ଜମି ଅନୁଧ୍ୟାନ କଲେ ରାଜସ୍ବ କମିଶନର: ୯.୬୦ ଏକରରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ସାକ୍ଷୀଗୋପାଳ, ୪।୧୦(ଡି.ଏନ୍‌.ଏ.): ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଗବେଷଣା ଲକ୍ଷ୍ୟ ନେଇ ପୁରୀ ଜିଲା ସତ୍ୟବାଦୀର ଐତିହାସିକ ବକୁଳବନ ସଂଲଗ୍ନ ୯. ୬୦ ଏକର ଜମିରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବାକୁ ସ୍ଥିର ହୋଇଛି। ସାକ୍ଷୀଗୋପାଳ ଠାକୁରଙ୍କ ମାଲିକାନାରେ ରହିଥିବା ଏହି ଭୂ-ସମ୍ପତ୍ତିି ହସ୍ତାନ୍ତର ପୂର୍ବରୁ ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଓ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ପ୍ରସ୍ତାବିତ ଜମି ଅନୁଧ୍ୟାନ କରିଛନ୍ତି। ଜମିର ନକ୍ସା ସହିତ ଉଚ୍ଚ ଅଧିକାରୀ ଦ୍ୱୟ ରାଧାକୁଣ୍ଡ ପାର୍ଶ୍ୱ ଅଞ୍ଚଳ ବୁଲି ଦେଖିଥିଲେ। ଉକ୍ତଜମିକୁ ଲାଗି ରହିଥିବା ହାଇସ୍କୁଲ ଖେଳପଡ଼ିଆର ବିକାଶ, ପଞ୍ଚସଖାଙ୍କ ସ୍ମୃତି ସମାଧି ପୀଠ ଓ ପାଠାଗାର, ଦୁଇଟି ଉଚ୍ଚ ବିଦ୍ୟାଳୟ ଏବଂ ଜନବସତି ସମ୍ପର୍କରେ ଅଧିକାରମାନଙ୍କୁ ପଚାରି ବୁଝିଥିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ମାଲିକାନାରେ ରହିଥିବା ସତ୍ୟବାଦୀ ତହସିଲ ଅଧୀନ ଫୁଲଅଳସା ମୌଜା ଖାତା ନଂ ୧୦୦ ରୁ ୨୮ ଏକର ୭୪ ଡିସିମିଲ ଜମି ପ୍ରଥମେ ଏଥିପାଇଁ ଚିହ୍ନଟ କରାଯାଇଥିଲା। ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡିତ ବକୁଳବନକୁ ସଂରକ୍ଷିତ ରଖାଯାଇଛି। ଅବଶିଷ୍ଟ ୯.୬୦ ଏକର ଜମିର ମୂଲ୍ୟ ୧୧ କୋଟି ୩୩ ଲକ୍ଷ ୫୮ ହଜାର ଟଙ୍କା ସାକ୍ଷୀଗୋପାଳ ମନ୍ଦିରକୁ ପ୍ରଦାନ କରାଯାଇ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ୧୩/୨୦୧୯ ରିଭିଜନ ପିଟିଶନ, ଦେବୋତ୍ତର କମିଶନରଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟ ଆଇନ ବିଭାଗ ସ୍ବୀକୃତି ଦେଇଛନ୍ତି। ଆର୍‌ଡିସି ଏବଂ ଜିଲାପାଳ ପର୍ଯ୍ୟଟନ ପ୍ରକଳ୍ପ ଓ ବନ ବିଦ୍ୟାଳୟର ସ୍ମୃତି ସନ୍ତକ ବୁଲି ଦେଖିଥିଲେ। ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କରି ମନ୍ଦିର ପ୍ରତ୍ନତାତ୍ୱିକ ସଂରକ୍ଷଣ ବିଷୟରେ ବୁଝିଥିଲେ। ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ତହସିଲଦାର ଉଲ୍ଲାସ ସେଠୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋରାଗୁଡା ଘାଟରେ ଡଙ୍ଗାଚାଳକ ବନ୍ଦ; ଲୋକେ ହନ୍ତସନ୍ତ

ଚିତ୍ରକୋଣ୍ଡା, ୨୯ା୮(ଡି.ଏନ.ଏ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୬ଟି ପଞ୍ଚାୟତ ଦୋରାଗୁଡା, ନୁଆଗୁଡା, ଗୁଣ୍ଠାଓ୍ବାଡା, କପାତୁଟି, କୁରୁମାନୁର ଓ ପାପୁଲୁର ପାଇଁ ଦୋରାଗୁଡା ଡଙ୍ଗା ଘାଟ...

ମରାମତି ହେଉନି ପାଇପ୍‌ ଲାଇନ୍‌:ବରିଡିହି ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ

ଖଣ୍ଡପଡ଼ା,୩୦ା୮(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତସ୍ଥ ବିରିଡିହିରେ ଗତ ଏକ ମାସ ଧରି ପାଇପ୍‌ ଲାଇନ୍‌ ଖରାପ ହୋଇଯାଇଛି। ତେଣୁ ସମ୍ପ୍ରତି ବର୍ଷାଋତୁ ସମୟରେ ମଧ୍ୟ...

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ...

ଆଇପ୍ୟାଡ୍‌ରେ ଓଡ଼ିଶା ବଜେଟ: ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି, ଜାଣନ୍ତୁ ପୂରା ଅପ୍‌ଡେଟ୍‌

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌...

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର...

ଗଡ଼ମଣ୍ଡଳ ସରସ୍ବତୀ ଶିଶୁ ମନ୍ଦିରରୁ ଚୋରି

ଛେଣ୍ଡିପଦା,୩।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତର ଗଡ଼ମଣ୍ଡଳ ସରସ୍ବତୀ ଶିଶୁମନ୍ଦିର କାର୍ଯ୍ୟାଳୟ ତାଲାଭାଙ୍ଗି ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋମବାର...

ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦ୍ରାପଡ଼ା ଅଫିସ,୮।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆକଳନ କଲେ ଆସନ୍ତାବର୍ଷ ଫେବୃୟାରୀରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ...

ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର...

Advertisement
Archives

Model This Week