‘ଜନତା କର୍ଫ୍ୟୁ’ରେ ଶୂନଶାନ୍‌ ବରଗଡ଼

ବରଗଡ଼ ଅଫିସ,୨୨।୩- କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁ ବରଗଡ଼ରେ ଅନୁଭୂତ ହୋଇଛି। ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନଶାନ୍‌ ହୋଇ ପଡିଛି। ଉଭୟ ସରକାରୀ, ବେସରକାରୀ ବସ୍‌ଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍‌ଗୁଡିକ ଛିଡ଼ା ହୋଇ ରହିଛି। ଏପରିକି ଅନେକ ଔଷଧ ଦୋକାନ ସହିତ ପେଟ୍ରୋଲ ପମ୍ପ ଗୁଡିକ ମଧ୍ୟ ବନ୍ଦ ରହିଛି । ତେବେ ମାଂସ, ମାଛ ଦୋକାନ ଉପରେ ବନ୍ଦ କଟକଣା ନ ଥିଲେ ସୁଦ୍ଧା ସେଠାରେ ଲାଗି ରହିଥିବା ଜନ ଗହଳି ତଥା ଭିଡ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପରିବା ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ବଦଳିକୁ ବିରୋଧ: ଧାରଣାରେ ବସିଲେ ଛାତ୍ରୀଛାତ୍ର

ମୋରଡ଼ା,୬ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ଥିବା ନିଚୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି।...

ଯୁକ୍ତ ୨ ବାର୍ଷିକ ପରୀକ୍ଷା: ୨୭ରୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ୨୭ ତାରିଖରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା...

ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ

ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ...

ପାହାଡ଼ ପାଲଟୁଛି ପୋଖରୀ

ଯାଜପୁର ଅଫିସ/ ଜେନାପୁର,(ଡି.ଏନ.ଏ.),୯।୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅନେକ ଖାଦାନରୁ ଅନୁମତିଠାରୁ ପ୍ରାୟ ୧୦୦ ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଥିବାରୁ ପାହାଡ଼...

ଦୋକାନ ତାଲା ଭାଙ୍ଗି ଲୁଟ୍‌

ହିଞ୍ଜିଳିକାଟୁ,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣିଆ ଗାୟତ୍ରୀ ନଗର ପ୍ରଥମ ଲାଇନରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନର କବାଟ ତାଲା...

ଜବାବ ଦାଖଲ ଲାଗି ଭଦ୍ରକ, ଯାଜପୁର ଜିଲା ପ୍ରଶାସନର କ୍ଷେତ୍ର ଅନୁଧ୍ୟାନ

ଭଣ୍ଡାରିପୋଖରୀ,୧୦ା୭(ଡି.ଏନ.ଏ.): ବୈତରଣୀ ନଦୀଶଯ୍ୟାରେ ନିର୍ମାଣ ବିରୋଧରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଆଗତ ମାମଲାରେ ନୋଟିସ୍‌ର ଜବାବ ଦାଖଲ ପାଇଁ ଶୁକ୍ରବାର ଭଦ୍ରକ ଓ...

ବରଗଡ଼ରେ ଲଜ୍ଜା: ଲୁଚକାଳି ଖେଳିବାକୁ ଡାକି ନାବାଳିକାଙ୍କୁ ବଳାତ୍କାର

ବରଗଡ଼ ଅଫିସ,୧୭।୯: ବରଗଡ଼ ଜିଲା ପାଇକମାଲ ଥାନା ଅଧୀନ ଏକ ଗ୍ରାମରେ ସୋମବାର ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା...

ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି

ସିମୁଳିଆ,୧୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା...

Advertisement
Archives

Model This Week