ଜନ୍ମବେଳେ ମୃତ ଘୋଷଣା କରିଥିଲେ ଡାକ୍ତର: କେବିସି ମଞ୍ଚରେ ଟଙ୍କା ସହ ହୃଦୟ ଜିତିଲେ ନୂପୁର

ମୁମ୍ବାଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ଜୀବନର ପ୍ରତିଟି ବାଧାବିଘ୍ନ। ଏଭଳି କିଛି ଦେଖିବାକୁ ମିଳିଛି ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ୍‌ ବନେଗା କରୋଡପତି’ ମଞ୍ଚରେ। ଉତ୍ତରପ୍ରଦେଶର ଉନ୍ନାଓ ଜିଲାର ବିଘାପୁରରେ ଜନ୍ମିତ ଦିବ୍ୟାଙ୍ଗ ନୂପୁର ସିଂ କେବିସିରେ ଭାଗ ନେଇ ୧୨.୫ଲକ୍ଷ ଜିତିବାରେ ସକ୍ଷମ ହୋଇଛନ୍ତି। ଏପରିକି ତାଙ୍କ ଜୀବନକାହାଣୀ କୋଟି କୋଟି ହୃଦୟ ଜିଣିଛିି।

ନୂପୁର, ରାମ କୁମାର ସିଂ ଓ କଳ୍ପନା ସିଂହଙ୍କ ଝିଅ। ତାଙ୍କ ବାପା ଜଣେ କୃଷକ। ତେବେ ନୂପୁର ଜନ୍ମ ହେବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଜଣେ ସମ୍ପର୍କୀୟ ତାଙ୍କ ଦେହରେ ଜୀବନ ଥିବା ଅନୁଭବ କରି ତାଙ୍କୁ ଘରକୁ ନେଇଆସିଥିଲେ। ମାତ୍ର ଜନ୍ମର କିଛି ସମୟ ପୂର୍ବରୁ ଡାକ୍ତରଙ୍କ ଅସାବଧାନତା କାରଣରୁ ସେ ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ।

ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀଭାବେ ସେ ସ୍କୁଲ, କଲେଜରେ ନାମ କମାଇଥିଲେ। ଏପରିକି ପ୍ରଥମ ଥରରେ ବିଏଡ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏବେ ସେ ଏକ ପ୍ଲେ ଗ୍ରୁପ୍‌ ସହ ଜଡିତ ଥିବା ବେଳେ ଦଶମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି।

କେବିସିରେ ଭାଗ ନେବା ଓ ଜିତିବା ନେଇ ନୂପୁରଙ୍କ ମା’ କଳ୍ପନା କୁହନ୍ତି,‘ ସେ ସବୁବେଳେ କେବିସି ଦେଖିବାକୁ ଭଲ ପାଉଥିଲା। ସବୁଥର ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଯାଉଥିଲା। ହେଲେ ସେ ଘରେ ବସି ପ୍ରଥମେ ତାର ଉତ୍ତର ସହଜରେ ଦେଇ ଦେଉଥିଲା। ଝିଅର ଏଭଳି ଆଗ୍ରହ ଦେଖି ଏ ବର୍ଷ ତାକୁ ଏହି ଶୋ’ରେ ଭାଗ ନେବାକୁ କହିଥିଲୁ। ଆମ କଥା ଅନୁସାରେ ସେ ସମ୍ମତି ଜଣାଇଥିଲା ଏବଂ ଚେଷ୍ଟା କରିଥିଲା। ଶେଷରେ ସେ ଏଥିପାଇଁ ଚୟନ ହୋଇଥିଲା। ଏବେ ସେ ୧୨.୫ଲକ୍ଷ ଜିତିବାରେ ସଫଳ ହୋଇଛି। ନିଜ ଜୀବନକୁ ନେଇ ନୂପୁର କେବେ ହେଲେ ଅନ୍ୟ କାହାକୁ ଦୋଷ ଦିଏ ନାହିଁ। ଯାହା ହୋଇଛି ତାହା ହେବାର ଥିଲା ବୋଲି ସେ ଦୃଢ଼ତାର ସହ କହିଥାଏ ବୋଲି ବ୍ୟକ୍ତ କରନ୍ତି କଳ୍ପନା।’


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ...

ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ...

କାହାକୁ ପିଟିବାକୁ ଚାହୁଁଛନ୍ତି ସାମନ୍ଥା

ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ହେବା ପରେ ତାଙ୍କ ଜୀବନ ସଜାଡିବାକୁ ଆରମ୍ଭ କରିଛନ୍ତି। ନିକଟରେ ସେ ଦର୍ଶନ...

୧୦୦ କୋଟିର ଘର, ପ୍ରାଇଭେଟ୍‌ ଜେଟ୍‌ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ।...

ବିବାହ କରିବେ ମିକା ସିଂ: ହଳଦୀ, ମେହେନ୍ଦୀ ପରେ ସରିଲା ସଙ୍ଗୀତ ସମାରୋହ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ସ୍ବୟମ୍ବର ଶୋ’ ‘ମିକା ଦି ବୋତି’ ମାଧ୍ୟମରେ ଜାତୀୟ ଟିଭିରେ ବର ହେବାକୁ ଯାଉଛନ୍ତି। ଶୋ’ରେ ୩...

୨୦୨୦ର ପ୍ରକୃତ ହିରୋ, ଦାନ କରିଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ:୨୦୨୦ ମସିହା ସମସ୍ତଙ୍କ ଜୀବନରେ ଆଣିଛି କିଛି ନା କିଛି ପରିବର୍ତ୍ତନ । ଏହାସହ ଯୋଡି ହୋଇ ଯାଇଥିବା ମହାମାରୀ କରୋନା ଅନେକଙ୍କ ଜୀବନ ଜୀବିକାକୁ...

ହଲ୍‌ ଛାତର ନାଚିଲେ କ୍ରିତି

ମୁମ୍ବାଇ: ନିଜର ଅପ୍‌କମିଂ ଫିଲ୍ମ ‘ଭେଡିଆ’ର ପ୍ରମୋଶନ୍‌ରେ ବ୍ୟସ୍ତ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌। ଶୁକ୍ରବାର ଫିଲ୍ମର ପ୍ରମୋଶନ୍‌ କରିବା ସମୟରେ କ୍ରିତି ମୁମ୍ବାଇର ଗେଟି...

ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ବରିଷ୍ଠ ଚଳଚ୍ଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ...

Advertisement
Archives

Model This Week