ଜବରଦଖଲକୁ ବିରୋଧ, ରାସ୍ତାକୁ ଓହ୍ଲାଇବେ ୫୦୦ ପରିବାର

ଭୁବନେଶ୍ୱର, ୬ା୨(ବ୍ୟୁରୋ): ପାଇକନଗରରେ ଚାଲିଥିବା ଜମି ବିବାଦ ଘଟଣାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ୫୦୦ରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ସରକାରୀ ଜମି ଉପରେ ନିର୍ଭର କରୁଛନ୍ତି। ହେଲେ ବିଲ୍‌ଡର ଉକ୍ତ ଜମିରେ ନିଜର କନଷ୍ଟ୍ରକଶନ କାର୍ଯ୍ୟ ଜାରି ରଖିଛନ୍ତି। ବୁଧବାର ପୂର୍ବ ବିଲ୍‌ଡର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପାଇକନଗର ୱେଲଫେୟାର ଆସୋସିଶନ ପକ୍ଷରୁୁ ଏହାକୁ ବିରୋଧ କରାଯିବା ସହ ଏକ ଖବରଦାତା ସମ୍ମିଳନୀରେ ତୀବ୍ର ଅସନ୍ତୋଷ ଜାହିର କରାଯାଇଛି। ପୋଲିସ ପ୍ରଶାସନ ବିଲଡରଙ୍କ ସହ ମିଶି ଜବରଦଖଲ ହେବାକୁ ପ୍ରଶ୍ରୟ ଦେଉଛି ବୋଲି କହିବା ସହ ଯଦି ଏ ନେଇ ତୁରନ୍ତ ସମାଧାନ ନ ହୁଏ ତେବେ ପାଇକନଗରରେ ରହୁଥିବା ୫୦୦ ପରିବାର ରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।
ପାଇକନଗର ୱେଲଫେୟାର ଆସୋସିଏଶନ୍‌ର ସମ୍ପାଦକ ସମୀର ନାୟକ କହିଛନ୍ତି, ପାଇକନଗର ମୌଜାର ପ୍ଲଟ ନଂ. ୨୨୬, ୨୨୭, ୨୨୮, ୨୨୯, ୨୩୦, ୨୩୨, ୨୩୩ ପୂର୍ବରୁ ଜଳାଶୟ ଥିଲା। ଏବେ ମଧ୍ୟ ସରକାରୀ ନକ୍ସାରେ ସେଠାରେ ଜଳାଶୟ ଓ ୪.୫ ଫୁଟର ଡ୍ରେନ ଯାଉଛି। ହେଲେ ବିଲ୍‌ଡର ସୁଧାଂଶୁ ଶେଖର ପାଳ ଉକ୍ତ ଜଳାଶୟକୁ ପୋତି ସେଠାରେ ଜବରଦଖଲ କରିଛନ୍ତି। ଏ ନେଇ ବିଧାନସଭାରେ ପ୍ରଶ୍ନୋତ୍ତର ହେବା ପରେ ସେଠାରୁ ୨୦୦୯ରେ ବିଏମ୍‌ସି, ବିଡିଏ ପ୍ରଶାସନ ଦ୍ୱାରା ଉଚ୍ଛେଦ କାର୍ଯ୍ୟ କରାଗଲା। ତା’ପରେ ସେ ସେଠାରେ ଥିବା ୨୨୭, ୨୨୮ ପ୍ଲଟକୁ ନିଜର ସ୍ଥିତିବାନ ଜମି ବୋଲି ଦର୍ଶାଇବା ସହ ଉକ୍ତ ଜମିକୁ ଲାଗି ରହିଥିବା ଅନ୍ୟ ପ୍ଲଟଗୁଡିକୁ ମଧ୍ୟ ନିଜର ବତାଉଛନ୍ତି। ଉକ୍ତ ସରକାରୀ ଜମି ଉପରେ ସ୍ଥାନୀୟ ବାସିନ୍ଦା ନିର୍ଭରଯୋଗ୍ୟ ଥିବା ବେଳେ ବିଲ୍‌ଡର ପାଳ ସେଠାରେ ଜବରଦଖଲ କରୁଛନ୍ତି ବୋଲି ସେ କହିଛନ୍ତି।
ପୂର୍ବରୁ ବିଲ୍‌ଡଙ୍କର ସହ ବହୁବାର ଜମିକୁ ନେଇ ବିବାଦ ଲାଗି ରହୁଥିଲା, ହେଲେ ୨୦୨୦ ଜାନୁୟାରୀ ୧୭ରେ ନୟାପଲ୍ଲୀ ଥାନାରେ ଉଭୟପକ୍ଷ ବସି ଆଲୋଚନା କରିଥିଲେ। ୩ଦିନ ମଧ୍ୟରେ ଜମି ମାପଚୁପ ହେବ ଓ ଉଭୟପକ୍ଷଙ୍କ ଅମିନ ସେଠାରେ ଉପସ୍ଥିତ ରହି ମାପଚୁପ୍‌ କରିବା ସହ ମାପାଚୁପ ହେବାର ଗୋଟିଏ ଦିନ ପୂର୍ବରୁ ଉଭୟପକ୍ଷକୁ ଏ ନେଇ ସୂଚନା ଦିଆଯିବ ବୋଲି ନିଷ୍କର୍ସ ପ୍ରକାଶ ପାଇଥିଲା। ହେଲେ ବୁଧବାର ସକାଳ ୯ ଟାରେ ନୟପଲ୍ଲୀ ଥାନାର ଜଣେ ଏସ୍‌ଆଇ ଫୋନ ଯୋଗେ ଯୋଗାଯୋଗ କରି ଏବେ ହିଁ ମାପଚୁପ ହେବ ବୋଲି କହିଥିଲେ। ତେବେ ପୂର୍ବ ନିଷ୍ପତ୍ତିକୁ ଖାତିର ନ କରି ପୋଲିସ୍‌ ବିଲଡରଙ୍କ ସହ ମିଶି ମଧ୍ୟାହ୍ନରେ ମାପଚୁପ କରିଥିଲେ। ଯାହାକୁ ଆସୋସିଏଶନ ପକ୍ଷରୁ ସହଯୋଗ କରାଯାଇ ନ ଥିଲା। ଏହି ମାପଚୁପ ସମ୍ପୂର୍ଣ୍ଣ ବେଆଇନ ବୋଲି କହିବା ସହ ଆସୋସିଏଶନ୍‌ ପକ୍ଷରୁ ଆଉଥରେ ସେଠାରେ ମାପଚୁପ୍‌ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ: ଯେଉଁଠି ଲୋକଙ୍କ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri