ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ: ପରୀକ୍ଷା ହେବ ୧୧ ଖାଦ୍ୟ ନମୁନା

ଅନୁଗୋଳ ଅଫିସ, ୧୩।୧୦ – ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ଅଧିକାରୀ ହରପ୍ରିୟା ବେହେରା, ସୁବାସ ଚନ୍ଦ୍ର ବେହେରା, ସୁନୀଲ କୁମାର ନନ୍ଦ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ବିଭାଗ ପକ୍ଷରୁ ବସ୍‌ଷ୍ଟାଣ୍ଡରେ ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ବୁଲି ଖାଦ୍ୟର ନମୁନା ସଂଗ୍ରହ କରାଯାଇଛି। ମା’ ବୁଢ଼ୀ ବଜାର, ନାଲ୍‌କୋ, କୁଲାଡ଼, ବଅଁରପାଳ ପ୍ରଭୃତି ଅଞ୍ଚଳରେ ଥିବା ବିଭିନ୍ନ ଦୋକାନରୁ ୧୧ଟି ଭିନ୍ନ ଭିନ୍ନ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି। ବିଭିନ୍ନ ବ୍ୟବସାୟୀ ଓ ଲୋକଙ୍କୁ ଲିଫ୍‌ ଲେଟ୍‌ ଦେଇ ପରିଷ୍କାର ପରିଚ୍ଛନ୍ନ ରହିବାକୁ ସଚେତନ କରାଯାଇଛି। ଏଥିସହ ବ୍ୟବସାୟୀ ଓ ଖାଦ୍ୟ ଉତ୍ପାଦନକାରୀମାନଙ୍କୁ ଖାଦ୍ୟ ନିରାପତ୍ତା ଲାଇସେନ୍ସ ଓ ପଞ୍ଜୀକରଣ ସମ୍ପର୍କରେ ସଚେତନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେପୁଟେଶନରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ

ବନ୍ତଳା, ୬ା୩(ଡି.ଏନ.ଏ.) – ରୁଗ୍‌ଣ ହୋଇପଡିଛି ଅନୁଗୋଳ ଜିଲା ବନ୍ତଳା ସରକାରୀ ପ୍ରାଣୀ ଚିକିତ୍ସାଳୟ। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଚାଷୀମାନେ ସେମାନଙ୍କ...

ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ସେକ୍ସନରେ ବସୁଛନ୍ତି ୧୫୦ ଶିକ୍ଷାର୍ଥୀ

ଆଠମଲ୍ଲିକ,୨୫ା୧୨(ଡି.ଏନ.ଏ.) – ସରକାରୀ ଉଦାସୀନତା ତଥା ଶିକ୍ଷା ବିଭାଗର ଚରମ ଅବହେଳା ଯୋଗୁ ଆଠମଲ୍ଲିକ ସଦର ମହକୁମାରେ ଥିବା ମହେନ୍ଦ୍ର ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ...

ଭିଜିଲାନ୍ସ ଜାଲରେ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ

ଛେଣ୍ଡିପଦା,୭।୮(ସ୍ବ.ପ୍ର.): ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ବୁଧବାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ ବାସଭବନ ସମେତ କଣଲୋଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚଢ଼ାଉ...

ଜନ୍ମଦିନରେ ଚାଲିଗଲା ଜୀବନ: ଟ୍ରକ୍‌ ଧକ୍କାରେ ମା’ଓ ପୁଅ ମୃତ

ଅନୁଗୋଳ ଅଫିସ, ୧୩।୧୨-ପୁଅର ଜନ୍ମଦିନ ଥିବାରୁ ଧରମ ଅଜାଙ୍କ ସହ ସ୍କୁଟିରେ ବୁଢ଼ୀ ଠାକୁରାଣୀ ମନ୍ଦିର ଆସିଥିଲେ ମା’ ଓ ପୁଅ। ସେଠାରେ ପୂଜାର୍ଚ୍ଚନା ସାରି...

ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ...

ଜେଏସ୍‌ପି ପ୍ଲାଣ୍ଟ ପରିଦର୍ଶନ କଲେ ରେଲ୍‌ୱେ ଜିଏମ୍‌

ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍‌ୱେ ଜିଏମ୍‌ ଆର୍‌.ଏନ୍‌. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର...

‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.) ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ।...

ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ: ୬ ବାତିଲ, ବଦଳିଲା ୮ ଟ୍ରେନ୍‌ର ଗତିପଥ

ଅନୁଗୋଳ ଅଫିସ,୧୪।୯: ଅନୁଗୋଳ ଜିଲା ତାଳଚେର ରୋଡ଼ ଭୋଗବେରେଣି ପୋଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ସମ୍ବଲପୁରରୁ...

Advertisement
Archives

Model This Week