ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏକ ବାର୍‌ହା ଜନବସତିରେ ପଶି ବେଶ ହଲ୍ଲାପଟା କରିଛି । ଯାହାକୁ ନେଇ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି । ଉଦଳା ଏନଏସିର ୬ ନଂ. ୱାର୍ଡ ଭିତରକୁ ଗତକାଲି ହଠାତ୍‌ ସ୍ଥାନୀୟ ବନାଞ୍ଚଳରୁ ଏକ ବାର୍‌ହା ପଶି ଆସିଥିଲା। କେହି ଶିକାରୀ ଶିକାର ଉଦ୍ଦେଶ୍ୟରେ ବାର୍‌ହାଟିକୁ ତୀର ମାଡ଼ କରିଥିଲା। ଯାହାଫଳରେ ତୀରଟି ବାର୍‌ହାର ବାମ ପାଖ କାନ ନିକଟରେ ଲାଗି ରହିବା ସହିତ ବାର୍‌ହାଟି ଆକ୍ରମଣାମତ୍କ ହୋଇ ଉଠିଥିଲା । ଦୌଡି ଆସି ୬ ନଂ. ୱାର୍ଡସ୍ଥିତ ଜନବସତିରେ ପଶି ଯାଇଥିଲା ା ପରେ ଏହି ୱାର୍ଡର ଜଣେ ବ୍ୟକ୍ତିଙ୍କ ବାଡିରେ ବାର୍‌ହାଟି ଲୁଚି ରହିଥିଲା ା ଖବର ପାଇ ଉଦଳା ବନବିଭାଗ ସେଠାରେ ପହଞ୍ଚତ୍ ରାତି ହେଲେ ବାର୍‌ହାଟିକୁ ଜଙ୍ଗଲକୁ ଘଉଡାଇବା ନିମନ୍ତେ ଜଗି ରହିଥିଲା। ମାତ୍ର ସ୍ଥାନୀୟ ଲୋକେ ତାକୁ ଘଉଡାଇବା ଆରମ୍ଭ କରିଥିଲେ ା ଫଳରେ ବାର୍‌ହାଟି ଜନବସତିରେ ଦୌଡି ବୁଲିଥିଲା ା ଏପରିକି ସିନେମା ହଲ୍‌ ରାସ୍ତାରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିବା ଦେଖିବାକୁ ମିଳିଥିଲା ା ପରେ ବାର୍‌ହାଟି ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାର୍ଶ୍ୱ ରାସ୍ତା ଦେଇ ଏନଏସିର ୯ ନଂ. ୱାର୍ଡକୁ ଚାଲି ଯାଇଥିଲା ା ସେଠାରୁ ବନବିଭାଗ ବାରହାଟିକୁ ତେଲଦିହୁଡି ସ୍ଥିତ ହୁଡିସାହି ଜଙ୍ଗଲକୁ ଘଉଡାଇ ଦେଇଥିଲା। ବାର୍‌ହାଟି ଜନବସତିରେ ପଶିବା ପରେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ବାର୍‌ହା ଦେହରେ ତୀର ଲାଗିଥିବା ବେଳେ ତାହାର ଚିକିସତ୍ା କିପରି ହେବ ନା ଜଙ୍ଗଲରେ ପଶିବା ପରେ ତା’ର ମୃତ୍ୟୁ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତଙ୍କ ମା’ଙ୍କ ବୟାନ ବଦଳିଲା

ନୟାଗଡ଼ ଅଫିସ,୨୪ା୧୨:ପରୀ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ...

ପାଡୁଆରେ ଦୁର୍ଘଟଣା: ୪ ନାବାଳକଙ୍କ ଜୀବନଗଲା

କୋରାପୁଟ,୩।୭(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆରେ ଗୁରବାର ବିଳମ୍ବିତ ରାତିରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ୪ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେମାନେ ହେଲେ କୃଷ୍ଣ ହନ୍ତାଳ(୧୪),...

୧୪ ଦଫା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା

ଖୋର୍ଦ୍ଧା ଅଫିସ,୪।୧୧: ଅଲ୍‌ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି। ଏ ନେଇ ଅଙ୍ଗନୱାଡି କର୍ମୀମାନେ...

୪ ଆନ୍ତଃ ଜିଲା ହାଇଓ୍ବେ ଲୁଟେରା ଗିରଫ

ସାକ୍ଷୀଗୋପାଳ,୮।୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ କ୍ରମାଗତ ଲୁଟ୍‌ କରୁଥିବା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କ ସହିତ ଚୋରି ଜିନିଷ ରଖିଥିବା ଅନ୍ୟ ଦୁଇ ଜଣଙ୍କୁ...

ସ୍ତ୍ରୀ ସରପଞ୍ଚ, ସ୍ବାମୀ ହେଲେ ନାଏବ ସରପଞ୍ଚ

ଝାରବନ୍ଧ,୧୨।୩(ଡି.ଏନ.ଏ.): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁମୀର ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚ ଏବଂ ସ୍ବାମୀ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଉକ୍ତ ପଞ୍ଚାୟତରେ...

ବିଲରେ ଚାଷୀଙ୍କ ସନ୍ଦେହଜନକ ମୃତ୍ୟୁ

ବାସୁଦେବପୁର, ୨୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗଁା ଗ୍ରାମର ଶତୃଘ୍ନ ମଳିକ ନାମକ ଜଣେ ଚାଷୀଙ୍କର ସୋମବାର ପୂର୍ବାହ୍ନରେ ବିଲରେ...

କେନ୍ଦୁଝରରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

କେନ୍ଦୁଝର,୨୬।୨(ସ୍ବ.ପ୍ର.) : ଜିଏସ୍‌ଟି ସରଳୀକରଣ ଦାବିରେ ଭାରତ ବ୍ୟବସାୟ ବନ୍ଦ ଡାକରା କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ବ୍ୟବସାୟୀ ସଂଘ...

୩ ପୋଲିସ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର ଅଫିସ,୧୮ା୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଟିଟିଲାଗଡ଼...

Advertisement
Archives

Model This Week