ଜମୁଛି ଶିଶିର ସରସ ମେଳା:ସପ୍ତାହରେ ୧୦କୋଟି ଟପିଲା ବେପାର

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜମୁଛି ମେଳା। ଦିନକୁ ଦିନ ବ୍ୟବସାୟ ବି ବଢୁଛି। ସନ୍ଧ୍ୟା ହେଲେ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ପଡୁଛି ଲକ୍ଷ ଲକ୍ଷ ଲୋକଙ୍କ ପାଦ। କିଏ କାରିଗରଙ୍କ ହାତତିଆରି ଖାଣ୍ଟି ଦେଶୀ ସାମଗ୍ରୀ କିଣିବାକୁ ଯାଉଛି ତ କିଏ ପାରମ୍ପରିକ ଓଡ଼ିଆ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦେଶୀ ଖାଦ୍ୟ ଖାଇବାକୁ ଯାଉଛି। ପ୍ରଦର୍ଶନୀ ପଡ଼ିଆରେ ଓର୍‌ମାସ୍‌ ତରଫରୁ ଚାଲିଥିବା ଶିଶିର ସରସ ମେଳା କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟ ତଥା ବାହାରୁ ଆସିଥିବା ଲୋକଙ୍କ ପାଇଁ ଆଣିଦେଇଛି ଏଭଳି ଭିନ୍ନ ଅନୁଭୂତି।
ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଶିଶିର ସରସ ମେଳାରେ ଏଥର ଭଲ ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି। ଗତ ୭ଦିନରେ ଏଠାରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଓର୍‌ମାସ ତରଫରୁ ସୂଚନା ଦିଆଯାଇଛି। ଏଥର ମେଳାରେ ଖୋଲିଥିବା ୩୦୬ ଷ୍ଟଲ୍‌ରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ତିଆରି ବଡ଼ି, ପାମ୍ପଡ଼, ଆଚାର ଏବଂ ଅନ୍ୟାନ୍ୟ ଘରକରଣା ଓ ସାଜସଜ୍ଜା ସାମଗ୍ରୀର ଭଲ ବିକ୍ରିବଟା ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ଓରମାସ ତରଫରୁ ପ୍ରଥମଥର ପାଇଁ ୩ଟି ଡେମୋ ଷ୍ଟଲ୍‌ ଏବଂ ଗୋଟିଏ ଥିମ୍‌ ଷ୍ଟଲ୍‌ ଖୋଲାଯାଇଛି। ଡେମୋ ଷ୍ଟଲ୍‌ରେ କାରିଗରମାନେ ଟେରାକୋଟା, ଧୂପକାଠି ଓ ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି କରୁଛନ୍ତି। କଞ୍ଚାମାଲ୍‌ରୁ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତ ପ୍ରଣାଳୀ ଲୋକେ ଏଠାରେ ଲାଇଭ୍‌ ଦେଖିବାର ସୁଯୋଗ ପାଇପାରୁଛନ୍ତି। ସେହିପରି ଥିମ୍‌ ଷ୍ଟଲ୍‌ରେ ମେଳା ପରିସରରେ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀକୁ ଏକାଠି କରି ପ୍ରଦର୍ଶନ କରାଯାଇଛି। ମେଳାକୁ ବୁଲି ଆସୁଥିବା ବ୍ୟକ୍ତି ଏଠାରୁ ଜିନିଷ ବିକ୍ରିବଟା ସମ୍ପର୍କରେ ସମସ୍ତ ସୂଚନା ପାଇପାରୁଛନ୍ତି।

ରବିବାର ଆକର୍ଷଣ ଫ୍ୟାଶନ ଶୋ

ଶିଶିର ସରସ ମେଳାରେ ପ୍ରତି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବାବେଳେ ରବିବାର ସନ୍ଧ୍ୟାରେ ଓର୍‌ମାସ୍‌ ଏବଂ ନିଫ୍ଟ ଛାତ୍ରୀଛାତ୍ରଙ୍କ ଦ୍ୱାରା ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। ସମ୍ବଲପୁରୀ ତଥା ଇକ୍କତ, ଟସର ଭଳି ପାରମ୍ପରିକ ହସ୍ତତନ୍ତରେ ପ୍ରସ୍ତୁତ ଅତ୍ୟାଧୁନିକ ଡିଜାଇନ୍‌ ଏବଂ ପାରମ୍ପରିକ ଶାଢ଼ି ଏହି ଶୋ’ର ପ୍ରମୁଖ ଆକର୍ଷଣ ରହିଥିଲା। ଭୁବନେଶ୍ୱର ନିଫ୍ଟ ଛାତ୍ରୀଛାତ୍ରମାନେ ଶାଢ଼ିକୁ ନୂଆ ରୂପରେ ମଞ୍ଚକୁ ଆଣିଥିବାବେଳେ ହସ୍ତତନ୍ତ ବସ୍ତ୍ରରେ ପ୍ରସ୍ତୁତ ପ୍ୟାଣ୍ଟ, ଶାର୍ଟ, ଡଙ୍ଗ୍‌ରୀ ଭଳି ଓ୍ବେଷ୍ଟର୍ନ ପୋଷାକ ବିଶେଷ ଆକର୍ଷଣ ସାଜିଥିଲା।

ଚିକେନ୍‌ ମଣ୍ଡାପିଠାରୁ ଅଣ୍ଡା ଇଡ୍‌ଲି

ଶିଶିର ସରସ ମେଳାର ଫୁଡ୍‌ କୋର୍ଟରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଭିନ୍ନ ବ୍ୟଞ୍ଜନ ସ୍ଥାନ ପାଇଛି। ଓଡ଼ିଶାର ମୁଢି-ମାଂସ, ଛେନାପୋଡ଼, ରସାବଳି, ଚୁଡ଼ା ଘସା ଓ ଡାଲ୍‌ମା, ଚକୁଳି ଓ ଖାସି ମାଂସ ସାଙ୍ଗକୁ ତେଲଙ୍ଗାନା ଦମ୍‌ ବିରିୟାନୀ, ବିହାରର ଲିଟି ଚୋଖା, ଛତିଶଗଡ଼ର କଡି-ଚାଓ୍ବଲ, ରାଜସ୍ଥାନ ପ୍ରସିଦ୍ଧ କଚୋଡ଼ି, ମହାରାଷ୍ଟ୍ରର ପାଓଭାଜି ଓ କେରଳର କେତେକ ସୁପ୍ରସିଦ୍ଧ ବ୍ୟଞ୍ଜନର ବିଶେଷ ଚାହିଦା ଦେଖିବାକୁ ମିଳୁଛି। ବିଶେଷକରି ବାରିପଦାର ମୁଢି ମାଂସ ଓ ତେଲଙ୍ଗାନାର ଦମ୍‌ ବିରିୟାନୀ ଖାଇବା ପାଇଁ ସନ୍ଧ୍ୟାରେ ଷ୍ଟଲ୍‌ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସେହିପରି କେରଳର କନ୍ନୁର ଜିଲାରୁ ଆସିଥିବା ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ କେରଳ ଜିଞ୍ଜର କଫି ଶୀତୁଆ ସନ୍ଧ୍ୟାରେ କଫିପ୍ରେମୀଙ୍କୁ ଆକର୍ଷିତ କରୁଛି। ପୁରୀ ଜିଲା ସାକ୍ଷୀଗୋପାଳରୁ ଆସିଥିବା ମା ମଙ୍ଗଳା ସଞ୍ଚୟ ସମିତି ଏଠାରେ ପ୍ରଥମଥର ପାଇଁ ଅଣ୍ଡା ଇଡ୍‌ଲି ସହ ମାଂସ ଘୁଘୁନି, ଚିକେନ୍‌ ମଣ୍ଡାପିଠା, ଚିକେନ୍‌ ଦୋସା, ଚକୁଳି ଓ ମାଛ ବେସର, ଖାସି ମାଂସ ଚକୁଳି, ପରଠା ଓ ସୋରିଷ ଚିକେନ୍‌ ଭଳି କିଛି ନିଆରା ଖାଦ୍ୟ ପରଷୁଛି। ବିନା ତେଲରେ ପ୍ରସ୍ତୁତ ହେଉଥିବା ଅଣ୍ଡା ଇଡ୍‌ଲିର ଦାମ୍‌ ଗୋଟାକୁ ୧୫ଟଙ୍କା ରହିଥିବାବେଳେ ସୋରିଷ ଚିକେନ୍‌ର ଦାମ୍‌ ୧୪୦ ଟଙ୍କା, ଚିକେନ୍‌ ଦୋସା ୭୦ ଟଙ୍କା, ଖାସି ମଟନ୍‌ ଓ ଚକୁଳିର ଦାମ୍‌ ୧୬୦ ଟଙ୍କା ଏବଂ ୨ଟି ଚିକେନ୍‌ ମଣ୍ଡାପିଠାକୁ ୫୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri