ଦାନ

ବଲାଙ୍ଗୀର ଅଫିସ, ୨୩ା୨: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଫର୍ମାସିଷ୍ଟ ଶୁଭେନ୍ଦ୍ର ନେପାକ ଚାକିରିରୁ ଅବସର ଗ୍ରହଣ ପରେ ଦେଖାଇଛନ୍ତି ମହତାଦର୍ଶ।...

ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼

ବଲାଙ୍ଗୀର ଅଫିସ, ୮ା୪: ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକଙ୍କ ନିର୍ଯାତନା ଥମୁନାହିଁ। ରାଜ୍ୟ ବାହାରେ ଇଟାଭାଟିରେ କାମ କରିବାକୁ ଯାଇଥିବା ଦୁଇଜଣ ଦାଦନ...

ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ...

Advertisement
Archives

Model This Week