ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା

କାଶୀନଗର, ୩୦ା୮(ଡି.ଏନ.ଏ.)-କାଶୀନଗର ବ୍ଲକ୍‌ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା ଏହି ବିଦ୍ୟାଳୟରେ ୧୮୮ ଛାତ୍ରୀଛାତ୍ର ରହିଥିବାବେଳେ ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲା ପଢ଼ୁଛନ୍ତି। ସେଥିମଧ୍ୟରୁ ୩୮ ଛାତ୍ରୀ ଏବଂ ୧୫୦ ଛାତ୍ର ରହିଛନ୍ତି। ସେହିପରି ମୋଟ ୯ ଶିକ୍ଷୟିତ୍ରୀ ଶିକ୍ଷକ ଏଠାରେ ନିଯୁକ୍ତ ହୋଇଛନ୍ତି।
ତିତ୍‌ଲି ବାତ୍ୟାରେ ଏହି ସ୍କୁଲ ସମ୍ମୁଖରେ ଥିବା ବିରାଟ ଗଛ ଟଳିପଡ଼ିବା ଯୋଗୁ ଏହାର ଛାତ ଭାଙ୍ଗିଯାଇଛି । ଅଫିସ ରୁମ୍‌ର ମଧ୍ୟ ଆଜବେଷ୍ଟର୍ସ ଭାଙ୍ଗିବା ସହ କାନ୍ଥ ଫାଟି ବିପଜ୍ଜନକ ଅବସ୍ଥାରେ ରହିଛି । ସେହିପରି ସ୍କୁଲ ଶୌଚାଳୟ ଛାତରେ ମଧ୍ୟ ଏକ ଗଛ ପଡ଼ି ଛାତ ଭାଙ୍ଗିଯାଇଛି। ହେଲେ ଗଛଟିକୁ ଏ ପର୍ଯ୍ୟନ୍ତ ହଟାଯାଇନାହିଁ। ଅନ୍ୟପକ୍ଷରେ ସ୍କୁଲର ପାଚେରି ନ ଥିବାବେଳେ ଭଙ୍ଗା ଶ୍ରେଣୀଗୃହରେ ପିଲାମାନେ ବହୁ ଅବ୍ୟବସ୍ଥାରେ ପାଠ ପଢ଼ୁଛନ୍ତି। ଏହା ପରିସରରେ ଥିବା ନଳକୂପ ମଧ୍ୟ ଅଚଳ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ପିଲା ଏଠାରେ ବହୁ ସମସ୍ୟାରେ ପାଠ ପଢ଼ୁଥିବା ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ପାତ୍ର କହିଛନ୍ତି। ଏ ସମ୍ପର୍କରେ ପ୍ରଶାସନ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ପାଚେରି ନ ଥିବା ଯୋଗୁ ସ୍କୁଲ ପରିସରରେ ଅସାମାଜିକ କାର୍ଯ୍ୟ, ଗାଈ, ଘୁଷୁରୀ ଓ ସାରେ ମଦ୍ୟପ, ଜୁଆଡ଼ିଙ୍କ ଆଡ୍ଡା ଦେଖିବାକୁ ମିଳୁଛି । ଯାହାକି ସ୍କୁଲ ପରିବେଶକୁ ନଷ୍ଟ କରୁଛି। ତେଣୁ ବିଦ୍ୟାଳୟର ମରାମତି, ଓ ପାଚେରି ନିର୍ମାଣ ସହ ସମସ୍ତ ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମିତା ମେହେର ଘଟଣା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର ଅଫିସ/ଭବାନୀପାଟଣା(ସ୍ବ.ପ୍ର.),୨୦।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। ବଲାଙ୍ଗୀର ଜିଲା ଅନ୍ତର୍ଗତ କଣ୍ଟାବାଞ୍ଜି ଜେଲ୍‌...

ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ

କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ...

କରଞ୍ଜିଆରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା : ଡାକ୍ତରଙ୍କୁ ମାଡ଼

ବାରିପଦା ଅଫିସ,୨୩।୯ : ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା...

ଚାନ୍ଦବାଲି ଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ଭଦ୍ରକ ଅଫିସ/ ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସଦର ଆରଆଇ ସୁବ୍ରତ ମଳିକଙ୍କୁ ମଙ୍ଗଳବାର ଭଦ୍ରକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆରଆଇ ସୁବ୍ରତ...

ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍‌)ରେ ୩୦...

ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ: ୬ ବଖରା ଜଳିଗଳା; ୫ ଗୋରୁ, ୯ ଛେଳି ଜୀବନ୍ତ ଦଗ୍ଧ

ବନ୍ତ,୨୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କୁଆଁର୍ଦ୍ଦା (ଅଘିରା ଗଢ଼ିଆ) ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ସମେତ...

ପ୍ରଚାର ମଇଦାନରେ ଅଶ୍ରୁମୋଚନ

କୋକସରା,୧୬।୨(ଡି.ଏନ.ଏ) କଳାହାଣ୍ଡି ଜିଲାର କୋକସରା ବ୍ଲକର ଭାଜପା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ଓଲିଓଡ଼ ଷ୍ଟାର ଅଶ୍ରୁ ମୋଚନ ମହାନ୍ତି। ବୁଧବାର କୋକସରା ବ୍ଲକର...

ପାରିବାରିକ କଳହରୁ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା

ପରଜଙ୍ଗ,୧୮।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛନ୍ତି ମଦ୍ୟପ...

Advertisement
Archives

Model This Week