ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ପାଳନ ହେଲା ଭାରତ ଉତ୍ସବ

ଜଗତ୍‌ସିଂହପୁର ଅଫିସ,୬ା୮: କଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। କଶ୍ମୀର ଦେଶର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ରହିବ। ଦୀର୍ଘ ୭୦ ବର୍ଷ ଭିତରେ ଯାହା ହୋଇପାରି ନ ଥିଲା, ତାହା ଆଜି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କରି ଦେଖାଇଛି। ତେଣୁ ଏହା ଦେଶ ପାଇଁ ଐତିହାସିକ ଦିବସ। ଭାରତ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ଏହି ଖୁସିରେ ଭାଜପା ଜଗତ୍‌ସିଂହପୁର ଜିଲା ଶାଖା ପକ୍ଷରୁ ସୋମବାର ସନ୍ଧ୍ୟାରେ ଭାରତ ଉତ୍ସବ ପାଳନ କରାଯାଇଛି। ଜିଲା ଭାଜପା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ସ୍ଥାନୀୟ ଥାନା ଛକରେ ବିଜୟ ଉତ୍ସବ ପାଳନ କରିଥିଲେ। ଏଥିରେ ଜିଲା ଉପସଭାପତି ସୌଭାଗ୍ୟ ମହାନ୍ତି, ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ନଗର ସଭାପତି ଅକ୍ଷୟ ପାତ୍ର, ମିଡିଆ ସେଲର ଗଣେଶ ପ୍ରସାଦ ମହାନ୍ତି, ଶ୍ରୀକାନ୍ତ ଚୌଧୁରୀ, ରଣଜିତ ମହାନ୍ତି, ହୃଷୀକେଶ ନନ୍ଦଙ୍କ ସମେତ ଅନେକ ଲୋକ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’

ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ...

ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର...

ଅଣସରରେ ଲାଗିହୁଏନି ରନ୍ଧାଭୋଗ

ପୁରୀ ଅଫିସ,୨୦ା୬: ଅଣସରରେ ଏବେ ଚତୁର୍ଦ୍ଧାବିଗ୍ରହ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ...

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରୀଛାତ୍ର ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ...

ଚାଷୀ ପଞ୍ଜୀକରଣ ଦେଖିବେ ୧୬ ଅଧିକାରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଧାନ ପଞ୍ଜୀକରଣ କିଭଳି ଚାଲିଛି, ଚାଷୀମାନେ ହଇରାଣ ହରକତ ହେଉଛନ୍ତି କି, ପଞ୍ଜୀକରଣ ତାଲିକାର ଅଗ୍ରଗତି, ତ୍ରୁଟି ଆଦି କାର୍ଯ୍ୟର ତଦାରଖ କରିବାକୁ ଖାଦ୍ୟ...

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ...

ବଢ଼ିଲା ନଦୀ ଜଳସ୍ତର

ଭୁବନେଶ୍ୱର, ୨୦।୮(ବ୍ୟୁରୋ):ଦୁଇଦିନ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ପୁଣି ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦର ଜଳସ୍ତର ପୁଣି...

Advertisement
Archives

Model This Week