Posted inଜାତୀୟ

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଆସନ୍ତା ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ରବର୍ଟ ଭଦ୍ରାଙ୍କୁ ନୋଟିସରେ ଉଲ୍ଲେଖ ରହିଛି। ଏହା ବ୍ୟତୀତ ବିଦେଶରେ ରହିଥିବା ବେନାମୀ ସମ୍ପତ୍ତି ମାମଲାରେ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ଇଡି ରବର୍ଟ ଭଦ୍ରାଙ୍କ ବେନାମୀ ସମ୍ପତ୍ତିଗୁଡ଼ିକର ଯାଞ୍ଚ କରୁଛି। ଏହା ମଧ୍ୟରେ ଦୁବାଇର ଜୁମେରାହରେ ଅବସ୍ଥିତ ୧୪ କୋଟି ଟଙ୍କା ମୂଲ୍ୟର ଏକ ଭିଲା ଏବଂ ଲଣ୍ଡନର ବ୍ରାୟନଷ୍ଟନ ସ୍କୋୟାରରେ ଥିବା ଗୋଟିଏ ଫ୍ଲାଟ ରହିଛି, ଯାହାର ମୂଲ୍ୟ ୨୬ କୋଟି ଟଙ୍କା। ପୂର୍ବରୁ ମଧ୍ୟ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେବା ପରେ ୪୦ କୋଟି ଲୋକ ପାଲଟି ଯାଇଛନ୍ତି ‘ବାହୁବଳୀ’: ମୋଦି

ନୂଆଦିଲ୍ଲୀ,୧୯ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ସୋମବାର ସଂସଦରେ ପହଞ୍ଚିଥିଲେ । ଏହି ସମୟରେ ସେ ଖବରଦାତାଙ୍କ...

ପୁନର୍ବିଚାର ପାଇଁ ପିଟିଶନ ଦାଏର

ନୂଆଦିଲ୍ଲୀ/ ପୁରୀ ଅଫିସ୍‌, ୨୦ା୬ : ଏବର୍ଷ ପୁରୀ ସମେତ ସାରା ଓଡ଼ିଶାରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାର ଦିନକ ପରେ ଉକ୍ତ ରାୟରେ...

ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି...

ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା କରୁଛି ଅପରେଶନ ଲୋଟସ: ସିସୋଡିଆ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀରେ ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା ପକ୍ଷରୁ ଅପରେଶନ ଲୋଟସ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଶନିବାର...

୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ...

୨୦୨୨ରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…

ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି...

କେନ୍ଦ୍ରକୁ କଂଗ୍ରେସର ପ୍ରଶ୍ନ:ଜିନ୍‌ଜିଆଙ୍ଗ୍‌କୁ ନେଇ ନୀରବ କାହିଁକି

ନୂଆଦିଲ୍ଲୀ,୧୧-୧୦:: କଶ୍ମୀରକୁ ନେଇ ଚାଇନା ବାରମ୍ବାର ମୁଣ୍ଡ ଖେଳାଉଥିବାବେଳେ ଜିନ୍‌ଜିଆଙ୍ଗ୍‌, ହଂକଂ ଓ ତିବ୍ବତ ପ୍ରସଙ୍ଗରେ ଭାରତ କାହିଁକି ନୀରବ ରହୁଛି ବୋଲି ଗୁରୁବାର କଂଗ୍ରେସ...

ଗୋପାଳଗଞ୍ଜ, ଆଦମପୁର, ଗୋକର୍ନନାଥ ଆସନରେ ଭାଜପା ବିଜୟୀ

ନୂଆଦିଲ୍ଲୀ,୬ ।୧୧: ହରିୟାଣାର ଆଦମପୁରରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥି ଭବ୍ୟ ବିଶ୍ନୋଇ ବିଜୟୀ ହୋଇଛନ୍ତି । ତାଙ୍କ ପିତା କୁଲଦିପ...

Advertisement
Archives

Model This Week