ଜନ୍ମଦିନ ପାଳନ ହେଲା କାଳ: କୋଲାବରେ ୩ ସାଙ୍ଗଙ୍କ ସଲିଳ ସମାଧି

ଜୟପୁର,୨୯ା୨(ଡି.ଏନ୍‌.ଏ)- କୋରାପୁଟ ଜିଲା ସଦର ସରକାରୀ ମହାବିଦ୍ୟାଳୟ ପାର୍ଶ୍ୱ କୋଲାବ ଜଳଭଣ୍ଡାରରେ ବୁଡ଼ି ଶନିବାର ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟର ମନ୍ମଥ ସାସ୍‌ମଲ, ମାଲକାନଗିରି ଜିଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ। ସମସ୍ତେ ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗ ଛାତ୍ର ବୋଲି ଜଣାପଡ଼ିଛି। ତେବେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ ପାଇଁ ୭ ଜଣ ସାଙ୍ଗ ଏକାଠି ହୋଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଜନ୍ମଦିନ ପାଳନ ପରେ ଫଟୋ ଉଠାଉଥିବା ବେଳେ ଜଣେ ସାଙ୍ଗ ପାଣିରେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ ଜଣ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିଲା। ବିଭାଗ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ରାଜ୍ୟ ପ୍ରଶାସନ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଏଆରଆଇ

ନବରଙ୍ଗପୁର,୧୯।୧୨(ବି.ପ୍ର.)-ନବରଙ୍ଗପୁର ଜିଲା କୋଡିଙ୍ଗା ତହସିଲ ଅଧୀନ ବଡଆମ୍ବଡା ରାଜସ୍ବ ନିରିକ୍ଷକ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ବ ନିରିକ୍ଷକ(ଏଆରଆଇ) ହରିବନ୍ଧୁ ରନ୍ଧାରୀ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା...

ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ: ଶହୀଦ ଯବାନଙ୍କୁ ତୋପ ସଲାମି

କଟକ ଅଫିସ, ୨୨ା୧୦: କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ସୋମବାର ପାଳିତ ହୋଇଯାଇଛି। ଏଥିରେ...

ଜନ୍ମବେଦିରେ ସରିଲା ଲୀଳାଖେଳା; ରତ୍ନବେଦିକୁ ଫେରିଲେ ତିନି ଠାକୁର

ବାରିପଦା ଅଫିସ,୧୫।୭- ଜନ୍ମବେଦିରେ ଲୀଲାଖେଳା ସାରି ତିନି ଠାକୁର ରବିବାର ବଡ ଦେଉଳକୁ ଫେରିଛନ୍ତିି। ରବିବାର ବିଳମ୍ବିତ ରାତିରେ ବଡ଼ ଦେଉଳକୁ ପହଣ୍ଡି ବିଜେ ହୋଇଛନ୍ତି...

ଏବେ ମଧ୍ୟପ୍ରଦେଶ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର,୫।୨(ବ୍ୟୁରୋ): ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ କାହ୍ନା ଅଭୟାରଣ୍ୟ ଫେରିଯିବା ନେଇ ବିଭିନ୍ନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହା ବିଳମ୍ବ ହୋଇପାରେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ...

ବାଲେଶ୍ୱରରେ ୯୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୯ା୭: ବାଲେଶ୍ୱର ଜିଲାରେ ବୁଧବାର ୨୯ କରୋନା ପଜିଟିଭ୍‌ ଚି଼ହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୧୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୬୬୬...

ଶ୍ରୀଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ: ସାମିଲ ହେଲେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀ

ପୁରୁଣା ଭୁବନେଶ୍ୱର, ୮ା୬ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ସହ ମା’ ପାର୍ବତୀଙ୍କ ପାରମ୍ପରିକ ରୀତିରେ ବିବାହ କାର୍ଯ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଶ୍ରୀଲିଙ୍ଗରାଜଙ୍କ...

ଭଦ୍ରକରେ ୨୧ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

ଭଦ୍ରକ ଅଫିସ,୧୯।୫: ଭଦ୍ରକ ଜିଲା ରେ ମଙ୍ଗଳବାର ୨୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ଆକ୍ରାନ୍ତ...

ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *