ଜମୁଛି ନବରାତ୍ର ଉତ୍ସବ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦଶହରା ଧୁମ୍‌। ନବରାତ୍ର ଉତ୍ସବ ଏବେ ସାଜିଛି ପୂଜାର ଅନ୍ୟତମ ଆକର୍ଷଣ। ଗତ ରବିବାରଠାରୁ ନବରାତ୍ର ଉତ୍ସବ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ୬ଷ୍ଠ ଦିବସରେ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁଜରାଟି ସମାଜ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନବରାତ୍ରକୁ ରାଜଧାନୀେରେ ମହାଆଡ଼ମ୍ବରରେ ପାଳନ କରାଯାଉଛି।
ନବରାତ୍ର ଉପଲକ୍ଷେ ଗୁଜରାଟି ସମାଜ ମନ୍ଦିରଗୁଡିକରେ ସ୍ବତନ୍ତ୍ର ଆୟୋଜନମାନ କରାଯାଇଛି। ଶୁକ୍ରବାର ମା’ଙ୍କ ସରସ୍ବତୀ ରୂପକୁ ଶ୍ରଦ୍ଧାଳୁମାନେ ପୂଜା କରିଥିବାବେଳେ ଛୋଟ ଛୋଟ ପିଲାମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ୟୁନିଟ୍‌-୩ସ୍ଥିତ ଗୁଜରାଟି ସମାଜ ମନ୍ଦିର ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ରୀତିନୀତି ସହକାରେ ମା’ଙ୍କ ପୂଜା କରାଯାଇଥିଲା। ନବରାତ୍ରି ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ, ହୋଟେଲ ମେ’ଫେୟାର, ଏଚ୍‌ଏଚ୍‌ଆଇ ଏବଂ ପାନ୍ଥନିବାସ ଭଳି ସ୍ଥାନରେ ଏଥର ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଥିବାବେଳେ ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍‌ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲଇଡି ଲାଇଟ୍‌ ଓ ଲାଇଭ୍‌ ବ୍ୟାଣ୍ଡ୍‌ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।
ସୁସ୍ବାଦୁ ନବରାତ୍ର ଖାଦ୍ୟ
ସୁସ୍ବାଦୁ ଖାଦ୍ୟ ବିନା ନବରାତ୍ର ଦାଣ୍ଡିଆ ମହୋତ୍ସବର ମଜା ଉଠାଇ ହେବନାହିଁ। ଦାଣ୍ଡିଆ ରାସ୍‌ ଆୟୋଜନରେ ଭଳିକି ଭଳି ଖାଦ୍ୟ ପ୍ରମୁଖ ଆକର୍ଷଣ ସାଜୁଛି। ଖାଣ୍ଟି ଗୁଜରାଟି ଖାଦ୍ୟ ସହ ପିଠା, ମିଠା ସାଙ୍ଗକୁ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଖାଦ୍ୟପ୍ରେମୀଙ୍କୁ ଉତ୍ସବସ୍ଥଳକୁ ଆକୃଷ୍ଟ କରୁଛି। ତାରକା ହୋଟେଲରେ ଆୟୋଜିତ ନବାରାତ୍ର ଉତ୍ସବରେ ସ୍ବତନ୍ତ୍ରଭାବେ ଉପଲବ୍ଧ ହେଉଥିବା ଗୁଜରାଟି ଥାଳିରେ ଏକାଧିକ ସୁସ୍ବାଦୁ ବ୍ୟଞ୍ଜନର ସମାହାର ରହୁଛି। ବିଭିନ୍ନ ପ୍ରକାରର ଖେଚୁଡ଼ି, କୋଫ୍‌ତା, ପୁରୀ ସାଙ୍ଗକୁ ଖଜୁର୍‌ ମିଲ୍କସେକ୍‌, ଗାଜରରେ ପ୍ରସ୍ତୁତ ଖିରି, ହାଲଓ୍ବା, ଶାଗୁରେ ପ୍ରସ୍ତୁତ ବରା ଇତ୍ୟାଦି ନବରାତ୍ରର ମୁଖ୍ୟ ଆକର୍ଷଣ ସାଜିଛିି। କିଛି ସ୍ଥାନରେ ବିନା ପିଆଜ, ରସୁଣରେ ପ୍ରସ୍ତୁତ ଶୁଦ୍ଧ ଶାକାହାରି ଖାଦ୍ୟ ମଧ୍ୟ ଉପଲବ୍ଧ ହେଉଛି। ଛୋଟପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri