Posted inଖେଳ

ଜନ୍ମଦିନରେ ଖୁସି ଖବର: ବାପା ହେବେ କ୍ରିକେଟର୍‌ ପ୍ରଜ୍ଞାନ ଓଝା

ମୁମ୍ବାଇ, ୬।୯- ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ଗୁରୁବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ଓଝା ଏକ ଖୁସି ଖବର ଶେୟାର କରିଛନ୍ତି। ଚଳିତ ମାସରେ ତାଙ୍କ ସ୍ତ୍ରୀ କର୍ବି କୈଳାଶ ପ୍ରଥମ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଏଥିଲାଗି ଉଭୟ ପ୍ରଜ୍ଞାନ ଓ କର୍ବି ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। କର୍ବି ଗର୍ଭବତୀ ଥିବା ଜଣାଇ ପ୍ରଜ୍ଞାନ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଓ ରୋମାଞ୍ଚତ୍ତ ରହିଛି। ଉଭୟଙ୍କ ଲାଗି ଏହା ବଡ଼ ପରିବର୍ତ୍ତନ ଆଣିବ। ଆମେ ଦୁଇଜଣ ବର୍ତ୍ତମାନ ଉତ୍ସାହିତ ଓ ନର୍ଭସ ମଧ୍ୟ ରହିଛୁ। ଏହା ମୋ ଜୀବନର ସବୁଠୁ ବଡ଼ ପ୍ରତିବଦ୍ଧତା ଓ କଠିନ ସମୟ। ଏହି ନିଷ୍ପତ୍ତି ଲାଗି ଆମ ପରିବାର ସମର୍ଥନ ଦେଇଛି’ ବୋଲି ପ୍ରଜ୍ଞାନ ସୋସିଆଲ ମିଡିଆରେ ଏହା ଉଲ୍ଲେଖ କରିଛନ୍ତି। ୨୦୧୦ରେ କର୍ବିଙ୍କୁ ବିବାହ କରିଥିଲେ ପ୍ରଜ୍ଞାନ।
ଉଲ୍ଲେଖଯୋଗ୍ୟ, ୨୦୦୮ରେ ବାଂଲାଦେଶ ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ୩୩ବର୍ଷୀୟ ପ୍ରଜ୍ଞାନ ୧୮ ଦିନିକିଆରୁ ୨୧ ଉଇକେଟ୍‌ ନେଇଛନ୍ତି। ଟେଷ୍ଟରେ କିନ୍ତୁ ଏହି ବାମହାତୀ ସ୍ପିନର ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ମୋଟ୍‌ ୨୪ ଟେଷ୍ଟରୁ ସେ ୧୧୩ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୬ ଟି୨୦ ମ୍ୟାଚ୍‌ରୁ ପ୍ରଜ୍ଞାନଙ୍କ ନାମରେ ୧୦ ଉଇକେଟ୍‌ ରହିଛି। ୨୦୧୩ରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଜ୍ଞାନ ୧୦ ଉଇକେଟ୍‌ ହାସଲ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ସଫଳ ପ୍ରଦର୍ଶନ ସତ୍ତ୍ୱେ ଏହି ମ୍ୟାଚ୍‌ ପରଠାରୁ ସେ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କୋହଲିଙ୍କ ବିରୋଧରେ କେହି ଅଭିଯୋଗ କରି ନାହାନ୍ତି’

ମୁମ୍ବାଇ,୩୦।୯: ଭାରତୀୟ ଦଳର କିଛି ସିନିୟର ଖେଳାଳି ବିସିସିଆଇର ସମ୍ପାଦକ ଜୟ ଶାହଙ୍କୁ ଫୋନ କରି ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ...

ଦଳରେ ମୋ ଦାୟିତ୍ୱ ବଢ଼ିଛି: ଆୟାର

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବ। ଏହା ଉଭୟ ଦଳ ପାଇଁ...

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଆଇପିଏଲ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ- ଗାଙ୍ଗୁଲି

ମୁମ୍ବାଇ,୯।୩- କରୋନା ଭାଇରସ୍‌ର ସ୍ଥିତି ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି କାରଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଏଥିଯୋଗୁ...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌...

ଆଇପିଏଲ ପାଇଁ ଆଗୁଆ ଶେଷ ହୋଇପାରେ ସିପିଏଲ

ନୂଆଦିଲ୍ଲୀ, ୩୦।୫: ଆଇପିଏଲର ବଳକା ମ୍ୟାଚ୍‌କୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବିସିସିଆଇ କାରିବିଅନ ପ୍ରିମିୟ ଲିଗ୍‌ (ସିପିଏଲ)କୁ ଏକ ସପ୍ତାହ କିମ୍ବା ୧୦...

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ...

ହଠାତ୍‌ ଘୋଷଣା କଲେ ଅବସର

ଲଣ୍ଡନ,୨୭।୯: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)...

ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି

ଆଡିଲେଡ୍‌,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍‌ ଚାପେଲଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ...

Advertisement
Ten Cric Info


Archives

Model This Week