ଜମି ଦୁର୍ନୀତିର ତଦନ୍ତ ଆରମ୍ଭ

କୁଜଙ୍ଗ,୧ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ତହସିଲ କାର୍ଯ୍ୟାଳୟ ଅଧୀନରେ ପାରାଦୀପ ଶିଳ୍ପାଞ୍ଚଳ ରହିଛି। ତେଣୁ ତହସିଲ ଅଧୀନ ପାରାଦୀପଗଡ଼, ଭୂତମୁଣ୍ଡାଇ ଓ କୁଜଙ୍ଗ ଆରଆଇ ସର୍କଲ ଜମିଗୁଡ଼ିକର ଚାହିଦା ଯେତିକି ମୂଲ୍ୟ ମଧ୍ୟ ସେହିପରି। ତେବେ ଏସବୁ ଆରଆଇ ସର୍କଲ ଅଧୀନରେ ଶହଶହ ଏକର ମୂଲ୍ୟବାନ ସରକାରୀ ଜମିକୁ ଭିନ୍ନଭିନ୍ନ ତହସିଲଦାର ବିଭିନ୍ନ ଯୋଜନାରେ ଜାଲିଆତି କରି ଅନ୍ୟକୁ ଟେକି ଦେଇଥିବା ଅଭିଯୋଗ ହୋଇଥିଲା। ବିଶେଷକରି ପାରାଦୀପଗଡ଼ ଆରଆଇ ସର୍କଲ ଯେଉଁଥିରେ କି ଶିଳ୍ପାଞ୍ଚଳ ଅର୍ନ୍ତଭୁକ୍ତ। ସେହି ସର୍କଲର କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିକୁ ତତ୍‌କାଳୀନ ତହସିଲଦାରମାନେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ବସୁନ୍ଧରା ଯୋଜନାରେ ପଟ୍ଟା ଦେଇଥିବା ଅଭିଯୋଗ ହୋଇଥିଲା। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଓ ଜଗତ୍‌ସିଂହପୁର ଉପଜିଲାପାଳ ଦାୟିତ୍ୱରେ ଥିବା ଜଗତ୍‌ସିଂହପୁର ତହସିଲଦାର ମାନସ ରଞ୍ଜନ ଭୋଇଙ୍କ ନେଇ ଗଠିତ ଦୁଇ ଜଣିଆ କମିଟି ଶନିବାର କୁଜଙ୍ଗ ତହସିଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସାହୁଙ୍କୁ ପଚାରବାରୁ ସେ କହିଥିଲେ, ତଦନ୍ତ ଆରମ୍ଭ ହୋଇଛି। ତେଣୁ ଅଧିକ କିଛି କହି ହେବନାହିଁ। ତଦନ୍ତପରେ ସବୁ ତଥ୍ୟ ସାର୍ବଜନୀନ କରାଯିବ। କୁଜଙ୍ଗ ତହସିଲରେ ଘଟିଥିବା ଜମି ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଥିବାରୁ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ତହସିଲ ଅଧୀନରେ ଥିବା ବହୁ ଗୋଚର, ଅନାବାଦୀ, ଜଳାଶୟ ଓ ନଦୀକୁ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତାକରି ନିଜନାମରେ ପଟ୍ଟାକରି ନେଇଥିବା ଅଭିଯୋଗ ରହିଛି। କେବଳ ପାରାଦୀପଗଡ଼ ଆରଆଇ ସର୍କଲ ନୁହେଁ ତହସିଲ ଅଧୀନରେ ଥିବା ସମସ୍ତ ଆରଆଇ ସର୍କଲର ତଦନ୍ତ ହେଲେ ଜମି ଜାଲିଆତି ଘଟଣାର ପର୍ଦ୍ଦାଫାଶ ହୋଇପାରିବ ବୋଲି ପୂର୍ବତନ ସମିତି ସଭ୍ୟ କବି ରଞ୍ଜନ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଈ ହାତୀ ମୃତଦେହ ଠାବ

ଉଦଳା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର...

ନିରାଶ୍ରୟ ପଥିକଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର,୧୬ା୪(ଡି.ଏନ୍‌.ଏ.) : କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ପୋଲିସ ପ୍ରଶାସନର କଟକଣା ଯୋଗୁ ସକାଳ ୧୦ଟା ପରେ ଦୋକାନ ବଜାର ସମେତ ରାସ୍ତାଘାଟ...

ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ...

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧାଙ୍କୁ କରୋନା: ରୋଗୀଙ୍କ ଉପରେ କଟକଣା

ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି।...

ଶୋଇଥିବାବେଳେ ମାଡ଼ିଗଲା ବୋଲେରୋ, ମହିଳା ମୃତ

ତାଳଚେର, ୨୧ା୪(ନି.ପ୍ର.)- ଘର ବାହାରେ ଶୋଇଥିବାବେଳେ ଏକ ବୋଲେରୋ ମାଡ଼ିଯିବାରୁ ତାଳଚେର ପୌରାଞ୍ଚଳ ୪ ନମ୍ବର ଓ୍ବାର୍ଡର ମଲ୍ଲୀ ଦାସ(୬୨)ଙ୍କ ମୃତ୍ୟୁ ଘଟିଛି। ଗରମ ହେବାରୁ...

ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି

ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ...

‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା...

ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.)  କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌,...

Advertisement
Archives

Model This Week